ନୂଆଦିଲ୍ଲୀ,: ନିଜ ନିଜର ବାସନ୍ଦ ପରେ ଉଭୟ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍‌ସ ଆସନ୍ତାବର୍ଷ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)କୁ ଫେରିବା ପାଇଁ ସଜବାଜ ହୋଇଗଲେଣି। ଫେରନ୍ତା ପଥରେ ଉଭୟ ଫ୍ରାଞ୍ଚାଇଜ୍‌ ସେମାନଙ୍କ ଦଳରୁ ଖେଳୁଥିବା ପୂର୍ବ ଖେଳାଳିମାନଙ୍କୁ ବଜାୟ ରଖିପାରିବେ ବୋଲି ଏକ ପ୍ରସ୍ତାବ ଆଗତ କରାଯାଇଛି। ଆଇପିଏଲ୍‌ ପରିଚାଳନା ପରିଷଦ ପକ୍ଷରୁ ଆସିଥିବା ଏହି ପ୍ରସ୍ତାବକୁ ଆସନ୍ତାମାସ କର୍ମଶାଳାରେ ଯଦି ଫ୍ରାଞ୍ଚାଇଜ୍‌ମାନେ ଗ୍ରହଣ କରିନିଆନ୍ତି, ତେବେ ମହେନ୍ଦ୍ର ସିଂହ ଧୋନିଙ୍କ ସାଙ୍ଗକୁ ସୁରେଶ ରାଇନା ଓ ରବୀନ୍ଦ୍ର ଜାଦେଜା ଚେନ୍ନାଇ ସୁପର କିଙ୍ଗ୍‌ସକୁ ଫେରିବା

Advertisment

ସହଜ ହୋଇଯିବ। ଗତ ଦୁଇ ସଂସ୍କରଣ ଧରି ଧୋନି ରାଇଜିଂ ପୁନେ ସୁପରଜିଆଣ୍ଟ୍‌ସ ଏବଂ ରାଇନା ଓ ଜାଦେଜା ଗୁଜରାଟ ଲାୟନ୍‌ସ ପକ୍ଷରୁ ଖେଳୁଛନ୍ତି। ଉଭୟ ଚେନ୍ନାଇ ଓ ରାଜସ୍ଥାନ ଫ୍ରାଞ୍ଚାଇଜ୍‌ ଅତି କମ୍‌ରେ ୩ରୁ ୫ ଜଣ ଲେଖାଏଁ ଖେଳାଳି ନିଜ ପାଖରେ ରଖିପାରିବା ନେଇ ଆମେ ପ୍ରସ୍ତାବ ଦେଇଛୁ। ଆଉ ଏହା ଗହଣୀୟ ହେଲେ ଧୋନି, ରାଇ ଓ ଜାଦେଜାଙ୍କୁ ଚେନ୍ନାଇ ଦଳକୁ ଫେରିବା ନିଶ୍ଚିତ ହୋଇଯିବ ବୋଲି ଶୁକ୍ଳା କହିଛନ୍ତି।