Advertisment

INDVSNZ: ମୋଟେରାରେ ମହାଲଢ଼େଇ: ଅହମଦାବାଦ ଉପରେ ସାରା ବିଶ୍ବର ନଜର, ବିଶ୍ବ ଦଖଲ ଲକ୍ଷ୍ୟରେ ଭାରତ

Advertisment

ଦୁଇଟି ଦେଶକୁ ସଂପ୍ରସାରିତ ୨୮ ଦିନ ଓ ୫୪ ମ୍ୟାଚ୍‌ର କ୍ରିକେଟ୍‌ ଯୁଦ୍ଧ ପରେ ଫାଇନାଲ୍‌ ଟକ୍କର ପାଇଁ ସମରସଜ୍ଜା ସରିଛି। ଫଟାଫଟ୍‌ କ୍ରିକେଟ୍‌ ମହାକୁମ୍ଭର ମହାମୁକାବିଲା ଲାଗି ବିଶ୍ବର ସର୍ବବୃହତ୍‌ କ୍ରିକେଟ୍‌ ମଞ୍ଚ....

ଦୁଇଟି ଦେଶକୁ ସଂପ୍ରସାରିତ ୨୮ ଦିନ ଓ ୫୪ ମ୍ୟାଚ୍‌ର କ୍ରିକେଟ୍‌ ଯୁଦ୍ଧ ପରେ ଫାଇନାଲ୍‌ ଟକ୍କର ପାଇଁ ସମରସଜ୍ଜା ସରିଛି। ଫଟାଫଟ୍‌ କ୍ରିକେଟ୍‌ ମହାକୁମ୍ଭର ମହାମୁକାବିଲା ଲାଗି ବିଶ୍ବର ସର୍ବବୃହତ୍‌ କ୍ରିକେଟ୍‌ ମଞ୍ଚ....

IND VS NZ

Photograph: (Rediff)

ଅହମଦାବାଦ: ଦୁଇଟି ଦେଶକୁ ସଂପ୍ରସାରିତ ୨୮ ଦିନ ଓ ୫୪ ମ୍ୟାଚ୍‌ର କ୍ରିକେଟ୍‌ ଯୁଦ୍ଧ ପରେ ଫାଇନାଲ୍‌ ଟକ୍କର ପାଇଁ ସମରସଜ୍ଜା ସରିଛି। ଫଟାଫଟ୍‌ କ୍ରିକେଟ୍‌ ମହାକୁମ୍ଭର ମହାମୁକାବିଲା ଲାଗି ବିଶ୍ବର ସର୍ବବୃହତ୍‌ କ୍ରିକେଟ୍‌ ମଞ୍ଚ ‘ନରେନ୍ଦ୍ର ମୋଦୀ କ୍ରିକେଟ୍‌ ଷ୍ଟାଡିୟମ୍‌’ ବି ପୂରା ପ୍ରସ୍ତୁତ ହୋଇ ରହିଛି। କେବଳ ଭାରତ କିମ୍ବା ଏସିଆ ମହାଦେଶ ନୁହେଁ, ସାରା ବିଶ୍ବର ପ୍ରଶଂସକ ଏହି ମହାଲଢ଼େଇକୁ ନେଇ ଢେର ଉଲ୍ଲସିତ ଅଛନ୍ତି। ରାତି ୭ଟାରୁ ଆରମ୍ଭ ହେବାକୁ ଥିବା ରବିବାରର ଏହି ଐତିହାସିକ ଟକ୍କର ଲାଗି ଦୁଇ ଫାଇନାଲିଷ୍ଟ୍‌ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟ ମାନସିକ ଏବଂ ଶାରୀରିକ ଭାବେ ନିଜକୁ ସଜାଡ଼ି ନେଇଛନ୍ତି। ଜୋରଦାର ଅଭ୍ୟାସ କରି ନିଜ ନିଜ ଶକ୍ତିକୁ ଆହୁରି ଶାଣିତ କରିଛନ୍ତି। ଅହମଦାବାଦରେ ଟ୍ବେଣ୍ଟି-୨୦ କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ୍‌ ନେଇ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି।

ଅହମଦାବାଦ ଉପରେ ସାରା ବିଶ୍ବର ନଜର
ବିଶ୍ବ ଦଖଲ ଲକ୍ଷ୍ୟରେ ଭାରତ
ପ୍ରଥମ ବିଶ୍ବକପ୍‌ ଆଶାରେ ନ୍ୟୁଜିଲାଣ୍ଡ

ସମଗ୍ର ବିଶ୍ବର ନଜର ଯେମିତି ଏହି ହାଇଭୋଲ୍‌ଟେଜ୍‌ ତଥା ପ୍ରତୀକ୍ଷିତ ମହାଲଢ଼େଇ ଉପରେ କେନ୍ଦ୍ରୀଭୂତ ହୋଇଛି। ଆଉ ମାତ୍ର କିଛି ଘଣ୍ଟା ପରେ ହିଁ ଦୁଇ ଦଳ ପଡ଼ିଆକୁ ଓହ୍ଲାଇବେ। ତା’ ସହିତ କ୍ରିକେଟ୍‌ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଚେଷ୍ଟା କରିବେ। ଉଭୟ ଦଳ ପାଖରେ ଅଭିନବ ଓ ଅନନ୍ୟ ଇତିହାସ ରଚିବାର ସୁଯୋଗ ରହିବ। ଭାରତ ଜିିତିଲେ ଆ‌ୟୋଜକ ଦେଶ ଭାବେ ବିଶ୍ବକପ୍‌ ଜିତିବାର ବିରଳ ଗୌରବ ଗାଥା ଲେଖିବ। ସେହିଭଳି ଲଗାତାର ବିଶ୍ବକପ୍‌ ଜିତିବାର ଅସାଧାରଣ ସଫଳତାକୁ ସାକାର କରିବ। ନ୍ୟୁଜିଲାଣ୍ଡ ଜିତିଲେ ପ୍ରଥମ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବାର ପ୍ରତୀକ୍ଷିତ ସ୍ବପ୍ନକୁ ପୂରଣ କରିବ। ଏହି ବଡ଼ ମୁକାବିଲା ପୂର୍ବର ରେକର୍ଡ କିନ୍ତୁ ଭାରତ ବିପକ୍ଷ‌ରେ ରହିଛି। କାରଣ ବିଶ୍ବକପ୍‌ରେ ଆଜି ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡକୁ କେବେ ବି ହରାଇନି ଟିମ୍‌ ଇଣ୍ଡିଆ। ୩ଥର ଭେଟି ସବୁଥର ପରାଜିତ ହୋଇଛି। ଏଣୁ ରବିବାର ବିଜୟୀ ହେଲେ କିୱି ଦଳଠାରୁ ପୂର୍ବର ସବୁ ପରାଜୟର ମଧୁର ପ୍ରତିଶୋଧ ନେଇ ପାରିବ ସୂର୍ଯ୍ୟକୁମାର ଯାଦବଙ୍କ ଦକ୍ଷ ସେନା। ଭାରତୀୟ କ୍ରିକେଟ୍‌ ଦଳ ପାଖରେ ମଧ୍ୟ ୨୦୨୩ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ଫାଇନାଲ୍‌ ପରାଜୟର ଦୁଃଖକୁ ଦୂର କରିବାର ସୁଯୋଗ ରହିବ। ୩ବର୍ଷ ତଳେ ଏହି ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆଠାରୁ ହାରି ଆଉ ଏକ ଏକଦିବସୀୟ ବିଶ୍ବକପ୍‌ ଜିତିବାର ସୁଯୋଗକୁ ହାତଛଡ଼ା କରିଥିଲା ଭାରତ। ଏଥର ସେହି ଭୁଲ୍‌ ନ ଦୋହରାଇବାକୁ ପ୍ରତିଶ୍ରୁତିବଦ୍ଧ ରହିବ। ଏଥରର ଫାଇନାଲ୍‌ରେ ଦୁଇ ଦଳର ଯୁବ ଯୋଦ୍ଧା ସଞ୍ଜୁ ସାମସନ ଓ ଫିନ୍‌ ଆଲେନଙ୍କ ବ୍ୟାଟିଂ ପ୍ରମୁଖ ଆକର୍ଷଣ ହେବ।

GDP: ବିଶ୍ବର ଅଭିବୃଦ୍ଧିରେ ଭାରତର ଅବଦାନ ୧୭% ହେବ: ଆଇଏମ୍‌ଏଫ୍

ଯଶପ୍ରୀତ୍‌ ବୁମ୍‌ରା ପୁଣି ଥରେ ଭାରତୀୟ ବୋଲିଂ ବାହିନୀର ନେତୃତ୍ବ ନେବେ। ଅଭିଷେକ ଶର୍ମାଙ୍କ ଫ୍ଲସ୍‌ ସୋ’ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ବ୍ୟୟବହୁଳ ବୋଲିଂ ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ। ଦୁଇଟି ଯାକ ଦଳ ବେଶ୍‌ ସନ୍ତୁଳିତ ‌ହୋଇଥିବାରୁ ଟକ୍କର ଜୋରଦାର ହେବ ବୋଲି ଆଶା କରାଯାଉଛି। ତେବେ ନ୍ୟୁଜିଲାଣ୍ଡ ସ୍ପିନରମାନେ ହିଁ ଭାରତୀୟ ବ୍ୟାଟର୍‌ଙ୍କୁ ସର୍ବାଧିକ ପରୀକ୍ଷାରେ ପକାଇବେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଲାଲ୍ ଓ କଳା ରଙ୍ଗର ମିଶ୍ରିତ ମାଟିରେ ପ୍ରସ୍ତୁତ, ସ୍ବଳ୍ପ ଟର୍ଣ୍ଣ ଏବଂ ଅଧିକ ବାଉନ୍ସଭରା ପିଚ୍‌ରେ ମ୍ୟାଚ୍‌କୁ ଅଧିକ ରୋମାଞ୍ଚପୂର୍ଣ୍ଣ କରିବ ବୋଲି ଆଶା କରାଯାଉଛି। ଆମେ ନିଜ ପ୍ରଦର୍ଶନରେ ଘରୋଇ ପ୍ରଶଂସକଙ୍କୁ ନିରବ କରିଦେବାକୁ ଲକ୍ଷ୍ୟ ରଖିଛୁ ବୋଲି କହି ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ଭାରତକୁ ସିଧା ଚେତାବନୀ ଦେଇଛନ୍ତି। ସମସ୍ତେ ସେହି କଥା କହୁଛନ୍ତି, କିଛି ନୂଆ କଥା କହିଲେ ଭଲ ହେବ ‌ବୋଲି କହି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତାଙ୍କୁ କଟାକ୍ଷ କରିଛନ୍ତି। ସେହିଭଳି ସ୍ପିନର ବରୁଣ ଚକ୍ରବର୍ତ୍ତୀ ମହଙ୍ଗା ସାବ୍ୟସ୍ତ ହୋଇ ଆସୁଥିଲେ ମଧ୍ୟ ତାଙ୍କୁ ଦୃଢ଼ ସମର୍ଥନ କରିଛନ୍ତି ସୂର୍ଯ୍ୟ। 

Encroachment: ରାସ୍ତା ସମ୍ପ୍ରସାରଣ ପାଇଁ ହଟୁଛି ୭୦ ବର୍ଷର ଗଛ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe