ଚତୁର୍ଥ ଦିନ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୨୮/୯, ୩୩୩ ରନ୍‌ରେ ଅଗ୍ରଣୀ

Advertisment

ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ଖେଳାଯାଉଛି। ରବିବାର ମ୍ୟାଚର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ଦଳ ଦ୍ବିତୀୟ ଇନିଂସରେ ୯ ୱିକେଟ ହରାଇ ୨୨୮ ରନ୍ କରିଛନ୍ତି...

ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ଖେଳାଯାଉଛି। ରବିବାର ମ୍ୟାଚର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ଦଳ ଦ୍ବିତୀୟ ଇନିଂସରେ ୯ ୱିକେଟ ହରାଇ ୨୨୮ ରନ୍ କରିଛନ୍ତି...

AUS-INDIA

ମେଲବୋର୍ଣ୍ଣ: ମେଲବୋର୍ଣ୍ଣରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ ଖେଳାଯାଉଛି। ରବିବାର ମ୍ୟାଚର ଚତୁର୍ଥ ଦିନରେ  ଅଷ୍ଟ୍ରେଲିଆ ଦଳ ଦ୍ବିତୀୟ ଇନିଂସରେ  ୯ ୱିକେଟ ହରାଇ ୨୨୮ ରନ୍ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଇନିଂସରେ ଭାରତୀୟ ଦଳ ୩୬୯ ରନ୍ ସଂଗ୍ରହ କରିଥିଲା। ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ୩୩୩ ରନ୍ ପଛୁଆ ରହିଛି।

ଭାରତୀୟ ଦଳର ବୋଲର ଜସପ୍ରୀତ ବୁମ୍‌ରା ରବିବାର ମେଲବୋର୍ଣ୍ଣରେ କଙ୍ଗାରୁ ଦଳ ବିପକ୍ଷରେ ଇତିହାସ ସୃଷ୍ଟି କରିଛନ୍ତି। ସେ ମେଲବୋର୍ଣ୍ଣ ଟେଷ୍ଟର ଚତୁର୍ଥ ଦିନରେ ୨୦୦ଟେଷ୍ଟ ୱିକେଟ୍ ପୂରଣ କରିଛନ୍ତି। ଟେଷ୍ଟ କ୍ରିକେଟରେ ବୁମରା ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳିଙ୍କୁ ତାଙ୍କର ପ୍ରଥମ ଶିକାର କରିଥିଲେ।

ଭାରତୀୟ ଦଳର ବୋଲର ଜସପ୍ରୀତ ବୁମ୍‌ରା ରବିବାର ମେଲବୋର୍ଣ୍ଣରେ କଙ୍ଗାରୁ ଦଳ ବିପକ୍ଷରେ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଇନିଂସରେ ଟ୍ରାଭିସ୍ ହେଡଙ୍କ ୱିକେଟ୍ ନେଇ ସେ ଟେଷ୍ଟ କ୍ରିକେଟରେ ୱିକେଟ୍ ୨୦୦ ପୂରଣ କରିଛନ୍ତି। ବଡ଼ କଥା ହେଉଛି ସେ ହାରାହାରି ୨୦ରୁ କମ୍ ହାର ଅର୍ଥାତ୍ ହାରାହାରି ୧୯.୫୬ ହାରରେ ତାଙ୍କ ନାମରେ ୨୦୦ ୱିକେଟ୍ ନେଇଛନ୍ତି। ତାଙ୍କର ଷ୍ଟ୍ରାଇକ୍ ରେଟ୍ ୪୨.୪୨ ରହିଛି। ଏହି ପ୍ରସଙ୍ଗରେ ସେ ଦୁନିଆର ମହାନ ବୋଲରମାନଙ୍କୁ ପଛରେ ପକାଇ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: କଳାହାଣ୍ଡିର ଗୋଲାମୁଣ୍ଡା କିଷାନ ଉତ୍ପାଦ ସଂଘକୁ ପ୍ରଶଂସା କଲେ ମୋଦୀ

ବୁମ୍‌ରା ଅଷ୍ଟ୍ରେଲିଆର ଦ୍ବିତୀୟ ଇନିଂସରେ ୪ ୱିକେଟ ନେଇଥିବାବେଳେ ମହମ୍ମଦ ସିରାଜ୍  ୩ ୱିକେଟ ନେଇଥିଲେ। ସେହିପରି ଜାଡେଜା ଗୋଟିଏ ୱିକେଟ ନେଇଥିଲେ।

ଅଧିକ ପଢ଼ନ୍ତୁ: ଫସଲ କ୍ଷୟକ୍ଷତିର ଆକଳନ ଲାଗି ରଣପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe