INDVSPAK: ଧୂଳି ଚାଟିଲା ପାକିସ୍ତାନ: ସୁପର୍‌-୮ରେ ଭାରତ, କିଶନଙ୍କ ବ୍ୟାଟିଂ ଝଡ଼

Advertisment

କଲମ୍ବୋରେ କମାଲ୍‌ କରିଛି ଭାରତୀୟ କ୍ରିକେଟ୍‌ ଦଳ। ଚିର ଶତ୍ରୁ ପାକିସ୍ତାନର ଦମ୍ଭ, ବାହାସ୍ଫୋଟ ଓ ଆତ୍ମଗର୍ବକୁ ଦଳିମକଚି ପୁଣି ବିଜୟୀ ହେବାର ଗୌରବ ଅର୍ଜନ କରିଛି। ରବିବାର ପବିତ୍ର ‘ଜାଗର’ ଅବସରରେ ଖାଲି ସ୍ମରଣୀୟ ବିଜୟ ହାସଲ କରିନି....

କଲମ୍ବୋରେ କମାଲ୍‌ କରିଛି ଭାରତୀୟ କ୍ରିକେଟ୍‌ ଦଳ। ଚିର ଶତ୍ରୁ ପାକିସ୍ତାନର ଦମ୍ଭ, ବାହାସ୍ଫୋଟ ଓ ଆତ୍ମଗର୍ବକୁ ଦଳିମକଚି ପୁଣି ବିଜୟୀ ହେବାର ଗୌରବ ଅର୍ଜନ କରିଛି। ରବିବାର ପବିତ୍ର ‘ଜାଗର’ ଅବସରରେ ଖାଲି ସ୍ମରଣୀୟ ବିଜୟ ହାସଲ କରିନି....

DGJDGDGJ

କଲମ୍ବୋ: କଲମ୍ବୋରେ କମାଲ୍‌ କରିଛି ଭାରତୀୟ କ୍ରିକେଟ୍‌ ଦଳ। ଚିର ଶତ୍ରୁ ପାକିସ୍ତାନର ଦମ୍ଭ, ବାହାସ୍ଫୋଟ ଓ ଆତ୍ମଗର୍ବକୁ ଦଳିମକଚି ପୁଣି ବିଜୟୀ ହେବାର ଗୌରବ ଅର୍ଜନ କରିଛି। ରବିବାର ପବିତ୍ର ‘ଜାଗର’ ଅବସରରେ ଖାଲି ସ୍ମରଣୀୟ ବିଜୟ ହାସଲ କରିନି, ବିଶ୍ବକପ୍‌ ବିଜୟ ରଥକୁ ସଫଳତାର ସହ ଆଗକୁ ନେଇ ପାକିସ୍ତାନ ବିପକ୍ଷରେ ୬୧ ରନ୍‌ର ଏକତରଫା ବିଜୟ ହାସଲ କରିଛି। ପାକିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟ ଧାରାକୁ ମଧ୍ୟ ୮-୧ରେ ପହଞ୍ଚାଇଛି। ଏହା ସହିତ ୧୪୫ କୋଟି ଭାରତୀୟଙ୍କ ହୃଦୟରେ ଅପୂର୍ବ ଖୁସି ଓ ଅନନ୍ୟ ଉଲ୍ଲାସର ଭାବନା ଭରିଛି। ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ବିଶ୍ବକପ୍‌ରେ ନିଜର ସର୍ବୋଚ୍ଚ ଦଳଗତ ସ୍କୋର୍‌ କରିବାର ରେକର୍ଡ କରିଛି। ସେପଟେ ପାକିସ୍ତାନର ବିଶ୍ବକପ୍‌ ମ୍ୟାଚ୍‌ ବର୍ଜନ ନାଟକର ପରିସମାପ୍ତି ଏହି ଦଳର ଲଜ୍ଜାଜନକ ପରାଜୟରେ ହୋଇଛି। ଏହି ବଡ଼ ବିଜୟ ବଳରେ ଭାରତ ଚଳିତ ବିଶ୍ବକପ୍‌ର ସୁପର-୮ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିଛି। ଗତ ସଂସ୍କରଣର ବିଜେତା ଭାରତ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଲଗାତାର ୧୧ ମ୍ୟାଚ୍‌ ଜିତିବାର ଅସାଧାରଣ ସଫଳତା ଲାଭ କରିଛି।

ସୁପର୍‌-୮ରେ ଭାରତ, କିଶନଙ୍କ ବ୍ୟାଟିଂ ଝଡ଼, କଲମ୍ବୋରେ ଟିମ୍‌ ଇଣ୍ଡିଆ ଉଡ଼ାଇଲା ବିଜୟ ବାନା, ଭାରତୀୟ ମହିଳା ଦଳଙ୍କଠାରୁ ବି ହାରିଲା

ରବିବାର ବହୁ ପ୍ରତୀକ୍ଷିତ ଏହି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ରେ ରୋଚକ ସ୍ଥିତି ଦେଖିବାକୁ ମିଳିବ ବୋଲି ସଭିଁଏ ଆଶା ବାନ୍ଧିଥିଲେ। ହେଲେ ପାକିସ୍ତାନର ଦୟନୀୟ ବ୍ୟାଟିଂ ପାଇଁ ମ୍ୟାଚ୍‌ଟି ଏକତରଫା ହୋଇ ଯାଇଥିଲା। ଭାରତ ୧୭୬ ରନ୍‌ର ଲକ୍ଷ୍ୟ ଦେବା ପରେ ୧୮ ଓଭରରେ ମାତ୍ର ୧୧୪ ରନ୍‌ କରି ଅଲ୍‌ଆଉଟ୍ ହୋଇଯାଇଥିଲା ପାକିସ୍ତାନ। ଦଳର ୭ଜଣ ବ୍ୟାଟର୍‌ ଏକ ଅଙ୍କ ଆଗକୁ ବଢ଼ି ନପାରିବା ପୂରା ମ୍ୟାଚ୍‌ରେ ଭାରତୀୟ ଖେଳାଳିଙ୍କ ଦବ୍‌ଦବାକୁ ଦର୍ଶାଇବା ସହ ଈଶାନ କିଶନଙ୍କ ବ୍ୟାଟିଂ ଝଡ଼ ହିଁ ପାକିସ୍ତାନର ଫୁଟାଣିକୁ ଭାଙ୍ଗିବାକୁ ଯଥେଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ଅଣପାରମ୍ପରିକ ତଥା ବିବାଦୀୟ ବୋଲିଂ ଶୈଳୀ ବୋଲର୍‌ ଉସମାନ ତାରିକଙ୍କୁ ଅସ୍ତ୍ର କରି ଭାରତକୁ ଘାଇଲା କରିବ ବୋଲି ପାକିସ୍ତାନ କରିଥିବା ଦାବି ଫୁସ୍‌କି ଯାଇଛି। ରବିବାର କିଶନଙ୍କ ଧମାକାଦାର ୭୭ ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୭୫ ରନ୍‌ କରିଥିଲା। ଜବାବରେ ଆରମ୍ଭରୁ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପାକିସ୍ତାନ ୨ ଓଭର ପୂର୍ବରୁ ଅଲ୍‌ଆଉଟ୍‌ ହୋଇଯାଇଥିଲା। ପାକିସ୍ତାନର ପଶ୍ଚାତଧାବନ ଥିଲା ଅନ୍ୟନ୍ତ ନୈରାଶ୍ୟଜନକ।

Cyber Attack: ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ଭାରତୀୟ ବୋଲରଙ୍କ ଉଚ୍ଚମାନର ବୋଲିଂ ଆଗରେ ଏହି ଦଳର ବେପରୁଆ ବ୍ୟାଟର୍‌ ଯେମିତି ପୂରା ଆତ୍ମସମର୍ପଣ କରି ଦେଇଥିଲେ। ଆରମ୍ଭରୁ ଦୁଇ ଦ୍ରୁତ ବୋଲର୍‌ ହାର୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ୍‌ ବୁମ୍‌ରା ପାକିସ୍ତାନର ଶୀର୍ଷକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ଭାରତ ବୋଲରଙ୍କୁ ନିର୍ଧୂମ ପ୍ରହାର କରିବେ ବୋଲି ପୂର୍ବରୁ ଫୁଟାଣି ମାରିଥିବା ସାହିଦ ଜାଦା ଫରହାନ୍ ଖାତା ମଧ୍ୟ ଖୋଲି ପାରି ନଥିଲେ। ବୁମ୍‌ରାଙ୍କ ୟର୍କରର କୌଣସି ଜବାବ ଯେମିତି ପାକ୍‌ ବ୍ୟାଟର୍‌ଙ୍କ ପାଖରେ ନଥିଲା। ଗୋଟିଏ ଓଭରରେ ସୈମ ଆୟୁବ ଓ ସଲମାନ ଆଗାଙ୍କୁ ଆଉଟ୍‌ କରି ପ୍ରଥମ ଦୁଇ ଓଭର ଭିତରେ ହିଁ ସେ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ପାୱାର ପ୍ଲେ’ ଭିତରେ ମାତ୍ର ୩୮ ରନ୍‌ରେ ୪ ୱିକେଟ୍‌ ହରାଇ ପାକିସ୍ତାନ ସେହିଠାରେ ହିଁ ଏକପ୍ରକାର ମ୍ୟାଚ୍‌ ହାରି ଯାଇଥିଲା। ଉସମାନ ଖାନଙ୍କ ୪୪ ରନ୍‌ ହିଁ ପାକିସ୍ତାନ ପାଳିର ଏକମାତ୍ର ସାନ୍ତ୍ବନା ଥିଲା। କେବଳ ୩ ଜଣ ଘୋର ସଂଘର୍ଷ କରି ଦୁଇ ଅଙ୍କ ଛୁଇଁ ପାରିଥିଲେ। ହାର୍ଦିକ, ବୁମ୍‌ରା, ଅକ୍ଷର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। କୁଲଦୀପ ଯାଦବ ଓ ତିଳକ ବର୍ମା ଜଣେ ଲେଖାଏଁ ପାକିସ୍ତାନ ବ୍ୟାଟର୍‌ଙ୍କୁ ଶିକାର କରିଥିଲେ। ଈଶାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଭାରତ ନିଜ ଶେଷ ଲିଗ୍‌ରେ ବୁଧବାର ନେଦରଲାଣ୍ଡ୍‌ସ ସହ ଖେଳିବ।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe