Advertisment

ACC Women’s Asia Cup: ମହିଳା ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ଟାଇଟଲ୍‌ ବଜାୟ ରଖିଲା ଭାରତ‘ଏ’

Advertisment

ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୩୪ ରନ୍‌ କରିଥିଲା।ଭାରତ ‘ଏ’ ପକ୍ଷରୁ ବ୍ରିନ୍ଦା ଦିନେଶ (୧୭ ବଲ୍‌ରୁ ୧୯) ଓ ନନ୍ଦିନୀ କଶ୍ୟପ୍‌ (୧୫ ବଲ୍‌ରୁ ୮ ରନ୍‌) ପ୍ରଥମ ୱିକେଟ୍‌ ଯୋଡ଼ିରେ ୩୦ ରନ୍‌ କରି ଦ​ଳକୁ ଏକ ଭଲ ଆରମ୍ଭ ଦେଇଥିଲେ ।

ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୩୪ ରନ୍‌ କରିଥିଲା।ଭାରତ ‘ଏ’ ପକ୍ଷରୁ ବ୍ରିନ୍ଦା ଦିନେଶ (୧୭ ବଲ୍‌ରୁ ୧୯) ଓ ନନ୍ଦିନୀ କଶ୍ୟପ୍‌ (୧୫ ବଲ୍‌ରୁ ୮ ରନ୍‌) ପ୍ରଥମ ୱିକେଟ୍‌ ଯୋଡ଼ିରେ ୩୦ ରନ୍‌ କରି ଦ​ଳକୁ ଏକ ଭଲ ଆରମ୍ଭ ଦେଇଥିଲେ ।

be518e56-5941-4ae6-9856-b88196290c15

ବ୍ୟାଙ୍କକ୍: ବାଂଲାଦେଶ ‘ଏ’କୁ ୪୬ ରନ୍‌ରେ ପରାସ୍ତ କରି ଭାରତ ‘ଏ’ ଏସିସି ମହିଳା ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ଟାଇଟଲ୍‌ ବଜାୟ ରଖିଛି। ରବିବାର ଖେଳାଯାଇଥିବା ଫାଇନାଲ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୩୪ ରନ୍‌ କରିଥିଲା।

ଅଧିକପଢ଼ନ୍ତୁ:ଆଇଏସ୍‌ଆଇ ଇସାରାରେ ଆକ୍ରମଣ ଯୋଜନା କରୁଥିବା ୬ଜଣ ସନ୍ଦିଗ୍ଧ ଗିରଫ

ଭାରତ ‘ଏ’ ପକ୍ଷରୁ ବ୍ରିନ୍ଦା ଦିନେଶ (୧୭ ବଲ୍‌ରୁ ୧୯) ଓ ନନ୍ଦିନୀ କଶ୍ୟପ୍‌ (୧୫ ବଲ୍‌ରୁ ୮ ରନ୍‌) ପ୍ରଥମ ୱିକେଟ୍‌ ଯୋଡ଼ିରେ ୩୦ ରନ୍‌ କରି ଦ​ଳକୁ ଏକ ଭଲ ଆରମ୍ଭ ଦେଇଥିଲେ ବି ୩୦ରୁ ୪୪ ରନ୍‌ ମଧ୍ୟରେ ୪ଟି ୱିକେଟ୍‌ ହରାଇଥିଲା। ତେବେ ମଧ୍ୟକ୍ରମରେ ତେଜଲ୍‌ ହସବନିସ୍‌ ( ୩୪ ବଲ୍‌ରୁ ୫୧ରନ୍‌) ଓ ରାଧା ଯାଦବ (୩୦ ବଲ୍‌ରୁ ୩୬ ରନ୍‌) ୬୯ ରନ୍‌ର ଏକ ଉପଯୋଗୀ ଭାଗୀଦାର କରି ଦଳୀୟ ସ୍କୋର୍‌କୁ ଏକ ସମ୍ମାନଜନକ ସ୍ଥିତିକୁ ନେଇଯାଇଥିଲେ।

ବାଂଲାଦେଶ‘ଏ’ ପକ୍ଷରୁ ଫାହିମା ଖାତୁନ ୨୫ ରନ ବିନିମୟରେ ୪ଟି ଓ୍ବିକେଟ୍‌ ନେଇଥିଲେ

ବାଂଲାଦେଶ‘ଏ’ ପକ୍ଷରୁ ଫାହିମା ଖାତୁନ ୨୫ ରନ ବିନିମୟରେ ୪ଟି ଓ୍ବିକେଟ୍‌ ନେଇଥିଲେ। ଜବାବରେ ବାଂଲାଦେଶ‘ଏ’ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯.୧ ଓଭରରେ ମାତ୍ର ୮୮ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ସମିମା ସୁଲତାନା ୨୦ ରନ୍‌ କରିଥିବାବେଳେ ସରମିନ୍‌ ସୁଲତନା ୧୮ ରନ୍‌ କରିଥିଲେ। ଭାରତ ପକ୍ଷରୁ ପ୍ରେମା ରାଓ୍ବତ୍‌ ୧୨ ରନ୍‌ ବିନିମୟରେ ୩ଟି ୱିକେଟ୍‌ ନେଇଥିବାବେଳେ ସୋନିଆ ମେଣ୍ଢିଆ ଓ ତନୁଜା କନଓ୍ବେର୍‌ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଅର୍ଦ୍ଧଶତକ ଅର୍ଜନ କରିଥିବା ତେଜଲ୍‌ ହସବନିସ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା।

ଅଧିକପଢ଼ନ୍ତୁ:ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍ ବେକାର ଯୁବବର୍ଗଙ୍କୁ କରୁଛି ବଳିର ଛେଳି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe