Asia Cup Trophy Issue: ମୋହସିନ୍‌ଙ୍କଠାରୁ ଟ୍ରଫି ଆଣିବା ପାଇଁ ସ୍ବତନ୍ତ୍ର କମିଟି ଗଠନ କଲା ICC

ଟ୍ରଫି ବିବାଦରେ ହସ୍ତକ୍ଷେପ କଲା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC)। ସମାଧାନ ପାଇଁ ICC ଏକ ସ୍ବତନ୍ତ୍ର କମିଟି ଗଠନ କରିବ ବୋଲି ଜଣାପଡ଼ିଛି। ଶୁକ୍ରବାର ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। 

ICC

Mohsin Naqvi Photograph: (sambad.in)

ନୂଆଦିଲ୍ଲୀ: ଟ୍ରଫି ବିବାଦରେ ହସ୍ତକ୍ଷେପ କଲା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC)। ପାକିସ୍ତାନୀ ମନ୍ତ୍ରୀ ଏବଂ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ସଭାପତି ମୋହସିନ୍ ନକବୀ ଏପର୍ଯ୍ୟନ୍ତ ଭାରତୀୟ ଟିମ୍‌କୁ ଟ୍ରଫି ଫେରାଇ ନଥିବା ବେଳେ ଏ‌ନେଇ BCCI, ICC ଆଗରେ ଅଭିଯୋଗ କରିଥିଲା। ଅଭିଯୋଗ ପାଇବା ପରେ ଏହାର ସମାଧାନ ପାଇଁ ICC ଏକ ସ୍ବତନ୍ତ୍ର କମିଟି ଗଠନ କରିବ ବୋଲି ଜଣାପଡ଼ିଛି। ଶୁକ୍ରବାର ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।  

ତେବେ ସେପ୍ଟେମ୍ବର ୨୮ରେ ଭାରତୀୟ କ୍ରିକେଟ୍ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଥିଲା। ପାକିସ୍ତାନକୁ ହରାଇ ଏସିଆ କପ୍‌ ଦଖଲ କରିଥିଲା ଭାରତୀୟ କ୍ରିକେଟ୍‌ ଦଳ। ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଭାରତ ନବମ ଥର ପାଇଁ ଏସିଆ କପ୍‌ ମୁକୁଟ ଜିତିଥିଲା। ତେବେ ବିଜୟ ପରେ ପାକିସ୍ତାନୀ ମନ୍ତ୍ରୀ ଏବଂ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ସଭାପତି ମୋହସିନ୍ ନକବୀ ଟ୍ରଫି ଦେବାକୁ ଆସିବାରୁ ଭାରତୀୟ ଟିମ୍ ତାଙ୍କ ହାତରୁ ଟ୍ରଫି ନେବାକୁ ମନା କରିଦେଇଥିଲା। ବିସିସିଆଇ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲା। ପ୍ରଥମ କରି କୌଣସି ଦଳ ମ୍ୟାଚ୍ ଜିତିବା ପରେ ବିନା ଟ୍ରଫିରେ ବିଜୟ ପାଳନ କରିଥିବା ଦେଖାଯାଇଥିଲା। ତେବେ ଅନ୍ୟ କାହା ହାତରୁ ଟ୍ରଫି ଦେବା ପରିବର୍ତ୍ତେ ନକବୀ ଟ୍ରଫିକୁ ଡ୍ରେସିଂ ରୁମ୍‌କୁ ନେଇଯାଇଥିଲେ। ଏହା ପରେ ନକବୀ ଟ୍ରଫିକୁ ନିଜ ଘରକୁ ନେଇଯାଇଥିବା ଦାବି କରାଯାଇଥିଲା। ସେବେଠାରୁ ଭାରତୀୟ ଟିମ୍ ଟ୍ରଫି ଅପେକ୍ଷା ରହିଛି।

ଉଭୟ ଦେଶ ବିଶ୍ୱ କ୍ରିକେଟ ପାଇଁ ଗୁରୁତ୍ୱପୂର୍ଣ୍ଣ: ICC 

ସୂଚନା ଅନୁଯାୟୀ, ଶୁକ୍ରବାର ବିସିସିଆଇ, ICC ବୈଠକରେ ଆନୁଷ୍ଠାନିକ ଭାବରେ ଏହି ପ୍ରସଙ୍ଗ ଉଠାଇଥିଲା। ଆଇସିସି ବୋର୍ଡ ସଦସ୍ୟମାନେ ସହମତ ହୋଇଥିଲେ ଯେ, ଭାରତ ଏବଂ ପାକିସ୍ତାନ ଉଭୟ ବିଶ୍ୱ କ୍ରିକେଟ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଭାବରେ ହେବା ଉଚିତ। ଏହି ବିବାଦର ସମାଧାନ ପାଇଁ ICC ଏକ ସ୍ୱତନ୍ତ୍ର କମିଟି ଗଠନ କରିଛି, ଯାହା ଖୁବ୍ ଶୀଘ୍ର ସମାଧାନ ଖୋଜିବା ପାଇଁ କାର୍ଯ୍ୟ ଆରମ୍ଭ କରିବ। ଏହା ଦ୍ଵାରା ଏସିଆ କପ୍ ଟ୍ରଫିକୁ ପୂର୍ଣ୍ଣ ସମ୍ମାନର ସହିତ ଭାରତକୁ ହସ୍ତାନ୍ତର କରାଯାଇପାରିବ। ଏହି ପ୍ରସଙ୍ଗ ବୈଠକର ସରକାରୀ କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ ନଥିବାରୁ ଏହାର କୌଣସି ସରକାରୀ ବିବରଣୀ ରେକର୍ଡ କରାଯାଇ ନଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: Ink On Both Hands of Bihar MP: ମତଦାନ ପରେ ୨ହାତର ଅଙ୍ଗୁଠିରେ କାଳୀ ଲାଗିଥିବା ଦେଖାଇଲେ ସାଂସଦ

ଆହୁରି ପଢ଼ନ୍ତୁ: Minor Stabbed Scb: ମେଳା ବୁଲିବାକୁ ଆସିଥିବା ନାବାଳକଙ୍କୁ ଛୁରା ମାଡ଼, ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe