ଚତୁର୍ଥ ଟେଷ୍ଟ: ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୩୧୧/୬

ମେଲବର୍ଣ୍ଣରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ପ୍ରଥମ ଦିନରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛି। ଚାରିଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ଡେବ୍ୟୁ କରିଥିବା ବ୍ୟାଟ୍ସମ୍ୟାନ୍ ସାମ୍ କନଷ୍ଟାସ୍‌ଙ୍କ ନେଇ ଅଧିକ ଚର୍ଚ୍ଚା ହେଉଛି...

IND vs AUS 4th Test Day 1

ମେଲବୋର୍ଣ୍ଣ: ମେଲବୋର୍ଣ୍ଣରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ  ପ୍ରଥମ ଦିନ ଆୟୋଜକ ଅଷ୍ଟ୍ରେଲିଆ ପ୍ରଥମ ଦିନରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛି। ଚାରିଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ କରିଛନ୍ତି।

ତେବେ ଡେବ୍ୟୁ କରିଥିବା ବ୍ୟାଟ୍ସମ୍ୟାନ୍ ସାମ୍ କନଷ୍ଟାସ୍‌ଙ୍କ ନେଇ ଅଧିକ ଚର୍ଚ୍ଚା ହେଉଛି। ଏହା ହେଉଛି ପାଞ୍ଚ ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍। ଏହି ମ୍ୟାଚ୍‌ରେ, ୧୯ ବର୍ଷୀୟ ସାମ୍ କନଷ୍ଟାସ୍ ଡେବ୍ୟୁ କରିଥିଲେ ଏବଂ ନିଜର ଶକ୍ତିଶାଳୀ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମ ଦିନର ଖେଳ ଶେଷ ସମୟରେ ଷ୍ଟିଭ୍ ସ୍ମିଥ୍ ୬୮ ରନ୍‌ରେ ଅପରାଜିତ ଥିବା ବେଳେ ପ୍ୟାଟ୍ କମିନ୍ସ ୮ ରନ୍ କରି ଖେଳୁଥିଲେ। 

ମେଲବୋର୍ଣ୍ଣରେ ଭାରତ ଦୁଇ ଜଣ ସ୍ପିନରଙ୍କ ସହ ଯିବାକୁ ସ୍ଥିର କରିଥିଲା, କିନ୍ତୁ ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍ ପ୍ରମାଣିତ ହୋଇନାହିଁ।

ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ଅଷ୍ଟ୍ରେଲିଆ ୬ ୱିକେଟ୍ ହରାଇ ୩୧୧ ରନ୍ ସଂଗ୍ରହ କରିଛି। ପ୍ରଥମ ଦିନରେ ସାମ୍ କନଷ୍ଟାସ୍, ଉସମାନ ଖ୍ବାଜା, ମାର୍ନସ୍ ଲାବୁସାଗ୍ନେ ଏବଂ ଷ୍ଟିଭ୍ ସ୍ମିଥ୍ ଅର୍ଦ୍ଧଶତକ ହାସଲ କରିଥିଲେ। ଜସପ୍ରୀତ ବୁମ୍ରା ଭାରତ ପାଇଁ ତିନୋଟି ୱିକେଟ୍ ନେଇଥିଲେ। 

ଅଷ୍ଟ୍ରେଲିଆ ଟସ୍ ଜିତି ଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିବା ପରେ ଖ୍ବାଜା ଏବଂ କନଷ୍ଟାସ୍ ଅଷ୍ଟ୍ରେଲିଆ ଦଳ ପାଇଁ ଏକ ଭଲ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍ ପାଇଁ ୮୯ ରନ୍ ଯୋଡିଥିଲେ। ୬୫ବଲରେ ୬୦ ରନ୍ ସ୍କୋର କରିବା ପରେ କନଷ୍ଟାସ୍ ଆଉଟ୍ ହୋଇଥିଲେ। ସେ ୬ ଚୌକା ଏବଂ ୨ଟି ଛକା ମାରିଥିଲେ। ବିଶେଷ କଥା ହେଲା ଏହି ଯୁବ ବ୍ୟାଟ୍ସମ୍ୟାନ୍ ଜସପ୍ରୀତ ବୁମ୍ରାଙ୍କ ବଲ୍‌ରେ ରାମ୍ପ ସଟ୍ ଖେଳି ବାଉଣ୍ଡ୍ରି ଲଗାଇଥିଲେ। ଏହି କାରଣରୁ ତାଙ୍କୁ ବହୁତ ପ୍ରଶଂସା କରାଯାଉଛି । ରବିନ୍ଦ୍ର ଜାଡେଜା କନଷ୍ଟାସ୍‌ଙ୍କୁ ପାଭିଲିୟନ ଫେରାଇଥିଲେ। 

ଦ୍ୱିତୀୟ ୱିକେଟ୍ ପାଇଁ ମଧ୍ୟ ଅର୍ଦ୍ଧ ଶତକର ଭାଗିଦାରୀ ହୋଇଥିଲା। ଖ୍ବାଜା ଦ୍ୱିତୀୟ ୱିକେଟ୍‌ରେ ପାଭିଲିୟନ ଫେରିଥିଲେ। ୧୨୧ ବଲରେ ୫୭ ରନ୍ ସ୍କୋର କରିବା ପରେ ସେ ଆଉଟ୍ ହୋଇଥିଲେ। ସେ  ୬ ଚୌକା ମାରିଥିଲେ।  ବୁମ୍ରା ଖ୍ବାଜାଙ୍କୁ ପ୍ୟାଭିଲିୟନକୁ ପଠାଇଥିଲେ । ତା’ପରେ ସ୍ମିଥ୍ ଏବଂ ଲାବୁସାଗ୍ନେ  ୮୩ ରନ୍‌ର ଭାଗିଦାରୀ କରିଥିଲେ। 

୭ ଚୌକା ସହାୟତାରେ ୧୪୫ ବଲରେ ୭୨ ରନ୍ ସ୍କୋର କରିବା ପରେ ଲାବୁସାଗ୍ନେ ଆଉଟ୍ ହୋଇଥିଲେ। ୱାଶିଂଟନ ସୁନ୍ଦର ତାଙ୍କୁ ପାଭିଲିୟନକୁ ପଠାଇଥିଲେ। ତା’ପରେ ଟ୍ରାଭିସ୍ ହେଡ୍ ଏବଂ ମିଚେଲ ମାର୍ଶ ଖେଳିବାକୁ ଆସିଥିଲେ। ହେଡ୍ ଶୂନରେ ଫେରିଥିଲେ ଏବଂ ମାର୍ଶ ୪ ରନ୍ କରି ପାଭିଲିୟନକୁ ଫେରିଥିଲେ। ଦୁଇଟି ୱିକେଟ୍‌ରେ ୨୩୭ ରନ୍ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସ୍ଥିତି ୫ ୱିକେଟ୍‌ରେ ୨୪୬ ରନ୍‌ରେ ପହଞ୍ଚିଥିଲା। 

ଅଧିକ ପଢ଼ନ୍ତୁ: ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ ରଣବୀର ଓ ତାଙ୍କ ପ୍ରେମିକା, ବଞ୍ଚାଇଲେ ଆଇପିଏସ୍ ଅଫିସର

ଏହା ପରେ ଆଲେକ୍ସ କେରି ଏବଂ ଷ୍ଟିଭ୍ ସ୍ମିଥ୍ ଏକ ଅର୍ଦ୍ଧ ଶତକର ସହଭାଗିତା କରିଥିଲେ। ୪୧ ବଲରେ ୩୧ ରନ୍ ସ୍କୋର କରିବା ପରେ କେରି ଆଉଟ୍ ହୋଇଥିଲେ। ଆକାଶଦୀପ ତାଙ୍କୁ ପାଭିଲିୟନକୁ ପଠାଇଥିଲେ। ଅଷ୍ଟ୍ରେଲିଆର ଷଷ୍ଠ ୱିକେଟ୍ ୨୯୯ ରନ୍‌ରେ  ପଡିଥିଲା। ଏହା ପରେ କମିନ୍ସ ଏବଂ ସ୍ମିଥ୍ କୌଣସି ୱିକେଟ୍ ଖସିବାକୁ ଦେଇ ନ ଥିଲେ। ବୁମ୍ରା ଭାରତ ପାଇଁ ୩ ୱିକେଟ୍ ନେଇଥିଲେ। ଏହା ସହିତ ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର ଏବଂ ଆକାଶଦୀପ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। 

ଅଧିକ ପଢ଼ନ୍ତୁ:କୋହଲିଙ୍କୁ ଆଇସିସିର ବଡ଼ ଝଟକା: କଟିଲା ୨୦ ପ୍ରତିଶତ ମ୍ୟାଚ୍ ଫି’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe