Hockey 'Roshan': ଅଭାବୀ ପରିବାରରୁ ହକି ‘ରୋଶନ’

Advertisment

ଭାରତୀୟ ହକିର ଉଦୀୟମାନ ତାରକା ହେଉଛନ୍ତି ରୋଶନ କୁଜୁର। କନିଷ୍ଠ ଭାରତୀୟ ଦଳ ତଥା ସଦ୍ୟ ସମାପ୍ତ ହକି ଇଣ୍ଡିଆ ଲିଗ୍‌ରେ ଆକର୍ଷଣୀୟ ପ୍ରଦର୍ଶନ ପରେ ସେ ବରିଷ୍ଠ ଭାରତୀୟ ଦଳରେ ସାମିଲ ହୋଇଛନ୍ତି।

ଭାରତୀୟ ହକିର ଉଦୀୟମାନ ତାରକା ହେଉଛନ୍ତି ରୋଶନ କୁଜୁର। କନିଷ୍ଠ ଭାରତୀୟ ଦଳ ତଥା ସଦ୍ୟ ସମାପ୍ତ ହକି ଇଣ୍ଡିଆ ଲିଗ୍‌ରେ ଆକର୍ଷଣୀୟ ପ୍ରଦର୍ଶନ ପରେ ସେ ବରିଷ୍ଠ ଭାରତୀୟ ଦଳରେ ସାମିଲ ହୋଇଛନ୍ତି।

dgdadgcvzzcv

ଦେବବ୍ରତ ଗଡ଼ତିଆ

ରାଉରକେଲା: ଭାରତୀୟ ହକିର ଉଦୀୟମାନ ତାରକା ହେଉଛନ୍ତି ରୋଶନ କୁଜୁର। କନିଷ୍ଠ ଭାରତୀୟ ଦଳ ତଥା ସଦ୍ୟ ସମାପ୍ତ ହକି ଇଣ୍ଡିଆ ଲିଗ୍‌ରେ ଆକର୍ଷଣୀୟ ପ୍ରଦର୍ଶନ ପରେ ସେ ବରିଷ୍ଠ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଚଳିତ ପ୍ରୋ-ଲିଗ୍‌ରେ ରବିବାର ପ୍ରଥମଥର ପାଇଁ ଦଳ ପକ୍ଷରୁ ପଡ଼ିଆକୁ ଓହ୍ଲାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ୍‌ ଅନ୍ତର୍ଗତ ଡମପୋଷ ଗାଁରେ ଅତି ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ରୋଶନ ତୃଣମୂଳସ୍ତରରୁ ଉତ୍କର୍ଷ ପ୍ରଦର୍ଶନ କରି ବରିଷ୍ଠ ଦଳରେ ସ୍ଥାନ ପକ୍କା କରିଛନ୍ତି। ତାଙ୍କ କ୍ରୀଡ଼ା ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ଆର୍ଥିକ ଅନଟନ ଦେଇ ଗତି କରୁଥିବା ପରିବାରରେ ଜନ୍ମଗ୍ରହଣ କରିଥିବାରୁ ହକି ଷ୍ଟିକ୍‌ ଖଣ୍ଡିଏ କିଣିବା ସମ୍ଭବ ହେଉନଥିଲା। ତେବେ ଅର୍ଥାଭାବ ତାଙ୍କ ବାଟ ଓଗାଳିପାରିନି। ଶୃଙ୍ଖଳିତ ଓ ନିଷ୍ଠାପର ପରିଶ୍ରମ ବଳରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।

Cyber Attack: ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ରୋଶନଙ୍କ ପରିବାର କହିଲେ ବାପା ଆଇଜାକ୍‌ କୁଜୁର, ମା’ ଫିଲିସିଆ କୁଜୁର ଓ ୫ ବଡ଼ ଭଉଣୀ। ବାପା ଛେଳି ଚରାଇବା ସହ ମିସ୍ତ୍ରି କାମ କରିଥାନ୍ତି। ଏଥିରୁ ଯାହା ଆୟ ହୁଏ, ସେଥିରେ ପରିବାର ଚଳିଥାଏ। ତିନି ଭଉଣୀଙ୍କ ବିବାହ ସଂପନ୍ନ ହୋଇସାରିଛି। ତେବେ ବିବାହ ସମୟରେ ମଧ୍ୟ ଅର୍ଥାଭାବ ପ୍ରମୁଖ ସମସ୍ୟା ପାଲଟିଥିଲା। ଏବେ ବି ପୂରା ପରିବାର ଆଜ୍‌ବେଷ୍ଟସ୍‌ ଘରେ ବସବାସ କରୁଛନ୍ତି। ଘରେ ରଙ୍ଗ ଲଗାଯାଇଛି ସତ, କିନ୍ତୁ ତାହା ସଂପୂର୍ଣ୍ଣ ମାଟିଘର। ଅବଶ୍ୟ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଛି। ରୋଶନଙ୍କୁ ପୁରସ୍କାର ବାବଦକୁ ମିଳିଥିବା ଅର୍ଥ ଓ ବଡ଼ଭଉଣୀ ରୋଜିତାଙ୍କ ଆୟରୁ ଘର ତିଆରି କରାଯାଉଛି। ଏବେ ବି ଛେଳି ଚରାଉଛନ୍ତି ରୋଶନଙ୍କ ବାପା। ସକାଳ ହେବା ମାତ୍ରେ ଛେଳି ଧରି ଦୂରବର୍ତ୍ତୀ ଅଞ୍ଚଳକୁ ବାହାରି ଯାଉଛନ୍ତି।

ଏମିତିକି ରୋଶନ ମଧ୍ୟ ବାପାଙ୍କ ସହ ବହୁବାର ଛେଳି ଚରାଇବାକୁ ଯାଇଛନ୍ତି। ପ୍ରତିକୂଳ ପରିସ୍ଥିତି ଯୋଗୁ ଛେଳିଚରାଳି ଭାବେ କାମ କରୁଥିଲେ ମଧ୍ୟ ହକି ଖେଳିବାକୁ ରୋଶନଙ୍କର ପ୍ରବଳ ଇଚ୍ଛା ଥିଲା। ଏଣୁ ପ୍ରଥମେ ଗାଁ ପଡ଼ିଆ, ରାସ୍ତାରେ ହକି ଖେଳୁଥିଲେ। ତେବେ ବଡ଼ ଭଉଣୀ ରୋଜିତା ପାନପୋଷ କ୍ରୀଡ଼ା ଛାତ୍ରାବାସରେ ହକି ପ୍ରଶିକ୍ଷଣ ନେଉଥିବାରୁ ତାଙ୍କଠାରୁ ପ୍ରେରଣା ନେଇ ହକିକୁ ଗୁରୁତ୍ବର ସହିତ ନେଇଥିଲେ। ପରେ ସେ ୨୦୨୫ ମସିହାରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଦାଖଲ ହୋଇ ପ୍ରଶିକ୍ଷଣ ନେଇଥିଲେ। ରୋଜିତା ଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିସାରିଥିବାରୁ ସେ ମଧ୍ୟ ଅନୁରୂପ ଲକ୍ଷ୍ୟ ରଖିଥିଲେ। ଏମିତିକି ଖେଳ ସହ ନିଜର ଉଚ୍ଚତା ଓ ଶକ୍ତି ବୃଦ୍ଧି ପାଇଁ ସ୍ବତନ୍ତ୍ର ଧ୍ୟାନ ଦେଇଥିଲେ, ଯାହାକି ପରବର୍ତ୍ତୀ ସମୟରେ ତାଙ୍କୁ ଜାତୀୟ ପ୍ରତିଯୋଗିତାରେ ପଡ଼ିଆକୁ ଓହ୍ଲାଇବାର ସୁଯୋଗ ଦେଇଥିଲା। ପ୍ରାୟ ୬ ବର୍ଷ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ତାଲିମ ନେବା ପରେ ୨୦୨୧ରେ ସେ ଓଡ଼ିଶା ନାଭାଲ୍‌ ଟାଟା ହକି ଉତ୍କର୍ଷ କେନ୍ଦ୍ରରେ ଯୋଗ ଦେଇଥିଲେ। 

Pollution: ତାପମାତ୍ରା, ପ୍ରଦୂଷଣ ବଢ଼ାଉଛି ବେଆଇନ ଇଟାଭାଟି

ରୋଶନ ୨୦୧୯ରୁ ୨୦୨୩ ମଧ୍ୟରେ ବିଭିନ୍ନ ଜାତୀୟ ଚାମ୍ପିଅନସିପ୍‌ରେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ। ସେ ୨୦୨୪ ମେ’ରେ କନିଷ୍ଠ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। କନିଷ୍ଠ ଏସିଆ କପ୍‌ (୨୦୨୪)ରେ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଦଳ ଓ କନିଷ୍ଠ ବିଶ୍ବକପ (୨୦୨୫)ରେ କାଂସ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ଏମିତିକି ବିଶ୍ୱକପ୍‌ରେ ଚିଲି ବିପକ୍ଷରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଏତଦ୍‌ବ୍ୟତୀତ ୨୦୨୬ ସଂସ୍କରଣରେ ହକି ଇଣ୍ଡିଆ ଲିଗ୍‌ ବିଜେତା ଦଳର ଅଂଶ ଥିଲେ। ଏହି ଲିଗ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ବରିଷ୍ଠ ଦଳ ପକ୍ଷରୁ ଡାକରା ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe