Cricket: ପ୍ରଶାନ୍ତ ରାରତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌: ଫାଇନାଲ୍‌ରେ ବୋର୍ଡ ଅଫ୍‌ ରେଭିନ୍ୟୁ-ଭୁବନେଶ୍ବର ବାର୍‌

Advertisment

ଭୁବନେଶ୍ବର ବାର୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ସ୍ଥାନୀୟ ବିଜେବି ସ୍ବୟଂଶାସିତ କଲେଜ ପଡ଼ିଆରେ ଚାଲିଥିବା ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଶନିବାର ବୋର୍ଡ ଅଫ୍‌‌ ରେଭିନ୍ୟୁ...

ଭୁବନେଶ୍ବର ବାର୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ସ୍ଥାନୀୟ ବିଜେବି ସ୍ବୟଂଶାସିତ କଲେଜ ପଡ଼ିଆରେ ଚାଲିଥିବା ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଶନିବାର ବୋର୍ଡ ଅଫ୍‌‌ ରେଭିନ୍ୟୁ...

12bbs_76_12022026_112

ଭୁବନେଶ୍ବର: ଭୁବନେଶ୍ବର ବାର୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ସ୍ଥାନୀୟ ବିଜେବି ସ୍ବୟଂଶାସିତ କଲେଜ ପଡ଼ିଆରେ ଚାଲିଥିବା ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଶନିବାର ବୋର୍ଡ ଅଫ୍‌‌ ରେଭିନ୍ୟୁ ଓ ଭୁବନେଶ୍ବର ବାର୍‌ ଆସୋସିଏସନ୍‌ ମୁହଁମୁହିଁ ‌ହେବେ। ଗୁରବାର ପ୍ରଥମ ସେମିଫାଇନାଲ୍‌ରେ ବୋର୍ଡ ଅଫ୍‌ ରେଭିନ୍ୟୁ ଦଳ ୫ ୱିକେଟ୍‌ରେ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌କୁ ପରାସ୍ତ କରିଛି।

ହାଇକୋର୍ଟ ବାର୍‌ ନିର୍ଦ୍ଧାରିତ ୧୫ ଓଭରରେ ୧୨୯ ରନ୍‌ କରିଥିଲା। ଦଳ ପକ୍ଷରୁ ପାର୍ଥସାରଥୀ ଆଚାର୍ଯ୍ୟ ୪୦ ରନ୍‌ କରିଥିଲା ବେଳେ ରେଭିନ୍ୟୁ ପକ୍ଷରୁ ଗିରିଜା ଶଙ୍କର ମିଶ୍ର ଓ ଜ୍ଞାନେନ୍ଦ୍ର ପରିଡ଼ା ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ରେଭିନ୍ୟୁ ଦଳ ୫ ୱିକେଟ୍‌ ହରାଇ ଶେଷ ବଲ୍‌ରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଗିରିଜା (୧୮ ରନ୍‌, ୨ ୱିକେଟ୍‌)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଓଡ଼ିଶା ରାଜ୍ୟ ବାର୍‌ କାଉନସିଲ୍‌ର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର ଏବଂ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: Humanity: ଭାଲୁ ଆକ୍ରମଣରେ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ ଯନ୍ତ୍ରୀ

ଦୁଇ ଭୁବନେଶ୍ବର ଦଳ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍‌ରେ ବାର୍‌ ଆସୋସିଏସନ୍‌ ୧୨୬ ରନ୍‌ରେ ରେଡ୍‌ସକୁ ପରାସ୍ତ କରିଛି। ବାର୍‌ ଦଳ ନିର୍ଦ୍ଧାରିତ ୧୮ ଓଭରରେ ୧୮୪/୩ କରିଥିଲା। ଆଶୁତୋଷ ବେହେରା (୫୭) ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ମୋହନ ସାହୁ ୪୧ ଓ ଅଧିନାୟକ ସୁମନ ରାଉତରାୟ ୩୮ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ।

ଜବାବରେ ରେଡ୍‌ସ ଦଳ ୧୩ ଓଭରରେ ମାତ୍ର ୫୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଅଧିନାୟକ ତାପସ ବାହୁବଳେନ୍ଦ୍ର ୨୨ ରନ୍‌ କରିଥିଲା ବେଳେ ବାର୍‌ ପକ୍ଷରୁ ପ୍ରିୟବ୍ରତ ମାନସ ରଞ୍ଜନ ସାହୁ (୧-୦-୨-୪) ଓ ମୋହନ ସାହୁ (୪-୦-୧୭-୩) ବୋଲିଂ ସଫଳତା ପାଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ମୋହନ ସାହୁଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଭୁବନେଶ୍ବର ବାର୍‌ ଆସୋସିଏସନ୍‌ ସଭାପତି ଅଶୋକ କୁମାର ପାତ୍ର ଓ ସମ୍ପାଦକ ସତ୍ୟରଞ୍ଜନ ସେନାପତି ପ୍ରଦାନ କରିଥିଲେ। ଶୁକ୍ରବାର ଦୁଇଟି ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ କମିସନରେଟ୍‌ ଏକାଦଶ ଓ ପ୍ରଶାସନିକ ଏକାଦଶ ଏବଂ ଦ୍ବିତୀୟରେ ସାମ୍ବାଦିକ ଏକାଦଶ ଓ ଓଡ଼ିଆ ସିନେ ତାରକା ଏକାଦଶ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe