fans who came to meet Virat were chased away by the police Photograph: (Sambad.in)
ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ରେଳବାଇ ମଧ୍ୟରେ ମ୍ୟାଚ୍ ୩୦ ଜାନୁଆରିରୁ ୧ ଫେବ୍ରୁଆରି ମଧ୍ୟରେ ରଣଜୀ ଟ୍ରଫି ଅରୁଣଜେଟଲୀ ଷ୍ଟାଇଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ବିରାଟ କୋହଲି ମଧ୍ୟ ୧୨ ବର୍ଷର ବ୍ୟବଧାନ ପରେ ରଣଜୀ ଖେଳିବାକୁ ଆସିଥିଲେ।
ବିରାଟଙ୍କୁ ଦେଖିବା ପାଇଁ ହଜାର ହଜାର ପ୍ରଶଂସକ ପହଞ୍ଚିଥିଲେ। ମ୍ୟାଚ୍ର ତୃତୀୟ ଦିନରେ ଜଣେ ପ୍ରଶଂସକ ଜବରଦସ୍ତ ପଡ଼ିଆରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ପରେ ସୁରକ୍ଷାକର୍ମୀ ଏବଂ ପୁଲିସ ପ୍ରଶଂସକଙ୍କୁ ମାଡ ମାରିଥିଲେ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ପ୍ରଶଂସକ ବିରାଟ କୋହଲିଙ୍କୁ ଭେଟିବା ପାଇଁ ବେଆଇନ ଭାବେ ଷ୍ଟାଡିୟମରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟ ମଧ୍ୟରେ ଜଣେ ସିକ୍ୟୁରିଟି ଗାର୍ଡ କ୍ରମାଗତ ଭାବରେ ପ୍ରଶଂସକଙ୍କୁ ପିଟୁଥିଲେ। ତେବେ ଏହା ପରେ ମଧ୍ୟ ପ୍ରଶଂସକ ଷ୍ଟାଡିୟମରେ ପ୍ରବେଶ କରିବାକୁ ଚାହୁଁଥିଲେ।
ବିରାଟ କୋହଲି ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛନ୍ତି। ସେ ଫେବୃଆରୀ ୬ରୁ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ଖେଳିବେ।
ଅଧିକ ପଢ଼ନ୍ତୁ: ବଜେଟ୍ ନେଇ ଭାଇରାଲ୍ ମେମ୍: ଟିକସ ଛାଡ୍ ପରେ ସୋସିଆଲ ମିଡିଆରେ ମଧ୍ୟବିତ୍ତ ବର୍ଗ ନାଚୁଥିବାର ଭିଡିଓ
Follow Us