ନଭି ମୁମ୍ବାଇ : ନଭି ମୁମ୍ବାଇର ଡ. ଡିଓ୍ବାଇ ପାଟିଲ ସ୍ପୋର୍ଟ୍ସ ଏକାଡେମିରେ ଗୁରୁବାର ଅନୁଷ୍ଠିତ ମହିଳା ବିଶ୍ବକପ୍ ୨୦୨୫ର ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛ ଭାରତ ।  ଆସନ୍ତା ରବିବାର ହେବାକୁ ଥିବା ଫାଇନାଲରେ ଭାରତର ମୁକାବିଲା ଦକ୍ଷିଣ ଆଫ୍ରିକା ସହ ହେବ ।

Advertisment

ଭାରତର ଏହି ବଡ଼ ବିଜୟର ନାୟିକା ଥିଲେ ଜେମିମା ରୋଡରିଗସ୍ । ସେ ଅପରାଜିତ ୧୨୭ ରନ କରି ଭାରତୀୟ ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ହରମନପ୍ରିତ କୌର ୮୯ ରନର ଏକ ଲଢୁଆ ଇନିଂସ ଖେଳିଥିଲେ । ୩୩୯ ରନର ଏକ ବଡ଼ ଲକ୍ଷ୍ୟକୁ ଭାରତ ୪୮.୩ ଓଭରରେ ହାସଲ କରିନେଇଥିଲା ।

ଆହୁରି ପଢନ୍ତୁ : ICC Womens World Cup 2025 : ଭାରତ ଆଗରେ ୩୩୯ ରନର ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ ରଖିଥିଲା ବଡ଼ ଟାର୍ଗେଟ୍ 

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯.୫ ଓଭରରେ ୩୩୮ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଫୋବେ ଲିଚଫିଲଡ୍ ୧୧୯ ରନ କରିଥିବାବେଳେ ଅଲିସି ପେରି ୭୭ ରନ କରିଥିଲେ । ସେହିପରି ଆସଲେ ଗାର୍ଡନର ୬୩ ରନ କରିଥିବାବେଳେ ବେଥ ମୁନି ୨୪ ରନ କରିଥିଲେ । ଭାରତ ପକ୍ଷରୁ ଶ୍ରୀଚାରନି ଓ ଦିପ୍ତି ଶର୍ମା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସର୍ବଶେଷ ସୂଚନା ଅନୁସାରେ ଭାରତର ବ୍ୟାଟିଂ ଆରମ୍ଭ ହୋଇଛି ଓ ଭାରତ ୨ ଓଭରରେ ୧୬ ରନ କରି ଗୋଟିଏ ଓ୍ବିକେଟ ହରାଇଛି । 

ଆହୁରି ପଢନ୍ତୁ: Nitin Gadkari on Road: ରାସ୍ତାରେ ଖାଲ ହେଲେ ମୁଁ କାହିଁକି ଗାଳି ଶୁଣିବି: ଗଡ଼କରୀ