South Africa opt to bowl at Barabati stadium. Photograph: (sambad.in)
କଟକ/ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳା ଆରମ୍ଭ ହୋଇଯାଇଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି। ଭାରତୀୟ ଦଳର ନେତୃତ୍ବ ନେଇଛନ୍ତି ଯୁବ କ୍ରିକେଟର ସୂର୍ଯ୍ୟକୁମାର ଯାଦବ। ସେ ଐଦେନ ମାର୍କରାମଙ୍କ ନେତୃତ୍ବରେ ପରିଚାଳିତ ଦକ୍ଷିଣ ଆଫ୍ରିକାକୁ ମୁକାବିଲା କରୁଛନ୍ତି। ଅତିଥି ଦଳ ଦକ୍ଷିଣ ଆଫ୍ରିକା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତ ବ୍ୟାଟିଂ କରୁଛି।
ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳା ସୂଚୀ
- ପ୍ରଥମ ଟି-୨୦: କଟକ (୦୯-୧୨-୨୫)
- ଦ୍ବିତୀୟ ଟି-୨୦: ନ୍ୟୁ ଚଣ୍ଡିଗଡ଼ (୧୧-୧୨-୨୫)
- ତୃତୀୟ ଟି-୨୦: ଧର୍ମଶାଳା (୧୪-୧୨-୨୫)
- ଚତୁର୍ଥ ଟି-୨୦: ଲକ୍ଷ୍ନୌ (୧୭-୧୨-୨୫)
- ପଞ୍ଚମ ଟି-୨୦: ଅହମଦାବାଦ (୧୯-୧୨-୨୫)
କ୍ରୀଡ଼ାପ୍ରେମୀ ଉତ୍ସାହିତ
ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ବାରବାଟୀ ଷ୍ଟାଡିୟମର ଗ୍ୟାଲେରିଗୁଡ଼ିକରେ ଦର୍ଶକମାନେ ପ୍ରବଳ ଉତ୍ସାହିତ ଦେଖାଯାଇଛନ୍ତି। ଅପରାହ୍ଣ ୪ଟାରେ ବାରବାଟୀ ଷ୍ଟାଡିୟମର ଗେଟ୍ଗୁଡ଼ିକ ଖୋଲି ଦିଆଯିବା ପରେ ଦର୍ଶକମାନେ ହର୍ଷୋଲ୍ଲାସିତ ଦେଖାଯାଇଥିଲେ। ଶୀତୁଆ ସନ୍ଧ୍ୟାରେ ଗରମ ଦେଖାଯାଉଥିଲେ। ଅନେକ ଦର୍ଶକ ବିନା ଗରମ ପୋଷାକରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରୁଥିଲେ। ଦର୍ଶକମାନଙ୍କୁ ଶୃଙ୍ଖଳିତ ଭାବେ ଲାଇନ୍ରେ ରଖି ଷ୍ଟାଡିୟମ ଭିତରକୁ ଛଡ଼ାଯାଇଥିଲା। ଦର୍ଶକଙ୍କ ଟିକେଟ୍ ଅନୁଯାୟୀ ସେମାନଙ୍କୁ ନିର୍ଦ୍ଧାରିତ ଗ୍ୟାଲେରିରେ ପ୍ରବେଶ ଦିଆଯାଇଥିଲା।
ଆହୁରି ପଢ଼ନ୍ତୁ: IND VS SA: ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ ଆଜି
ହୋଟେଲ ବାହାରେ କ୍ରୀଡ଼ାପ୍ରେମୀଙ୍କ ଭିଡ଼
ବାରବାଟୀ ମ୍ୟାଚ୍ ପାଇଁ ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଭୁବନେଶ୍ବରସ୍ଥିତ ମେଫେୟାର ହୋଟେଲ ଛାଡ଼ିଥିଲେ। ଉଭୟ ଟିମ୍ର ଖେଳାଳି ସ୍ବତନ୍ତ୍ର ବସ୍ ଯୋଗେ ବାରବାଟୀରେ ପହଞ୍ଚି ଥିଲେ। ହୋଟେଲରୁ ପ୍ରଥମେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ବାହାରିଥିଲେ। ଏହାର ଅଳ୍ପ ବ୍ୟବଧାନ ପରେ ଭାରତୀୟ ଖେଳାଳିଙ୍କ ବସ୍ ଗଡ଼ିଥିଲା। ଯେଉଁ ଉତ୍ସାହିତ କ୍ରୀଡ଼ାପ୍ରେମୀମାନେ ବାରବାଟୀରେ ପହଞ୍ଚି ପାରି ନଥିଲେ, ସେମାନେ ଖେଳାଳି ରହୁଥିବା ହୋଟେଲ ସାମ୍ନାରେ ଭିଡ଼ ଲଗାଇଥିଲେ। ଖେଳାଳିଙ୍କୁ ଦେଖିବାର ସୁଯୋଗ ହାତଛଡ଼ା କରି ନଥିଲେ।
ଆହୁରି ପଢ଼ନ୍ତୁ: India VS South Africa Match: ସମାନ ଟିମ୍...ସମାନ ସ୍ଥାନ, ମଧୁର ହେବ କି ୧୦ବର୍ଷ ତଳର ତିକ୍ତ ଅନୁଭୂତି?
ସମ୍ଭାବ୍ୟ ଭାରତୀୟ ଦଳ: ଶୁବମନ ଗିଲ୍, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ଜିତେଶ ଶର୍ମା, ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଯଶପ୍ରୀତ୍ ବୁମରା, କୁଲଦୀପ ଯାଦବ।
ଦକ୍ଷିଣ ଆଫ୍ରିକା ଦଳ ସମ୍ଭାବ୍ୟ: ଐଦେନ ମାର୍କରାମ (ଅଧିନାୟକ), କ୍ବିଣ୍ଟନ୍ ଡି’କକ୍, ଦିୱାଲ୍ଡ ବ୍ରେଭିସ୍, ଟୋନି ଡି ଜୋର୍ଜି, ମାର୍କୋ ୟାନ୍ସେନ୍, କେଶବ ମହାରାଜ, ଡେଭିଡ୍ ମିଲର୍. ତ୍ରିଷ୍ଟନ୍ ଷ୍ଟବ୍ସ, ରିଜା ହେଣ୍ଡ୍ରିକ୍ସ, ଲୁଙ୍ଗି ଏନ୍ଗିଡି, ଅନରିକ୍ ନର୍ଖିୟା।
Follow Us