ଭୁବନେଶ୍ବର: ସମ୍ପ୍ରତି ଭୁବନେଶ୍ବରରେ ସମାଜ ଓ ଶିକ୍ଷା ଉପରେ ଚେସ୍‌ର ପ୍ରଭାବକୁ ନେଇ ପ୍ରଥମ ଫିଡେ ବିଶ୍ବସ୍ତରୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହାର ଆୟୋଜନ ପଛରେ ଥିବା ଓଡ଼ିଆ ଆଇଆର୍‌ଏସ୍‌ ଅଧିକାରୀ ତଥା ଚେସ୍‌ ବ୍ୟକ୍ତିତ୍ବ ରଞ୍ଜନ ମହାନ୍ତିଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି। ଖେଳାଳିରୁ ପ୍ରଶାସକ ଓ ଚେସ୍‌ ଚେହେରା ପାଲଟିଥିବା ରଞ୍ଜନ ଏହି ଇଭେଣ୍ଟ୍‌ର ମୁଖ୍ୟ ସଂଯୋଜକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

Advertisment

Osa-brata: ଅନନ୍ୟ ଓଷା-ବ୍ରତ: ଅର୍ଥ ଉଦୟା ରବିବାର

ଏହି ଅବସରରେ ଚେସ୍‌ର ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ମହାନ୍ତିଙ୍କୁ ଚେସ୍‌ ଖେଳର ବିଶ୍ବ ପରିଚାଳନା ସଂସ୍ଥା ‘ଫିଡେ’ ମଧ୍ୟ ପ୍ରଶଂସାପତ୍ର ପ୍ରଦାନ କରିଛି। ଦ୍ବିତୀୟ ତଥା ସବୁଠାରୁ ପ୍ରମୁଖ କଥାଟି ହେଉଛି ବିଶ୍ବସ୍ତରୀୟ ଇଭେଣ୍ଟ୍‌ ଅବସରରେ ପ୍ରକାଶିତ ସ୍ବତନ୍ତ୍ର ଲଫାପା ଓ ଡାକଟିକଟ୍‌ରେ ଶ୍ରୀ ମହାନ୍ତିଙ୍କ ସହ ୬ ଜଣ ସ୍ଥାନ ପାଇଥିଲେ। ପ୍ରଥମ ଆଇଆର୍‌ଏସ୍‌ ଅଧିକାରୀ ଭାବେ ସେ ଏହି ଗୌରବ ଅର୍ଜନ କରିଛନ୍ତି।

Sydney University: କ୍ରୀଡ଼ାର ବିକାଶ ପାଇଁ ସିଡ୍‌ନି ବିଶ୍ବବିଦ୍ୟାଳୟ-‘କିଟ୍‌’ ବୁଝାମଣାପତ୍ର

କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହିତ ରୁଷର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ଫିଡେ ସଭାପତି ଆର୍କାଡି ଡଭୋରକୋଭିଚ୍, ୫ ଥର ବିଶ୍ବ ବିଜେତା ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ ଆନନ୍ଦ, ଲାଟଭିଆ ଗଣରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ଡାନା ରେଜନିସ୍-ଓଜୋଲା, ଫିଡେର ଚେସ୍ ଇନ୍ ଏଜୁକେସନ୍ କମିସନରେ ଭାରତର ପ୍ରତିନିଧି ଗ୍ରାଣ୍ଡମାଷ୍ଟର ଅଭିଜିତ୍ କୁଣ୍ଟେ ପ୍ରମୁଖ ସାମିଲ ରହିଥିଲେ। ସୂଚନାଯୋଗ୍ୟ, ବରିଷ୍ଠ ଆଇଆର୍‌ଏସ୍‌ ଅଧିକାରୀ ରଞ୍ଜନ ମହାନ୍ତି ସର୍ବଭାରତୀୟ ଚେସ୍‌ ସଂଘର ପୂର୍ବତନ ଯୁଗ୍ମ ସମ୍ପାଦକ ଏବଂ ବର୍ତ୍ତମାନ ଇଭେଣ୍ଟ୍‌ କମିଟିର ସଦସ୍ୟ ଅଛନ୍ତି।