କାନପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କ ଷ୍ଟାଡିୟମରେ ୩ୟ ତଥା ନିର୍ଣ୍ଣାୟକ ଦିନିକିଆ ଜାରି ରହିଛି। ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡର ପ୍ରଥମ ଶିକାର ହୋଇଛିି ଭାରତ। ଭାରତର ଓପନର ଶିଖର ଧାଓ୍ଵନ (୧୪) ୨୦ଟି ବଲ ଖେଳି ପାଭଲିୟନ ଫେରି ଯାଇଛନ୍ତି। ୬.୧ ଓଭରରେ ଟିମ୍ ସାଉଦୀଙ୍କ ବଲ ଖେଳିବାକୁ ଯାଇ ଅଧିନାୟକ କେନ ଓ୍ଵିଲିୟମସନ୍ଙ୍କୁ କ୍ୟାଚ ଦେଇଥିଲେ ଧାଓ୍ଵନ।
ରିପୋର୍ଟ ଲେଖାଯିବା ବେଳକୁ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା କ୍ରିଜରେ ଅଛନ୍ତି। ଭାରତ ୧୦ଓଭର ପରିସମାପ୍ତି ପରେ ୫୩ ରନ୍ ସଂଗ୍ରହ କରିଛି। ସୂଚନାଯୋଗ୍ୟ ୩ଟି ଶୃଙ୍ଖଳା ବିଶିଷ୍ଟ ଦିନିକିଆ ମ୍ୟାଚରେ ଭାରତ ମୁମ୍ବାଇରେ ବିଜୟୀ ହୋଇଥିବା ବେଳେ ପନେରେ ନ୍ୟଜିଲାଣ୍ଡ ବିଜୟୀ ହୋଇଥିଲା। ସେଥିପାଇଁ କାନପୁର ଦିନିକିଆ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।