Advertisment

Cricket: ଭାରତୀୟ ହୋଇଥିବାରୁ ଆଇସିସି ଅଧିକାରୀଙ୍କୁ ଭିସା ଦେବାକୁ ମନା କଲା ବାଂଲାଦେଶ

Advertisment

ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ବୁଝାଇବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ଶେଷ ଉଦ୍ୟମ ବି ବିଫଳ ହେବାର ଆଶଙ୍କା ରହିଛି। କାରଣ ବାଂଲାଦେଶ କ୍ରିକେଟ ବୋର୍ଡ ଅଧିକାରୀମାନଙ୍କୁ ବୁଝାଇବାକୁ ଆଇସିସିର ଏକ ପ୍ରତିନିଧିମଣ୍ଡଳ ଢାକା ଗସ୍ତ କରିବାର ଥିଲା।

ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ବୁଝାଇବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ଶେଷ ଉଦ୍ୟମ ବି ବିଫଳ ହେବାର ଆଶଙ୍କା ରହିଛି। କାରଣ ବାଂଲାଦେଶ କ୍ରିକେଟ ବୋର୍ଡ ଅଧିକାରୀମାନଙ୍କୁ ବୁଝାଇବାକୁ ଆଇସିସିର ଏକ ପ୍ରତିନିଧିମଣ୍ଡଳ ଢାକା ଗସ୍ତ କରିବାର ଥିଲା।

17bbs_25_17012026_112

ମୁମ୍ବାଇ: ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)କୁ ବୁଝାଇବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ଶେଷ ଉଦ୍ୟମ ବି ବିଫଳ ହେବାର ଆଶଙ୍କା ରହିଛି। କାରଣ ବାଂଲାଦେଶ କ୍ରିକେଟ ବୋର୍ଡ ଅଧିକାରୀମାନଙ୍କୁ ବୁଝାଇବାକୁ ଆଇସିସିର ଏକ ପ୍ରତିନିଧିମଣ୍ଡଳ ଢାକା ଗସ୍ତ କରିବାର ଥିଲା। ଏହି ପ୍ରତିନିଧିମଣ୍ଡଳ ବଂଲାଦେଶକୁ ଶାସନ କରୁଥିବା ୟୁନୁସ ସରକାରଙ୍କ ଅଧିକାରୀମାନଙ୍କୁ ଭେଟିବାର ଥିଲା। କିନ୍ତୁ ଏହି ପ୍ରତିନିଧିମଣ୍ଡଳରେ ଥିବା ଜଣେ ଭାରତୀୟ ଅଧିକାରୀ ସଂଯୋଗ ଗୁପ୍ତାଙ୍କୁ ଭିସା ଦେବାକୁ ବାଂଲାଦେଶ ସରକାର ମନା କରିଦେଇଛନ୍ତି। ଏହା ଫଳରେ ଆଇସିସି କେବଳ ଜଣେ ଅଧିକାରୀ ଢାକା ଗସ୍ତ କରିଛନ୍ତି। ସେ ହେଉଛନ୍ତି ଆଇସିସିର ଦୁର୍ନୀତି ନିବାରଣ ଓ ସୁରକ୍ଷା ମୁଖ୍ୟ ଆଣ୍ଡ୍ରିଉ ଏଫଗ୍ରେଭ୍ ।

ସୂଚନାଯୋଗ୍ୟ ଯେ ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ କ୍ରିକେଟ ଦଳ ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପ ଲାଗି ଭାରତ ଆସିବାକୁ ମନା କରିଦେଇଛି ଓ ତାହାର ମ୍ୟାଚଗୁଡ଼ିକୁ ଶ୍ରୀଲଙ୍କା ସ୍ଥାନାନ୍ତର ପାଇଁ ଆବେଦନ କରିଛି। କିନ୍ତୁ ଏତେ କମ ସମୟ ମଧ୍ୟରେ ମ୍ୟାଚ ସ୍ଥାନାନ୍ତର ସମ୍ଭବ ନୁହେଁ ବୋଲି ଆଇସିସି ଜଣାଇବା ପରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ତେବେ ବାଂଲାଦେଶ ପ୍ରତି ଅଧିକ କଠୋର ନ ହୋଇ ଆଲୋଚନା ମାଧ୍ୟମରେ ଅଚଳାବସ୍ଥା ଦୂର ପାଇଁ ଆଇସିସି ଉଦ୍ୟମ କରୁଛି।

ଆହୁରି ପଢ଼ନ୍ତୁ: Cricket: ୩ୟ ଦିନିକିଆ ପୂର୍ବରୁ ଉଜ୍ଜୟିନୀ ଯାଇ ମହାକାଳଙ୍କ ଦର୍ଶନ କଲେ ବିରାଟ କୋହଲି

ବାଂଲାଦେଶ ପାଇଁ ସୁବ୍ୟବସ୍ଥା!

ଅନ୍ତର୍ଜାତୀୟ କ୍ରିକେଟରେ ବାଂଲାଦେଶ ଯେପରି ଅବହେଳିତ ଅନୁଭବ ନ କରେ ତାହା ଦୂର କରିବାକୁ ଆଇସିସି ଉଦ୍ୟମ କରୁଛି। ବାଂଲାଦେଶର ସୁରକ୍ଷା ଚିନ୍ତାକୁ ମଧ୍ୟ ଦୂର କରିବାକୁ ଉଦ୍ୟମ କରାଯାଉଛି। ଏହା ସହିତ ବିଶ୍ବକପ୍‌ରେ ଅଂଶଗ୍ରହଣ କରୁଥିବା ଅନ୍ୟ ୧୯ଟି ଦେଶ ଯେପରି ସମସ୍ୟାରେ ନ ପଡ଼ନ୍ତି ତାହା ଉପରେ ବି ଗୁରୁତ୍ବ ଦିଆଯାଇଛି। କାରଣ ବାଂଲାଦେଶର ଅନୁରୋଧ ମାନି ତାହାର ମ୍ୟାଚ୍‌କୁ ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ କରାଗଲେ ଅନ୍ୟ ଦେଶର ଖେଳାଳି, ଅଫିସିଆଲ ଓ ପ୍ରଶଂସକମାନେ ବି ସମସ୍ୟାରେ ପଡ଼ିବେ। ଏଣୁ ସମସ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବାଂଲାଦେଶକୁ ମନେଇବାକୁ ଉଦ୍ୟମ କରୁଛି ଆଇସିସି। ଏହା ସତ୍ତ୍ବେ ବିସିବିର ଜିଦ୍ ସ୍ଥିତିକୁ ଦିନକୁ ଦିନ ଅଧିକ ଜଟିଳ କରିଚାଲିଛି। 

ଆହୁରି ପଢ଼ନ୍ତୁ: Wait 41 Years ୪୧ ବର୍ଷର ପ୍ରତୀକ୍ଷା: କୁନ୍ତୀଙ୍କ କୋଳକୁ ଫେରିବାକୁ ଅପେକ୍ଷା କରିଛନ୍ତି କର୍ଣ୍ଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe