T20 World Cup: ମ୍ୟାଚ୍‌ ସ୍ଥାନାନ୍ତର ମନା ହେଲା ପରେ ଏବେ କ’ଣ କରିବ ବାଂଲାଦେଶ?

Advertisment

ଆଇସିସି ଟି୨୦ ବିଶ୍ବକପ୍‌-୨୦୨୬ର ମ୍ୟାଚ୍‌ ଭାରତରୁ ବାହାରକୁ ସ୍ଥାନାନ୍ତରିତ କରିବା ନେଇ ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ୍‌ କରିଛି। ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ସୁରକ୍ଷା କାରଣ ଦର୍ଶାଇ ନିଜର ଟିମ୍‌କୁ ଟି୨୦ ବିଶ୍ବକପ୍‌-୨୦୨୬ ପାଇଁ ଭାରତ ପଠାଇବାକୁ ମନା କରିଦେଇଥିଲା।

ଆଇସିସି ଟି୨୦ ବିଶ୍ବକପ୍‌-୨୦୨୬ର ମ୍ୟାଚ୍‌ ଭାରତରୁ ବାହାରକୁ ସ୍ଥାନାନ୍ତରିତ କରିବା ନେଇ ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ୍‌ କରିଛି। ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ସୁରକ୍ଷା କାରଣ ଦର୍ଶାଇ ନିଜର ଟିମ୍‌କୁ ଟି୨୦ ବିଶ୍ବକପ୍‌-୨୦୨୬ ପାଇଁ ଭାରତ ପଠାଇବାକୁ ମନା କରିଦେଇଥିଲା।

BCB

ICC and BCCI Photograph: (ABP)

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଟି୨୦ ବିଶ୍ବକପ୍‌-୨୦୨୬ର ମ୍ୟାଚ୍‌ ଭାରତରୁ ବାହାରକୁ ସ୍ଥାନାନ୍ତରିତ କରିବା ନେଇ ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ୍‌ କରିଛି। ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ସୁରକ୍ଷା କାରଣ ଦର୍ଶାଇ ନିଜର ଟିମ୍‌କୁ ଟି୨୦ ବିଶ୍ବକପ୍‌-୨୦୨୬ ପାଇଁ ଭାରତ ପଠାଇବାକୁ ମନା କରିଦେଇଥିଲା। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଇସିସି ସ୍ଥାନ ପରିବର୍ତ୍ତନ ଦାବିକୁ ସ୍ପଷ୍ଟ ଭାବେ ମନା କରିଦେବା ସହିତ କହିଛି ଯେ ବାଂଲାଦେଶ ଟିମ୍‌କୁ ବିଶ୍ବକପ୍‌ ମ୍ୟାଚ୍‌ ଖେଳିବା ପାଇଁ ଭାରତ ଆସିବାକୁ ପଡ଼ିବ। 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସିବି ସ୍ପଷ୍ଟ ଭାବେ କହିଛି, ବାଂଲାଦେଶର ମ୍ୟାଚ୍‌ ଖେଳାଯିବାର ସ୍ଥାନ ପରିବର୍ତ୍ତନ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଉଛି ଏବଂ ତାହାକୁ ବିଶ୍ବକପ୍‌ ଖେଳିବା ପାଇଁ ଭାରତ ଆସିବାକୁ ପଡ଼ିବ। ଯଦି ବାଂଲାଦେଶ ଟିମ୍‌ ଭାରତ ନଆସୁଛି, ତାଙ୍କର ପଏଣ୍ଟ ହ୍ରାସ କରାଯିବ। ଅନ୍ୟପଟରେ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ଏଭଳି ଅଲ୍ଟିମେଟମ୍‌ ନେଇ ଖବରକୁ ଖାରଜ କରିଦେଇଛି।  

ଭାରତରେ ସଫଳ ଆୟୋଜନ

ଭାରତ ପୂର୍ବରୁ ମଧ୍ୟ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ସଫଳ ଏବଂ ସୁରକ୍ଷିତ ଆୟୋଜନ କରି ପ୍ରମାଣିତ କରିଛି ଯେ, ସେ ବହୁପକ୍ଷୀୟ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ କରିବାରେ ସଫଳ ହୋଇପାରିବ। ବାଂଲାଦେଶର ଭେନ୍ୟୁ ପରିବର୍ତ୍ତନ ଦାବି ସ୍ବୀକାରଯୋଗ୍ୟ ନୁହେଁ। କ୍ରିକେଟ୍‌ଜଗତରେ ଭାତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପ୍ରଭାବକୁ ଦୃଷ୍ଟିରେ ରଖି ବିସିବି ଚାହିଁବ ନାହିଁ ଯେ, ଭବିଷ୍ୟତରେ ଭାରତ ସହିତ ଖରାପ ସଂପର୍କ ରହୁ। ବାଂଲାଦେଶର ସମ୍ମୁଖରେ ପ୍ରଥମ ବିକଳ୍ପ ହେବ ନିର୍ଦ୍ଧାରିତ ସୂଚୀ ଅନୁସାରେ ମୁମ୍ବାଇ ଏବଂ କୋଲକାତାରେ ନିଜର ବିଶ୍ବକପ୍‌ର ମ୍ୟାଚ୍‌ ଖେଳିବା। 

ଆହୁରି ପଢ଼ନ୍ତୁ: Ridhima Pathak ‌‌Leave Bangladesh League: ଭାରତ ପାଇଁ ବାଂଲାଦେଶ ଲିଗ୍ ଛାଡ଼ିଲେ ସ୍ପୋର୍ଟସ୍ ବ୍ରଡକାଷ୍ଟର ରିଦ୍ଧିମା ପାଠକ

ଆର୍ଥିକ ପ୍ରଭାବିତ ହେବ ବିସିବି?

ମିଡିଆ ରିପୋର୍ଟରେ କୁହାଯାଉଛି ଯେ, ଯଦି ବାଂଲାଦେଶ ନିଜର ପ୍ରତିଜ୍ଞାରେ ଅଟଳ ରହୁଛି, ବିଶ୍ବକପ୍‌ରେ ତାର ପଏଣ୍ଟ ହ୍ରାସ କରିଦିଆଯିବ। ଯଦି ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ଓହରିଯାଏ, ଏହା ତାରି ପାଇଁ ଅସୁବିଧାର କାରଣ ହେବ। ଏହା ଦ୍ବାରା ଆଇସିସି ଦ୍ବାରା ମିଳିବାକୁ ଥିବା ଆର୍ଥିକ ଭାଗିଦାରୀ ମଧ୍ୟ ପ୍ରଭାବିତ ହେବ। ଅନ୍ୟପଟରେ ବାଂଲାଦେଶକୁ ଆର୍ଥିକ ଭାବେ ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ। ଏହା ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ ଏବଂ ବିସିସିଆଇ ସହିତ ସଂପର୍କ ଖରାପ ହେବା ବିସିବିର ଭବିଷ୍ୟତ ଦୃଷ୍ଟିକୋଣ ମଧ୍ୟ ଭଲ ହେବ ନାହିଁ। 

ଆହୁରି ପଢ଼ନ୍ତୁ: Mustafizur Rahman Wife ନିଜର ସଂପର୍କୀୟ ଭଉଣୀଙ୍କୁ ବିବାହ କରିଥିଲେ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe