T-20 : ଶ୍ରୀଲଙ୍କାକୁ ୧୫ ରନରେ ହରାଇଲା ଭାରତୀୟ ମହିଳା ଦଳ

Advertisment

ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜରେ କ୍ଲିନ୍ ସୁଇପ୍ କରିଛି। ଭାରତ ଆଜି ଖେଳାଯାଇଥିବା ପଞ୍ଚମ ଟି-୨୦ ଆନ୍ତର୍ଜାତୀୟରେ ଶ୍ରୀଲଙ୍କାକୁ ୧୫ ପରାସ୍ତ କରିଛି। 

ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜରେ କ୍ଲିନ୍ ସୁଇପ୍ କରିଛି। ଭାରତ ଆଜି ଖେଳାଯାଇଥିବା ପଞ୍ଚମ ଟି-୨୦ ଆନ୍ତର୍ଜାତୀୟରେ ଶ୍ରୀଲଙ୍କାକୁ ୧୫ ପରାସ୍ତ କରିଛି। 

india

india

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜରେ କ୍ଲିନ୍ ସୁଇପ୍ କରିଛି। ଭାରତ ଆଜି ଖେଳାଯାଇଥିବା ପଞ୍ଚମ ଟି-୨୦ ଆନ୍ତର୍ଜାତୀୟରେ ଶ୍ରୀଲଙ୍କାକୁ ୧୫ ପରାସ୍ତ କରିଛି। 

ଆହୁରି ପଢନ୍ତୁ : Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା "ଅଟଳ ମାର୍ଗ" ର ଭିତ୍ତି ପ୍ରସ୍ତର ସ୍ଥାପନ

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱ ଇନିଂସ ବଳରେ ୧୭୫/୭ ସ୍କୋର କରିଥିଲା। ହରମନପ୍ରିତ ୬୮ ରନ କରିଥିବାବେଳେ ଅରୁନ୍ଧତୀ ରେଡ୍ଡି ୨୭ ରନ ଓ ଅମନଜୋତ କୌର ୨୧ ରନ କରିଥିଲେ ।  ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୭୫ ରନ କରିଥିଲା । ୧୭୬ରନର ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ଶ୍ରୀଲଙ୍କା ଦଳ ୧୬୦ ରନରେ ସୀମିତ ରହିଥିଲା । ଦଳ ପକ୍ଷରୁ ହସିନି ପେରେରା ୬୫ ରନ ଓ ଇମେଶା ଦୁଲାନି ୫୦ ରନ କରିଥିଲେ । ମାତ୍ର ଅନ୍ୟ ମଧ୍ୟକ୍ରମ ବ୍ୟାଟ୍ସରଙ୍କ ବିଫଳତା ଯୋଗୁଁ ଦଳ ଲକ୍ଷ୍ୟ ହାସଲ କରିପାରିନଥିଲା । ଭାରତ ପକ୍ଷରୁ ଦିପ୍ତି ଶର୍ମା, ଅରୁନ୍ଧତୀ ରେଡ୍ଡି, ସ୍ନେହ ରାଣା, ବୈଷ୍ଣବୀ ଶର୍ମା, ଶ୍ରୀ ଚାରଣି ଓ ଅମନଜୋତ କୌର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । 

ଆହୁରି ପଢନ୍ତୁ : Asim Munir : ନିଜ ପୁତୁରା ସହ ନିଜ ଝିଅ ବାହାଘର କରାଇଲେ ଅସୀମ ମୁନିର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe