India vs New Zealand: ବିଶାଖାପାଟଣାରେ ୪-୦ ଲକ୍ଷ୍ୟ: ଚାପରେ ସାମସନ, ଚର୍ଚ୍ଚାରେ ସ୍ପିନ୍‌

Advertisment

ଶୃଙ୍ଖଳା ଜିତି ସାରିଥିବାରୁ ବିଶାଖାପାଟଣାର ରାଜଶେଖର ରେଡ୍ଡୀ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦କୁ ଜିତି ୪-୦ରେ ଆଗୁଆ ରହିବା ଆଶାରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ କ୍ରିକେଟ୍‌ ଦଳ।

ଶୃଙ୍ଖଳା ଜିତି ସାରିଥିବାରୁ ବିଶାଖାପାଟଣାର ରାଜଶେଖର ରେଡ୍ଡୀ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦କୁ ଜିତି ୪-୦ରେ ଆଗୁଆ ରହିବା ଆଶାରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ କ୍ରିକେଟ୍‌ ଦଳ।

27bbs_38_27012026_112

ବିଶାଖାପାଟଣା: ଶୃଙ୍ଖଳା ଜିତି ସାରିଥିବାରୁ ବିଶାଖାପାଟଣାର ରାଜଶେଖର ରେଡ୍ଡୀ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ବୁଧବାର ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦କୁ ଜିତି ୪-୦ରେ ଆଗୁଆ ରହିବା ଆଶାରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ କ୍ରିକେଟ୍‌ ଦଳ। ଅଭିଷେକ ଶର୍ମା, ସୂର୍ଯକୁମାର ଯାଦବ ଓ ଈଶାନ କିଶନଙ୍କ ବ୍ୟାଟିଂ ବଳରେ ବଳିୟାନ ହୋଇ ଭାରତ ପ୍ରଥମ ତିନିଟି ମୁକାବିଲାକୁ ସହଜରେ ଜିତି ନେଇଥିଲା। ଚତୁର୍ଥ ଲଢ଼େଇରେ ବ୍ୟାଟର୍‌ଙ୍କ ତାଳରେ ତାଳ ନେଇ ବୋଲିଂ ବାହିନୀଠାରୁ ବଡ଼ କମାଲ ଆଶାରେ ରହିବ ଘରୋଇ ଦଳ। ଶୃଙ୍ଖଳା ବିଜୟ ଲକ୍ଷ୍ୟ ହାସଲ କରି ସାରିଥିବାରୁ ବିଶାଖାପାଟଣାରେ ଟିମ୍‌ ଇଣ୍ଡିଆ ପାଖରେ ପରୀକ୍ଷା ନିରୀକ୍ଷାର ସୁଯୋଗ ବି ରହିବ।

ବିଶ୍ବକପ୍‌ ପୂର୍ବର ଶେଷ ଶୃଙ୍ଖଳା ହୋଇଥିବାରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପ୍ରମୁଖ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳକୁ ଫେରାଇ ଆଣିବାର ସମ୍ଭାବନା ଅଧିକ। ଅନ୍ୟତମ ସ୍ପିନର କୁଲଦୀପ ଯାଦବ ଶୃଙ୍ଖଳାରେ ଦୁଇଟି ମ୍ୟାଚ୍‌ ଖେଳି ମାତ୍ର ଦୁଇଟି ୱିକେଟ୍‌ ନେଇଛନ୍ତି। ସେ ଓଭର ପିଛା ୯.୫ ହାରରେ ରନ୍‌ ବ୍ୟୟ କରିଛନ୍ତି। ଏଣୁ ତାଙ୍କ ସ୍ଥାନ ବରୁଣ ନେଇ ପାରନ୍ତି। ବରୁଣଙ୍କୁ ତୃତୀୟ ଟ୍ବେଣ୍ଟି-୨୦ରେ ବିଶ୍ରାମ ମିଳିଥିଲା। ସେ ମଧ୍ୟ ଦୁଇଟି ମ୍ୟାଚ୍‌ ଖେଳି ତିନିଟି ୱିକେଟ୍ ନେଇଛନ୍ତି। ତୃତୀୟ ମ୍ୟାଚ୍‌ ଖେଳିଥିବା ରବି ବିଷ୍ଣୋଇ ମାତ୍ର ୧୮ ରନ୍‌ ଦେଇ ୨ ୱିକେଟ୍ ନେଇଛନ୍ତି।

ଅକ୍ଷର ପଟେଲଙ୍କ ଉପରେ ତୀକ୍ଷ୍‌ଣ ନଜର

ତେବେ ସେ ବିଶ୍ବକପ୍‌ ଦଳରେ ନଥିବାରୁ ଚତୁର୍ଥ ଓ ପଞ୍ଚମ ମୁକାବିଲାରେ ସୁଯୋଗ ପାଉଛନ୍ତି କି ନାହିଁ, ତାହା ଦଳ ପାଇଁ ସୁଖଦ ଦ୍ବନ୍ଦ୍ବ ଭାବେ ଉଭା ହୋଇଛି। ନାଗପୁରରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ଆହତ ହୋଇଥିବା ଅଲରାଉଣ୍ଡର୍‌ ଅକ୍ଷର ପଟେଲଙ୍କ ଫିଟ୍‌ନେସ୍‌ ଉପରେ ମଧ୍ୟ ଦଳର ତୀକ୍ଷ୍‌ଣ ନଜର ରହିବ। ପ୍ରୟମ ତିନି ମ୍ୟାଚ୍‌ରେ ଭାରତୀୟ ଶୀର୍ଷକ୍ରମ ଜବରଦସ୍ତ ବ୍ୟାଟିଂ କରିଛି। ହେଲେ ଓପନର୍‌ ସଞ୍ଜୁ ସାମସନ୍‌ କ୍ରମାଗତ ଭାବେ ବିଫଳ ହୋଇ ଚାଲିଛନ୍ତି। ଗତ ତିନିଟି ମ୍ୟାଚ୍‌ରେ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ହେଉଛି ୧୦, ୬ ଓ ୦। ଏଣୁ ବ୍ୟକ୍ତିଗତ ଭାବେ ବୁଧବାର ଏକ ଭଲ ପାଳି ଖେଳିବା ତାଙ୍କ ପାଇଁ ଏକାନ୍ତ ଅପରିହାର୍ଯ୍ୟ ହୋଇଛି। ତିଳକ ବର୍ମା ଶତ ପ୍ରତିଶତ ଫିଟ୍‌ନେସ୍‌ ପାଇବାକୁ ଆହୁରି କିଛି ଦିନ ଲାଗିବାକୁ ଥିବାରୁ ଶୃଙ୍ଖଳାରେ ମାତ୍ର ୫.୩୩ ହାରରେ ୧୬ ରନ୍‌ କରିଥିବା ସାମସନ୍‌ଙ୍କୁ ଶେଷ ଦୁଇ ଟ୍ବେଣ୍ଟି-୨୦ରେ କିନ୍ତୁ ସୁଯୋଗ ମିଳିପାରେ। ଏହି ଦୁଇ ମ୍ୟାଚ୍‌ରେ ଖରାପ କଲେ କିନ୍ତୁ ବିଶ୍ବକପ୍‌ ଦଳରେ ତାଙ୍କ ସ୍ଥାନ ନେଇ ସଂଶୟ ଓ ସନ୍ଦେହ ସୃଷ୍ଟି ହେବ। ବିଶାଖପାଟଣାରେ ମଧ୍ୟ ଏକ ହାଇସ୍କୋରିଂ ମ୍ୟାଚ୍‌ ଦେଖିବାବାକୁ ମିଳିବ ବୋଲି କ୍ରିକେଟ୍‌ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି।

ଆହୁରି ପଢ଼ନ୍ତୁ: Health: ଏମ୍‌ସ ଭୁବନେଶ୍ବରରେ ଖୁବ୍ ଶୀଘ୍ର ମିଳିବ ଲୋକାଭିମୁଖୀ ସ୍ୱାସ୍ଥ୍ୟସେବା

କିୱି ଉଡ଼ିବେ ନା ପଡ଼ିବେ

ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ତା’ର ଚଳିତ ଭାରତ ଗସ୍ତରେ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ନେଇ ଇତିହାସ ରଚିଥିଲା। ଭାରତ ମାଟିରେ ଭାରତ ବିପକ୍ଷରେ ପ୍ରଥମ ଏକଦିବସୀୟ ଶୃଙ୍ଖଳା ବିଜୟର ପ୍ରତୀକ୍ଷିତ ଓ ବିରଳ ସଫଳତା ଲାଭ କରିଥିଲା। ଟ୍ବେଣ୍ଟି-୨୦ରେ କିନ୍ତୁ କିୱି ଦଳ ପୂରା ସଂଘର୍ଷ କରିଆସୁଛି। ଜ୍ୟାକବ୍‌ ଡଫି, ମ୍ୟାଟ୍ ହେନରି, କାଇଲ୍‌ ଜାମିସନ୍, ମିଚେଲ ସାଣ୍ଟନର୍‌ ଓ ଈଶ୍‌ ସୋଢ଼ୀଙ୍କ ଭଳି ବୋଲର୍‌ ଯଥାକ୍ରମେ ୧୦.୩୦, ୧୩.୮୦, ୧୪.୨୦, ୧୩.୧୪ ଓ ୧୨.୫୦ ହାରରେ ରନ୍‌ ବ୍ୟୟ କରିଛନ୍ତି। ଗ୍ଳେଡ଼୍‌ ଫିଲିପ୍ସଙ୍କ ଛଡ଼ା ନ୍ୟୁଜିଲାଣ୍ଡର ଅନ୍ୟ କୌଣସି ବ୍ୟାଟର୍‌ ମଧ୍ୟ ପ୍ରଭାବଶାଳୀ ବ୍ୟାଟିଂ କରି ପାରି ନାହାନ୍ତି। ଏଣୁ ଭ୍ରମଣକାରୀ ଦଳ ବୁଧବାର ଏସବୁ ଦୋଷ ଦୁର୍ବଳତା ଦୂର କରି ଶୃଙ୍ଖଳାର ପ୍ରଥମ ବିଜୟ ହାସଲ କରିବାକୁ ମଇଦାନକୁ ଓହ୍ଲାଇବ।
ସମ୍ଭାବ୍ୟ ଭାରତ: ସଞ୍ଜୁ ସାମସନ୍‌, ଅଭିଷେକ ଶର୍ମା, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶିବମ ଦୁବେ, ହାର୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ହର୍ଷିତ ରାଣା, ରବି ବିଷ୍ଣୋଇ, କୁଲଦୀପ ଯାଦବ/ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ୍‌ ବୁମ୍‌ରା।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ଡେଭନ କନୱେ, ଟିମ୍ ସେଫର୍ଟ, ରାଚିନ ରବୀନ୍ଦ୍ର, ଗ୍ଲେନ୍‌ ଫିଲିପ୍ସ, ମାର୍କ ଚାପମ୍ୟାନ୍‌, ଡାରିଲ ମିଚେଲ, ମିଚେଲ ସାଣ୍ଟନର୍ (ଅଧିନାୟକ), କାଇଲ ଜାମିସନ୍‌, ମ୍ୟାଟ୍ ହେନରି, ଈଶ ‌ସୋଢ଼ୀ, ଜ୍ୟାବ ଡଫି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe