ଚେନ୍ନାଇ: ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା କନିଷ୍ଠ ହକି ବିଶ୍ବକପ୍ରେ ଆୟୋଜକ ଭାରତ ବୃହତ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ରେ ଚିଲିକୁ ଏକତରଫା ଭାବେ ୭-୦ ଗୋଲ୍ରେ ହରାଇ ଦେଇଛି। ଭାରତୀୟ ଦଳର ଏହି ଗୋଲ୍ ବର୍ଷାରେ ଓଡ଼ିଆ ତାରକା ରୋଶନ ମିଞ୍ଜ୍ (୧୬, ୨୧ ମିନିଟ୍) ଓ ଅନମୋଲ୍ ଏକ୍କା (୪୮ ମିନିଟ୍) ତିନିଟି ଗୋଲ୍ ଦେଇ ପ୍ରମୁଖ ଭୂମିକା ତୁଲାଇଛନ୍ତି। ପୁଣି ଅଲିମ୍ପିଆନ୍ ତଥା ପୂର୍ବତନ ଭାରତୀୟ ରକ୍ଷଣଭାଗ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ପ୍ରଶିକ୍ଷଣରେ ଭାରତ ଜିତିବା ଉଲ୍ଲେଖନୀୟ ରହିଛି।
Sriprakash Jaiswal dies : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରକାଶ ଜୟସୱାଲଙ୍କ ପରଲୋକ
Neglect: ୭ ବର୍ଷ ଧରି ବିପଦସଙ୍କୁଳ ଗ୍ରାମବାସୀଙ୍କ ଯାତାୟତ ପ୍ରଭାବିତ, ନିର୍ମାଣ କଲେ କାଠ ପୋଲ
ଭାରତ ପାଇଁ ଅନ୍ୟ ତିନିଟି ଗୋଲ୍ ଦିଲ୍ରାଜ ସିଂହ (୨୫, ୩୪ ମିନିଟ୍), ଅଜିତ ଯାଦବ (୩୫ ମିନିଟ୍) ଏବଂ ଅଧିନାୟକ ରୋହିତ (୬୦) ଦେଇଛନ୍ତି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୂରା ନିୟନ୍ତ୍ରଣରେ ରଖିଥିବା ଭାରତ ଏହି ମ୍ୟାଚ୍ରେ ପ୍ରଥମାର୍ଦ୍ଧ ସୁଦ୍ଧା ୩-୦ରେ ଆଗୁଆ ଥିଲା। ଦ୍ବିତୀୟାର୍ଦ୍ଧରେ ଆଉ ୪ଟି ଗୋଲ୍ ଦେଇ ସହଜ ବିଜୟରେ ମୁଣ୍ଡି ମାରିଥିଲା। ଭାରତ ପରବର୍ତ୍ତୀ ମ୍ୟାଚ୍ରେ ଶନିବାର ଓମାନକୁ ଭେଟିବ। ଶୁକ୍ରବାର ଖେଳାଯାଇଥିବା ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରୁ ଉଦ୍ଘାଟନୀ ମୁକାବିଲାକୁ ୭ ଥର ବିଜେତା ଜର୍ମାନୀ ୪-୦ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ସ୍ପେନ୍ ୮-୦ରେ ଇଜିପ୍ଟକୁ ଏବଂ ସ୍ବିଜରଲାଣ୍ଡ୍ ୪-୦ରେ ଓମାନକୁ ଧରାଶାୟୀ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/29/fhfsfhxvbvb-2025-11-29-00-59-19.jpg)