କଳିଙ୍ଗ ଓପନ୍ ଗଲ୍‌ଫ: ଦିଲୀପ ତିର୍କି, ଲଖୀ ସ୍ବାଇଁ ବିଜେତା

ଭୁବନେଶ୍ବର ଗଲ୍‌ଫ କୋର୍ସରେ ଗତ ସପ୍ତାହନ୍ତରେ ୨୧ତମ କଳିଙ୍ଗ ଓପନ୍ ଗଲ୍‌ଫ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଗ୍ରୁପ୍ (୦-୧୬)ରେ ହକି ଅଲିମ୍ପିଆନ୍ ଦିଲୀପ ତିର୍କି ବିଜେତା ହୋଇଥିବାବେହେଳ କ୍ୟାପଟେନ୍‌ ସୁଭାଷ ଦାସ ବେଷ୍ଟ ଗ୍ରସ୍‌ ଓ ଅସିତ କୁମାର ସାହୁ ଉପବିଜେତା ହୋଇଛନ୍ତି।

3b08e805-d2e1-4d6b-a863-dcd8157328e4

ଭୁବନେଶ୍ବର: ଭୁବନେଶ୍ବର ଗଲ୍‌ଫ କୋର୍ସରେ ଗତ ସପ୍ତାହନ୍ତରେ ୨୧ତମ କଳିଙ୍ଗ ଓପନ୍ ଗଲ୍‌ଫ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଗ୍ରୁପ୍ (୦-୧୬)ରେ ହକି ଅଲିମ୍ପିଆନ୍ ଦିଲୀପ ତିର୍କି ବିଜେତା ହୋଇଥିବାବେହେଳ କ୍ୟାପଟେନ୍‌ ସୁଭାଷ ଦାସ ବେଷ୍ଟ ଗ୍ରସ୍‌ ଓ ଅସିତ କୁମାର ସାହୁ ଉପବିଜେତା ହୋଇଛନ୍ତି।

ଏହି ଖବର ପଢ଼ନ୍ତୁ: କୋର୍ଟରେ ହାଜର ହେଲେ ସାଂସଦ

ସେହ‌ିଭଳି ୧୭-୨୪ ହ୍ୟାଣ୍ଡିକ୍ୟାପ୍‌ ଶ୍ରେଣୀରେ ଅଜୟ ଦାସ ଓ ସତ୍ୟରଂଜନ ବେ‌ହୁରା ଯଥାକ୍ରମେ ବିଜେତା ଓ ଉପବିଜେତା ହୋଇଛନ୍ତି। ମହିଳା ବିଭାଗରେ ଲଖି ସ୍ବାଇଁ ପ୍ରାଧାନ୍ୟ ଅବ୍ୟାହତ ରଖି ବିଜୟିନୀ ହୋଇଥିବାବେଳେ ରେବତୀ ପାଣି ଉପବିଜୟିନୀ ହୋଇଛନ୍ତି। ବରିଷ୍ଠ ବର୍ଗରେ ନରେନ୍ଦ୍ର ପାଲ୍ ସିଂହ ଓ ଏୟାର ମାର୍ଶାଲ ଜେଏନ୍ ବର୍ମା ଯଥାକ୍ରମେ ବିଜେତା ଓ ଉପବିଜେତା ହୋଇଛନ୍ତି।

ଏହି ଖବର ପଢ଼ନ୍ତୁ: ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା

ଏହି ୩ ଦିନିଆ ପ୍ରତିଯୋଗିତାରେ ଆୟୋଜକ ବିଜିସି ସହିତ ପିପିଟି, ଏମ୍‌ଜିସି, ୧୨୦-ଟିଏ, ବ୍ରାହ୍ମଣୀ କ୍ଲବ୍‌ ଓ ଗୋପାଳପୁରରୁ ମୋଟ ୧୪୨ ଜଣ ଗଲ୍‌ଫର ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe