Djokovic-Alcaraz in the final: ଫାଇନାଲ୍‌ରେ ଜୋକୋଭିକ୍‌-ଅଲ୍‌କାରାଜ

Advertisment

ସର୍ବିୟା ତାରକା ନୋଭାକ ‌ଜୋକୋଭିକ୍‌ ରେକର୍ଡ ୨୫ତମ ଗ୍ରାଣ୍ଡ ସ୍ଲାମ୍‌ ସ୍ବପ୍ନଠୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ଶୁକ୍ରବାର ସ୍ଥାନୀୟ ରଡ୍‌ ଲାଭର ଏରିନାରେ ଖେଳାଯାଇଥିବା ପୁରୁଷ ଏକକ ସେମିଫାଇନାଲ୍‌ରେ ବିଶ୍ବର....

ସର୍ବିୟା ତାରକା ନୋଭାକ ‌ଜୋକୋଭିକ୍‌ ରେକର୍ଡ ୨୫ତମ ଗ୍ରାଣ୍ଡ ସ୍ଲାମ୍‌ ସ୍ବପ୍ନଠୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ଶୁକ୍ରବାର ସ୍ଥାନୀୟ ରଡ୍‌ ଲାଭର ଏରିନାରେ ଖେଳାଯାଇଥିବା ପୁରୁଷ ଏକକ ସେମିଫାଇନାଲ୍‌ରେ ବିଶ୍ବର....

gjgdjgdjbcnbnbn

ମେଲ୍‌ବର୍ଣ୍ଣ: ସର୍ବିୟା ତାରକା ନୋଭାକ ‌ଜୋକୋଭିକ୍‌ ରେକର୍ଡ ୨୫ତମ ଗ୍ରାଣ୍ଡ ସ୍ଲାମ୍‌ ସ୍ବପ୍ନଠୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ଶୁକ୍ରବାର ସ୍ଥାନୀୟ ରଡ୍‌ ଲାଭର ଏରିନାରେ ଖେଳାଯାଇଥିବା ପୁରୁଷ ଏକକ ସେମିଫାଇନାଲ୍‌ରେ ବିଶ୍ବର ଏହି ୪ନମ୍ବର ଖେଳାଳି ୩-୬, ୬-୩, ୪-୬, ୬-୪, ୬-୪ ସେଟ୍‌ରେ ଗତ ଦୁଇ ସଂସ୍କରଣର ବିଜେତା ୟାନିକ ସିନ୍ନରଙ୍କୁ ମାତ୍‌ ଦେଇଥିଲେ। ଏହି ପରାଜୟ ସହ ବିଶ୍ବର ୨ ନମ୍ବର ଇଟାଲୀ ଖେଳାଳି ସିନ୍ନର ଏଠାରେ ହ୍ୟାଟ୍ରିକ୍‌ ଅର୍ଜନ କରିବାର ଆଶା ମରି ଯାଇଛି। ଦୁଇ ବର୍ଷ ପରେ ସିନ୍ନରଙ୍କ ବିପକ୍ଷରେ ବିଜୟ ପାଇ ନଥିବା ଜୋକୋଭିକ୍‌ ପ୍ରଥମ ସେଟ୍‌ ହାରିଯାଇଥିଲେ। ହେଲେ ଦ୍ବିତୀୟକୁ ସେଟ୍‌କୁ ଜିତି ପ୍ରତ୍ୟାବର୍ତ୍ତନ କରିଥିଲେ ମେଲ୍‌ବର୍ଣ୍ଣରେ ୧୦ ଥର ଟ୍ରଫି ଜିତିଥିବା ଜୋକୋଭିକ୍‌। ତୃତୀୟ ସେଟ୍‌କୁ ୪ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସିନ୍ନର ଜିତି ଆଗେଇ ଯାଇଥିଲେ। ତେବେ ଶେଷ ୨ ସେଟ୍‌କୁ ୩୮ ବର୍ଷୀୟ ଜୋକୋଭିକ୍‌ ଜିତି ୩୮ତମ ଥର ଲାଗି ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ରବିବାର ଫାଇନାଲ୍‌ରେ ସେ ବିଶ୍ବର ୧ ନମ୍ବର କାର୍ଲୋସ ଆଲ୍‌କାରାଜଙ୍କୁ ଭେଟିବେ।

CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

୬ ଗ୍ରାଣ୍ଡ ସ୍ଲାମ୍‌ ବିଜେତା ସ୍ପେନ୍‌ ତାରକା ଆଲକାରାଜ୍ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ସେମିଫାଇନାଲ୍‌ରେ ବିଶ୍ବର ୩ ନମ୍ବର ଜର୍ମାନୀର ଆଲେକ୍‌ଜାଣ୍ଡାର୍ ‌ଭେରେଭଙ୍କୁ ୬-୪, ୭-୬, ୬-୭, ୬-୭, ୭-୫ ସେଟ୍‌ରେ ପରାସ୍ତ କରିଛନ୍ତି। ଏହି ମୁକାବିଲାଟି ୫ ଘଣ୍ଟା ୨୭ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଯାହା ସବୁଠୁ ଲମ୍ବା ଅଷ୍ଟ୍ରେଲିଆନ୍‌ ଓପନ୍‌ ସେମିଫାଇନାଲ୍‌ର ମାନ୍ୟତା ପାଇଛି। ଏହି ବିଜୟ ସହ ଆଲ୍‌କାରାଜ ପ୍ରଥମ ଥର ଏଠାରେ ଫାଇନାଲ୍‌ ପହଞ୍ଚି ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି ଜିତିବାର ସ୍ବପ୍ନକୁ ଉଜ୍ଜୀବିତ କରିଛନ୍ତି। ‌୨୨ ବର୍ଷୀୟ ଆଲ୍‌କାରାଜ ୨ ଥର ଲେଖାଏଁ ଫ୍ରେଞ୍ଚ ଓପନ୍‌, ୱିମ୍ବଲଡନ୍‌ ଓ ୟୁଏସ୍‌ ଓପନ୍‌ ଜିତିଥିଲା ବେଳେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟ୍ରଫି ଧରିବାର ସୁଯୋଗ ପାଇ ନାହାନ୍ତି। ରବିବାର ଫାଇନାଲ୍‌ ଜିତି କ୍ୟାରିୟର୍‌ ଗ୍ରାଣ୍ଡ ସ୍ଲାମ୍‌ ସ୍ବପ୍ନ ଆଶା ପୂରଣ ଲକ୍ଷ୍ୟ ରହିଛନ୍ତି ସେ। ମ୍ୟାଚ୍ ଜିତିବା ପରେ ଆଲକାରାଜ କହିଛନ୍ତି, ‘‘ତୃତୀୟ ସେଟ୍ ସମୟରେ ମୁଁ କିଛିଟା ସମସ୍ୟାର ସମ୍ମୁଖୀନ ହୋଇଥିଲି। ଏହା ମୋ କ୍ୟାରିୟରର ସବୁଠାରୁ ଶାରୀରିକ ପରିଶ୍ରମଭରା ମ୍ୟାଚ୍ ଥିଲା। କିନ୍ତୁ ମୁଁ ଶେଷ ପଏଣ୍ଟ୍‌ ପର୍ଯ୍ୟନ୍ତ ସଂଘର୍ଷ କରି ଜିତିଲି।’’

Mohan Charan Majhi: ଗଂଜାମ ଜିଲ୍ଲାବାସୀଙ୍କୁ ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଭେଟି ଦେଲେ ରାଜ୍ୟ ସରକାର

ମିଶ୍ରିତ ଯୁଗଳ ଟ୍ରଫି ବଜାୟ ରଖିଲେ ଗାଡେକି-ପିଅର୍ସ

ଅଷ୍ଟ୍ରେଲିଆର ଓଲିଭିଆ ଗାଡେକି ଓ ଜନ୍‌ ପିଅର୍ସ ‘ଅଷ୍ଟ୍ରେଲିଆନ୍‌ ଓପନ୍‌’ ଟେନିସ୍‌ ପ୍ରତିଯୋଗିତାରେ ମିଶ୍ରିତ ଯୁଗଳ ଟ୍ରଫି କରାୟତ୍ତ କରିଛନ୍ତି। ଶୁକ୍ରବାର ଫାଇନାଲ୍‌ରେ ଗତ ସଂସ୍କରଣ ଏହି ବିଜେତା ଯୋଡ଼ି ୪-୬, ୬-୩, ୧୦-୮ ସେଟ୍‌ରେ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିକ ଓ ମାନୁଏଲ ଗୁଏନାର୍ଡକୁ ପରାସ୍ତ କରି ଟ୍ରଫି ବଜାୟ ରଖିବାକୁ ସକ୍ଷମ ହୋଇଛନ୍ତି। ଏଥିସହ ଏହି ଅଷ୍ଟ୍ରେଲୀୟ ଯୋଡ଼ି ଅଷ୍ଟ୍ରେଲିଆନ୍‌ ଓପନ୍‌ ମିଶ୍ରିତ ଯୁଗଳ ମୁକୁଟ ବଜାୟ ରଖିବାରେ ୩୭ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ଜାନା ନୋଭାତ୍‌ନା ଓ ଜିମ ପୁଗ୍‌ ଯୋଡ଼ି ୧୯୮୯ରେ ସେମାନଙ୍କ ମୁକୁଟ ବଜାୟ ରଖିଥିଲେ। ୬୨ ବର୍ଷ ତଳେ ପ୍ରଥମ ଅଷ୍ଟ୍ରେଲୀୟ ‌ଯୋଡ଼ି ଭାବେ ମାଗାରେଟ୍‌ କୋର୍ଟ ଓ କେନ୍‌ ଫ୍ଲେଚର୍‌ ଏହି ସଫଳତା ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe