England defeated Team India Photograph: (Sambad.in)
ରାଜକୋଟ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ୨୬ ରନ୍ରେ ପରାଜିତ କରିଛି।
ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ତୃତୀୟ ଥର ପାଇଁ ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟରେ ୧୭୧ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୭୨ ରନ୍ ରହିଥିଲା।
ତେବେ ଟିମ୍ ଇଣ୍ଡିଆ ବିଜୟ ଲକ୍ଷ୍ୟର ପିଛା କରି ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୧୪୫ ରନ୍ କରିଥିଲା। ଏହି ମ୍ୟାଚ୍ରେ ପରାଜିତ ହୋଇ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି।
ଟିମ୍ ଇଣ୍ଡିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ ୱିକେଟ ଏବଂ ଅକ୍ଷର ପଟେଲ ଏବଂ ରବି ବିଶ୍ନୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଅଧିକ ପଢ଼ନ୍ତୁ: ମୌନି ଅମାବାସ୍ୟାରେ କୁମ୍ଭମେଳାକୁ ରେକର୍ଡ ସଂଖ୍ୟକ ୩୬୦ ଟ୍ରେନ୍ ଚଳାଚଳ
Follow Us