ICC Womens World Cup 2025 : ଭାରତ ଆଗରେ ୩୩୯ ରନର ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ସ୍ପୋର୍ଟ୍ସ ଏକାଡେମିରେ ଅନୁଷ୍ଠିତ ମହିଳା ବିଶ୍ବକପ୍ ୨୦୨୫ର ସେମିଫାଇନାଲ ମ୍ୟାଚରେ ଭାରତ ଆଗରେ ୩୩୯ ରନର ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । ସର୍ବଶେଷ ସୂଚନା ଅନୁସାରେ ଭାରତର ବ୍ୟାଟିଂ ଆରମ୍ଭ ହୋଇଛି ଓ ଭାରତ ୨ ଓଭରରେ ୧୬ ରନ କରି ଗୋଟିଏ ଓ୍ବିକେଟ ହରାଇଛି । 

Phoebe Litchfield

Phoebe Litchfield hits ton

ନଭି ମୁମ୍ବାଇ : ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ସ୍ପୋର୍ଟ୍ସ ଏକାଡେମିରେ ଅନୁଷ୍ଠିତ ମହିଳା ବିଶ୍ବକପ୍ ୨୦୨୫(ICC Womens World Cup 2025)ର ସେମିଫାଇନାଲ ମ୍ୟାଚରେ ଭାରତ ଆଗରେ ୩୩୯ ରନର ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । ସର୍ବଶେଷ ସୂଚନା ଅନୁସାରେ ଭାରତର ବ୍ୟାଟିଂ ଆରମ୍ଭ ହୋଇଛି ଓ ଭାରତ ୨ ଓଭରରେ ୧୬ ରନ କରି ଗୋଟିଏ ଓ୍ବିକେଟ ହରାଇଛି । 

ଆହୁରି ପଢ଼ନ୍ତୁ: କାହିଁକି କମୁଛି ସୁନା ଦର

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯.୫ ଓଭରରେ ୩୩୮ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଫୋବେ ଲିଚଫିଲଡ୍ ୧୧୯ ରନ କରିଥିବାବେଳେ ଅଲିସି ପେରି ୭୭ ରନ କରିଥିଲେ । ସେହିପରି ଆସଲେ ଗାର୍ଡନର ୬୩ ରନ କରିଥିବାବେଳେ ବେଥ ମୁନି ୨୪ ରନ କରିଥିଲେ । ଭାରତ ପକ୍ଷରୁ ଶ୍ରୀଚାରନି ଓ ଦିପ୍ତି ଶର୍ମା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । 

ଆହୁରି ପଢନ୍ତୁ: Nitin Gadkari on Road: ରାସ୍ତାରେ ଖାଲ ହେଲେ ମୁଁ କାହିଁକି ଗାଳି ଶୁଣିବି: ଗଡ଼କରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe