fans who came to meet Virat were chased away by the police Photograph: (Sambad.in)
ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ରେଳବାଇ ମଧ୍ୟରେ ମ୍ୟାଚ୍ ୩୦ ଜାନୁଆରିରୁ ୧ ଫେବ୍ରୁଆରି ମଧ୍ୟରେ ରଣଜୀ ଟ୍ରଫି ଅରୁଣଜେଟଲୀ ଷ୍ଟାଇଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ବିରାଟ କୋହଲି ମଧ୍ୟ ୧୨ ବର୍ଷର ବ୍ୟବଧାନ ପରେ ରଣଜୀ ଖେଳିବାକୁ ଆସିଥିଲେ।
ବିରାଟଙ୍କୁ ଦେଖିବା ପାଇଁ ହଜାର ହଜାର ପ୍ରଶଂସକ ପହଞ୍ଚିଥିଲେ। ମ୍ୟାଚ୍ର ତୃତୀୟ ଦିନରେ ଜଣେ ପ୍ରଶଂସକ ଜବରଦସ୍ତ ପଡ଼ିଆରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ପରେ ସୁରକ୍ଷାକର୍ମୀ ଏବଂ ପୁଲିସ ପ୍ରଶଂସକଙ୍କୁ ମାଡ ମାରିଥିଲେ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ପ୍ରଶଂସକ ବିରାଟ କୋହଲିଙ୍କୁ ଭେଟିବା ପାଇଁ ବେଆଇନ ଭାବେ ଷ୍ଟାଡିୟମରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟ ମଧ୍ୟରେ ଜଣେ ସିକ୍ୟୁରିଟି ଗାର୍ଡ କ୍ରମାଗତ ଭାବରେ ପ୍ରଶଂସକଙ୍କୁ ପିଟୁଥିଲେ। ତେବେ ଏହା ପରେ ମଧ୍ୟ ପ୍ରଶଂସକ ଷ୍ଟାଡିୟମରେ ପ୍ରବେଶ କରିବାକୁ ଚାହୁଁଥିଲେ।
ଜଣେ ପୁଲିସ ପ୍ରଶଂସକଙ୍କ ଗୋଡ ଧରି ତାଙ୍କୁ ବ୍ୟାରିକେଡରୁ ଓହ୍ଲାଇଥିଲା ଏବଂ ପରେ ପ୍ରଶଂସକଙ୍କୁ ବିଧା ଗୋଇଠା ମାରିଥିଲେ। ଏହି ସମଗ୍ର ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ୧୨ବର୍ଷ ପରେ ରଣଜୀ ଟ୍ରଫି ଖେଳିବାକୁ ଆସିଥିବା ବିରାଟ କୋହଲି ତାଙ୍କ ପ୍ରଶଂସକଙ୍କୁ ଅଧିକ ପ୍ରଭାବିତ କରିପାରି ନଥିଲେ। ସେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ସେ ମାତ୍ର ୬ ରନ୍ର ଇନିଂସ ଖେଳିଥିଲେ। ତାଙ୍କୁ ରେଳବାଇର ଦ୍ରୁତ ବୋଲର ହିମାଂଶୁ ସାଙ୍ଗୱାନ୍ କ୍ଲିନ୍ ବୋଲ୍ଡ କରି ପାଭିଲିୟନକୁ ପଠାଇଥିଲେ।
ତଥାପି, ଦିଲ୍ଲୀ ଏହି ମ୍ୟାଚ୍କୁ ଗୋଟିଏ ଇନିଂସ ଏବଂ ୧୯ ରନ୍ରେ ଜିତିଥିଲା। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ରେଳବାଇ ୨୪୧ ରନ୍ କରିଥିଲା। ଦଳ ପକ୍ଷରୁ ଉପେନ୍ଦ୍ର ଯାଦବ ସର୍ବାଧିକ ରନ କରିଥିଲେ। ସେ ୧୭୭ ବଲ୍ରେ ୯୫ ରନ୍ର ଏକ ଇନିଂସ ଖେଳିଥିଲେ। ଯେତେବେଳେ ପ୍ରଥମ ଇନିଂସରେ ଦିଲ୍ଲୀ ୩୭୪ ରନ କରିଥିଲା।
ଅଧିକ ପଢ଼ନ୍ତୁ: ଅଘୋରୀ ବାବାଙ୍କୁ ପ୍ରେମ କରି ବସିଲେ ରୁଷିଆର ଯୁବତୀ, ବିବାହ କଲେ
ଦିଲ୍ଲୀ ପକ୍ଷରୁ ଆୟୁଷ ବାଡୋନି ୯୯ ଏବଂ ସୁମିତ ମାଥୁର ୮୬ ରନ କରିଥିଲେ, ଯାହା ଫଳରେ ଦିଲ୍ଲୀ ୩୭୪ ରନ କରିଥିଲା। ଦ୍ୱିତୀୟ ଇନିଂସରେ, ରେଳବାଇ ୧୧୪ ରନରେ ଅଲଆଉଟ୍ ହୋଇଯାଇଥିଲା ଏବଂ ଦିଲ୍ଲୀ ତୃତୀୟ ଦିନରେ ହିଁ ଏକ ଇନିଂସ ଏବଂ ୧୯ ରନରେ ମ୍ୟାଚ୍ ଜିତିଥିଲା।
ବିରାଟ କୋହଲି ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛନ୍ତି। ସେ ଫେବୃଆରୀ ୬ରୁ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ଖେଳିବେ।
ଅଧିକ ପଢ଼ନ୍ତୁ: ବଜେଟ୍ ନେଇ ଭାଇରାଲ୍ ମେମ୍: ଟିକସ ଛାଡ୍ ପରେ ସୋସିଆଲ ମିଡିଆରେ ମଧ୍ୟବିତ୍ତ ବର୍ଗ ନାଚୁଥିବାର ଭିଡିଓ
Follow Us