କ୍ରିକେଟର ଭାବେ ବେଶ ଜଣାଶୁଣା ଚହଲ ଜଣେ ସରକାରୀ ଚାକିରିଆ

ଆପଣ  ଜାଣନ୍ତି କ୍ରିକେଟ୍ ପଡ଼ିଆରେ ଚହଳ ସୃଷ୍ଟି କରିଥିବା ୟୁଜବେନ୍ଦ୍ର ଏକ ସମୟରେ ଜଣେ ଲୋକପ୍ରିୟ ଚେସ୍ ଖେଳାଳି ଥିଲେ। କେବଳ ଏତିକି ନୁହେଁ ସେ ଜଣେ କ୍ରିକେଟର ହେବା ସହିତ ଜଣେ ସରକାରୀ ଚାକିରିଆ ମଧ୍ୟ । ଚହଲ ୨୦୧୮ ମସିହାରେ ଆୟକର ବିଭାଗରେ ଇନ୍ସପେକ୍ଟର ଭାବରେ ନିଯୁକ୍ତି ପାଇଥିଲେ।

GeùeùG

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ବୋଲିଂ ପାଇଁ  ବେଶ ଜଣାଶୁଣା । ଚହଲ ତାଙ୍କର ଦମଦାର ପ୍ରଦର୍ଶନ ପାଇଁ କ୍ରିକେଟ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

ଆପଣ  ଜାଣନ୍ତି କ୍ରିକେଟ୍ ପଡ଼ିଆରେ ଚହଳ ସୃଷ୍ଟି କରିଥିବା ୟୁଜବେନ୍ଦ୍ର ଏକ ସମୟରେ ଜଣେ ଲୋକପ୍ରିୟ ଚେସ୍ ଖେଳାଳି ଥିଲେ। କେବଳ ଏତିକି ନୁହେଁ ସେ ଜଣେ କ୍ରିକେଟର ହେବା ସହିତ ଜଣେ ସରକାରୀ ଚାକିରିଆ ମଧ୍ୟ । ଚହଲ ୨୦୧୮ ମସିହାରେ ଆୟକର ବିଭାଗରେ ଇନ୍ସପେକ୍ଟର ଭାବରେ ନିଯୁକ୍ତି ପାଇଥିଲେ।

ଅଧିକପଢ଼ନ୍ତୁ:ପ୍ରସବର ୪ଘଣ୍ଟା ପୂର୍ବରୁ ଗର୍ଭବତୀ ଥିବା ଜାଣିଲେ ମହିଳା, ତା’ପରେ.

ୟୁଜବେନ୍ଦ୍ର ଚହଲ ପ୍ରଥମ ଭାରତୀୟ ଖେଳାଳି ଯିଏକି ଚେସ୍ ଏବଂ କ୍ରିକେଟ୍ ଉଭୟରେ ଦେଶକୁ ପ୍ରତିନିଧିତ୍ୱ କରିଛନ୍ତି। ସେ ବିଶ୍ୱ ଯୁବ ଚେସ୍ ଚାମ୍ପିଆନସିପରେ ଚେସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ।

ଅଧିକପଢ଼ନ୍ତୁ:ଯୋଜନାର ୨୪ ଘଣ୍ଟା ମଧ୍ୟରେ ସହଦେବଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ: ଡିସିପି

ଚେସରେ ଆଗକୁ ବଢ଼ିବା ପାଇଁ ତାଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା ତେଣୁ ସେ କ୍ରିକେଟକୁ ନିଜର କ୍ୟାରିଅର କରିବାକୁ ନିଷ୍ପତ୍ତି ନେଇଥିଲେ।

ଚହଲ ୨୦୦୯ ମସିହାରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ଖୁବ୍ ଅଳ୍ପ ଦିନରେ ସେ ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ଭାରତୀୟ ଦଳରେ ନିଜର ସ୍ଥାନ ସୃଷ୍ଟି କରି ପାରିଥିଲେ। ସେ ଟି୨୦ କ୍ରିକେଟରେ ଛଅଟି ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ ଏବଂ ଦ୍ୱିତୀୟ ଖେଳାଳି ହୋଇଥିଲେ। 

ଚହଲଙ୍କ କ୍ରିକେଟ କ୍ୟାରିଅର ଆଇପିଏଲ କ୍ଷେତ୍ରରେ ମଧ୍ୟ ବହୁତ ଚମତ୍କାର ରହିଛି। ପ୍ରାରମ୍ଭରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ, କିନ୍ତୁ ତାଙ୍କର ପ୍ରକୃତ ପ୍ରତିଭା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ତା'ପରେ ରାଜସ୍ଥାନ ରୟାଲ୍ସରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe