ଜିମ୍ବାୱେ ଟି-୨୦ରେ ରଚିଲା ଇତିହାସ: ରାଜାଙ୍କ ଧୂଆଁଧାର ବ୍ୟାଟିଂ

Advertisment

ଜିମ୍ବାୱେ ଟି-୨୦ ଇଣ୍ଟରନ୍ୟାସନାଲ୍‌ର ସବୁଠାରୁ ବଡ ବିଜୟର ସ୍ୱାଦ ଚାଖିଛି। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୩୪୪ ରନ୍ ସ୍କୋର କରିଥିଲା, ଏହାର ଜବାବରେ ଗାମ୍ବିଆ ମାତ୍ର ୫୪ ରନ୍‌ରେ ଅଲ୍ଆଉଟ୍ ହୋଇଯାଇଥିଲା...

ଜିମ୍ବାୱେ ଟି-୨୦ ଇଣ୍ଟରନ୍ୟାସନାଲ୍‌ର ସବୁଠାରୁ ବଡ ବିଜୟର ସ୍ୱାଦ ଚାଖିଛି। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୩୪୪ ରନ୍ ସ୍କୋର କରିଥିଲା, ଏହାର ଜବାବରେ ଗାମ୍ବିଆ ମାତ୍ର ୫୪ ରନ୍‌ରେ ଅଲ୍ଆଉଟ୍ ହୋଇଯାଇଥିଲା...

11amznnxxpa

ନାଇରୋବି: ଜିମ୍ବାୱେ ଟି-୨୦ ଇଣ୍ଟରନ୍ୟାସନାଲ୍‌ର ସବୁଠାରୁ ବଡ ବିଜୟର ସ୍ୱାଦ ଚାଖିଛି। ନାଇରୋବିର ରୁଆରୋକା ସ୍ପୋର୍ଟସ କ୍ଲବ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେର ବ୍ୟାଟ୍ସମ୍ୟାନମାନେ ଗାମ୍ବିଆ ବିପକ୍ଷରେ ଧାର୍ଯ୍ୟ ୨୦ ଓଭରରେ ୩୪୪ ରନ୍ ସ୍କୋର କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ।

ଦଳ ପକ୍ଷରୁ ସିକନ୍ଦର ରାଜା ଏକ ବିସ୍ଫୋରକ ଶତକ ହାସଲ କରି ମାତ୍ର ୪୩ ବଲରେ ୧୩୩ ରନର ଧୂଆଁଧାର ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ରାଜା ୭ ଚୌକା ଓ ୧୫ ଆକାଶ ଛୁଆଁ ଛକା ମାରିଥିଲେ। ରଜା ମାତ୍ର ୩୩ ବଲରେ ନିଜର ଶତକ ପୂରଣ କରିଥିଲେ।

ଏହାର ଜବାବରେ ସମଗ୍ର ଗାମ୍ବିଆ ଦଳ ମାତ୍ର ୫୪ ରନ୍ ସ୍କୋର କରି ୧୪.୪ ଓଭରରେ ଅଲଆଉଟ୍ ହୋଇଯାଇଥିଲା। ଗାମ୍ବିଆର ଦଶ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଅତିକ୍ରମ କରିପାରି ନ ଥିଲେ ଏବଂ ଦଳର ବ୍ୟାଟିଂ ଅର୍ଡର ଧରାଶାୟୀ ହୋଇଯାଇଥିଲା। ଜିମ୍ବାୱେ ଚମତ୍କାର ପ୍ରଦର୍ଶନ କରିଥିଲା ​​ଏବଂ ୨୯୦ ରନ୍‌ରେ ଜିତିଥିଲା। ଯାହା ଟି-୨୦ ଇଣ୍ଟରନ୍ୟାସନାଲ୍‌ରେ ମଧ୍ୟ ସବୁଠାରୁ ବଡ ବିଜୟ ।

ଜିମ୍ବାୱେର ୩୪୫ ରନ୍‌ର ଲକ୍ଷ୍ୟର ପିଛା କରି  ଗାମ୍ବିଆ ଦଳ ଆରମ୍ଭରୁ ବହୁତ ଖରାପ ଖେଳିଥିଲା। ଗାମ୍ବିଆର ବ୍ୟାଟ୍ସମ୍ୟାନମାନେ ସହଜରେ ଜିମ୍ବାୱେ ବୋଲରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଗାମ୍ବିଆ ପାଇଁ ଆଣ୍ଡ୍ରିୟୁ ଜାର୍ଜୁ ସର୍ବାଧିକ ୧୨ ରନ୍ ସଂଗ୍ରହ କରିଥିଲେ।

ତେବେ, ଜାର୍ଜୁଙ୍କ ବ୍ୟତୀତ ଦଳର ଅନ୍ୟ ୧୦ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଅତିକ୍ରମ କରିପାରି ନ ଥିଲେ। ରିଚାର୍ଡ ନାଗରାଭା ୪ ଓଭରରେ ମାତ୍ର ୧୩ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ। ଏଥିସହିତ ୪ ଓଭରରେ ମାତ୍ର ୧୦ ରନ୍ ଦେଇ ବ୍ରେଣ୍ଡନ୍ ମାଭୁଟା ତିନୋଟି ୱିକେଟ୍ ନେଇଥିଲେ। ଜିମ୍ବାୱେ ଚମତ୍କାର ପ୍ରଦର୍ଶନ କରି ୨୯୦ ରନ୍‌ରେ ମ୍ୟାଚ୍ ଜିତିଥିଲା ​​।

ଏହାପୂର୍ବରୁ ଜିମ୍ବାୱେର ବ୍ୟାଟ୍ସମ୍ୟାନ୍ ଗାମ୍ବିଆର ବୋଲିଂକୁ ଖାତିର କରି ନ ଥିଲେ। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୪ ୱିକେଟ୍ ହରାଇ ୩୪୪ ରନ୍ ସଂଗ୍ରହ କରିଥିଲା। ଯାହା ଟି-୨୦ ଇଣ୍ଟରନ୍ୟାସନାଲ୍‌ରେ  ସର୍ବାଧିକ ସ୍କୋର ଥିଲା। 

ଏହାପୂର୍ବରୁ ବ୍ରାଏନ୍ ବେନେଟ୍ ଏବଂ ତାଡିଭାନାଶେ ମାରୁମାନିଙ୍କ ଯୋଡି ଜିମ୍ବାୱେ ପାଇଁ ବହୁତ ଭଲ ଆରମ୍ଭ କରିଥିଲେ। ସେମାନେ ପ୍ରଥମ ୱିକେଟ୍‌ରେ  ୫.୪ ଓଭରରେ ୯୮ ରନ୍ ଯୋଡିଥିଲେ। ବେନେଟ ୨୬ ବଲରେ ୫୦ ରନ୍‌ର ଦ୍ରୁତ ଇନିଂସ ଖେଳିଥିଲେ। ଯେତେବେଳେ କି, ମାରୁମାନି ୧୯ ଟି ବଲରେ ୬୨ ରନ୍ ସଂଗ୍ରହ କରିଥିଲେ। ଶେଷ ଓଭରରେ କ୍ଲିଭ ମାଡାଣ୍ଡେ ମାତ୍ର ୧୭ ଟି ବଲରେ ୫୩ ରନର ଚମତ୍କାର ଇନିଂସ ଖେଳିଥିଲେ।

ଅଧିକ ପଢ଼ନ୍ତୁ: 

ପ୍ରଶଂସକ ବିରାଟଙ୍କୁ ମେସେଜ ଦେବାକୁ କହିବାରୁ ରୋହିତ ଦେଲେ ଏଭଳି ପ୍ରତିକ୍ରିୟା

ଖରାପ ପ୍ରଦର୍ଶନ ପାଇଁ ଆଇପିଏଲ ୨୦୨୫ରେ ରାହୁଲଙ୍କ ହାତ ଛାଡ଼ିବ ଏଲଏସଜି !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe