ICC Meeting: ଆଇସିସିର ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି, ବାଂଲାଦେଶକୁ ସମର୍ଥନ କଲା ପାକିସ୍ତାନ କ୍ରିକେଟ୍ ବୋର୍ଡ

Advertisment

ଟ୍ବେଣ୍ଟି-୨୦ ବିଶ୍ବକପରେ ବାଂଲାଦେଶର ଅଂଶଗ୍ରହଣ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ବୁଧବାର ICCର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏମଧ୍ୟରେ ବାଂଲାଦେଶକୁ ସମର୍ଥନ କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ।

ଟ୍ବେଣ୍ଟି-୨୦ ବିଶ୍ବକପରେ ବାଂଲାଦେଶର ଅଂଶଗ୍ରହଣ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ବୁଧବାର ICCର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏମଧ୍ୟରେ ବାଂଲାଦେଶକୁ ସମର୍ଥନ କରିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ।

Pakistan

Pakistan Cricket Board supports Bangladesh Photograph: (sambad.in)

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପରେ ବାଂଲାଦେଶର ଅଂଶଗ୍ରହଣ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏହି ବୈଠକରେ ବାଂଲାଦେଶର ବିଶ୍ବକପ ଅଂଶଗ୍ରହଣକୁ ନେଇ ସ୍ଥିତି ସ୍ପଷ୍ଟ ହୋଇଯିବ। ତେବେ ଏହି ମାମଲାରେ ଏବେ ଔପଚାରିକଭାବେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପ୍ରବେଶ କରିଛି। ପିସିବି ପକ୍ଷରୁ ଆଇସିସିକୁ ଏକ ଚିଠି ଲେଖି ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ଆଭିମୁଖ୍ୟକୁ ସମର୍ଥନ କରାଯାଇଛି।

ବିଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା ଯେ ବାଂଲାଦେଶ କ୍ରିକେଟ୍ ବୋର୍ଡର ସମର୍ଥନରେ ପାକିସ୍ତାନ କ୍ରିକେଟ୍ ଦଳ ମଧ୍ୟ ବିଶ୍ବକପରୁ ଓହରିବ। ଆହୁରି ମଧ୍ୟ ବାଂଲାଦେଶର ମ୍ୟାଚଗୁଡ଼ିକୁ ପାକିସ୍ତାନରେ ଆୟୋଜନ ଲାଗି ପିସିବି ପ୍ରସ୍ତାବ ଦେଇଥିଲା। ତେବେ ଏ ନେଇ କୌଣସି ଔପଚାରିକ ସୂଚନା ମିଳିନଥିଲା। କିନ୍ତୁ ପିସିବି ପକ୍ଷରୁ ଆଇସିସିକୁ ଲେଖାଯାଇଥିବା ପତ୍ରରେ ବିଶ୍ବକପ ବର୍ଜନ ନେଇ କୌଣସି ଉଲ୍ଲେଖ ନଥିବା କୁହାଯାଉଛି।

ଆଇସିସି ଉପରେ ଚାପପ୍ରୟୋଗ ପାଇଁ ପିସିବି ଏହା କରିଛି

ତେବେ ଏହି ପତ୍ର ପ୍ରେରଣର ସମୟକୁ ଦେଖିଲେ ଲାଗୁଛି ଯେ କେବଳ ଆଇସିସି ଉପରେ ଚାପପ୍ରୟୋଗ ପାଇଁ ଓ ଭାରତଠାରୁ ଚାମ୍ପିୟନ୍ସ ଟ୍ରଫି ସମୟର ବିବାଦର ପ୍ରତିଶୋଧ ନେବାକୁ ପିସିବି ଏହା କରିଛି। ବିଶେଷଜ୍ଞଙ୍କ ମତରେ ପାକିସ୍ତାନ ବୋର୍ଡର ଏହି ଚାପ ସତ୍ତ୍ବେ ଆଇସିସି ଉପରେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଯଦି ବାଂଲାଦେଶ ବିଶ୍ବକପ୍ ଖେଳିବାକୁ ଭାରତ ନ ଆସିବାକୁ ନିଜ ଜିଦରେ ଅଟଳ ରହେ ତେବେ ଚୁକ୍ତି ଖିଲାପ ଅଭିଯୋଗରେ ବିସିବି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ଆଇସିସି। ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ରହିଛି ଆର୍ଥିକ ଜରିମାନା, ପାଣ୍ଠି ଯୋଗାଣ ବନ୍ଦ, ଏପରିକି ଆଇସିସିର ସଦସ୍ୟତାକୁ ସାମୟିକ ସମୟ ପାଇଁ ନିଲମ୍ବନ।

ଆହୁରି ପଢ଼ନ୍ତୁ: Trump warns Iran again: ଇରାନକୁ ପୁଣି ଚେତାବନୀ ଦେଲେ ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe