ଭୁବନେଶ୍ବର: ପୁରୁଷ ହକି ଇଣ୍ଡିଆ ଲିଗ୍ର ପରବର୍ତ୍ତୀ ସଂସ୍କରଣ ଜାନୁଆରି ୩ ତାରିଖରୁ ଆରମ୍ଭ ହେବ। ଏଥିଲାଗି ଓଡ଼ିଶା ଭିତ୍ତିକ ଦଳ କଳିଙ୍ଗ ଲାନ୍ସର୍ସ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସଠାରେ ତା’ର ପ୍ରାକ୍ ଋତୁ ପ୍ରସ୍ତୁତି ଶିବିର ଆରମ୍ଭ କରିଛି। ପ୍ରଥମ ଦିନରେ ନୂଆ ସହକାରୀ ପ୍ରଶିକ୍ଷକ ପାସ୍କାଲ କିନା ଦଳର ବୈଷୟିକ ଓ ରଣନୈତିକ ଦିଗକୁ ଜୋର୍ ଦେଇଛନ୍ତି। ଶିବିରରେ ଭାରତୀୟ ଖେଳାଳି ତଥା ଅଧିନାୟକ ସଂଜୟ, ଗୋଲ୍ ରକ୍ଷକ କ୍ରିଷ୍ଣନ୍ ବାହାଦୁର ପାଠକ, ରକ୍ଷଣଭାଗ ଖେଳାଳି ପ୍ରତାପ ଲାକ୍ରା, ରୋହିତ କୁଲୁ, ସୁନୀଲ ପିବି, ରବିଚନ୍ଦ୍ରନ୍ ମୋରିଆଙ୍ଗଥମ୍, ରୋଶନ କୁଜୁର, ଦିଲ୍ପ୍ରୀତ୍ ସିଂହ, ଅମିତ କୁମାର ଟପ୍ପୋ, ଅଗ୍ରଭାଗ ଖେଳାଳି ଅଙ୍ଗଦ ବୀର ସିଂହ, ଦୀପକ ପ୍ରଧାନ, ଗୁରସାହିବଜିତ ସିଂହ ଓ ବବି ସିଂହ ଧାମି ପ୍ରମୁଖ ଯୋଗ ଦେଇଛନ୍ତି। ବିଭିନ୍ନ ଦେଶରେ ୧୫ବର୍ଷର ହକି ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ରଖିଥିବା ବେଲଜିୟମ୍ ବାସିନ୍ଦା କିନା କହିଛନ୍ତି ଯେ ମୁଁ ପ୍ରଥମ ଥର ଭାରତ ଆସିଛି। ବିଶେଷ କରି କଳିଙ୍ଗ ଷ୍ଟାଡିୟମ୍ ଆସି ବହୁତ ଖୁସି ଲାଗୁଛି।
Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ
ମୁଁ ବହୁ ଅନ୍ତର୍ଜାତୀୟ ଦଳ ସହ କାମ କରିଛି। ହେଲେ ଭାରତ ଆସି ନଥିଲି। ଏଣୁ ବେଦାନ୍ତ କଳିଙ୍ଗ ଲାନସର୍ସ ସହ ଯୋଡ଼ି ହୋଇ ବହୁତ ଖୁସି ଓ ଗୌରବ ଅନୁଭବ କରୁଛି। ଆଗାମୀ ସମୟରେ ବିଦେଶୀ ଖେଳାଳିମାନେ ମଧ୍ୟ ଏହି ଶିବିରରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ସେ। ସେହିଭଳି କଳିଙ୍ଗ ଲାନ୍ସର୍ସ ପ୍ରତ୍ୟେକ ମ୍ୟାଚ୍କୁ ଗୁରୁତ୍ବ ଦେବ। ଛୋଟଛୋଟ ଲକ୍ଷ୍ୟ ପୂରଣ କରି ଆଗକୁ ବଢ଼ିବ ବୋଲି ମତ ଦେଇଛନ୍ତି ସେ। ସୂଚନାଯୋଗ୍ୟ ଯେ ମୁଖ୍ୟ ପ୍ରଶିକ୍ଷକ ଜେ ଷ୍ଟାସି ଆଗାମୀ ଦିନେ ଦୁଇ ଦିନ ଭିତରେ ଦଳରେ ଯୋଗଦେବେ। ସେହିଭଳି କଳିଙ୍ଗ ଲାନ୍ସର୍ସ ଜାନୁଆରି ୪ ତାରିଖରେ ଚେନ୍ନାଇଠାରେ ରାଞ୍ଚି ରୟାଲ୍ସ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଏଥର ହକି ଇଣ୍ଡିଆ ଲିଗ୍ ଚେନ୍ନାଇ, ରାଞ୍ଚି ଓ ଭୁବନେଶ୍ବରରେ ଖେଳାଯିବ। ଚେନ୍ନାଇ ଓ ରାଞ୍ଚିରେ ଲିଗ୍ ପର୍ଯ୍ୟାୟ ଆୟୋଜିତ ହେବା ପରେ ଭୁବନେଶ୍ବରରେ ସବୁ ନକ୍ଆଉଟ୍ ମ୍ୟାଚ୍ ଖେଳାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/26/sfhshfhxvb-2025-12-26-02-04-14.jpg)