India VS South Africa Match: ସମାନ ଟିମ୍...ସମାନ ସ୍ଥାନ, ମଧୁର ହେବ କି ୧୦ବର୍ଷ ତଳର ତିକ୍ତ ଅନୁଭୂତି?

Advertisment

୧୦ବର୍ଷ ପରେ ପୁଣି ଭାରତ ଏବଂ ଦକ୍ଷିଣ ଆଫ୍ରିକା କଟକର ବାରବାଟୀ ଷ୍ଟାଡିୟମରେ ଟି-୨୦ ସିରିଜ୍ ଖେଳିବାକୁ ପ୍ରସ୍ତୁତ। 2015ରେ ଘଟିଥିବା ଘଟଣା ଦୁଇ ଦଳକୁ ତିକ୍ତ ଅନୁଭୂତି ଦେଇଥିବା ବେଳେ ଆଜି ସେହି ଅନୁଭୂତି ବଦଳିବ ବୋଲି ଆ‌ୟୋଜକ ଆଶା ରଖିଛନ୍ତି।

୧୦ବର୍ଷ ପରେ ପୁଣି ଭାରତ ଏବଂ ଦକ୍ଷିଣ ଆଫ୍ରିକା କଟକର ବାରବାଟୀ ଷ୍ଟାଡିୟମରେ ଟି-୨୦ ସିରିଜ୍ ଖେଳିବାକୁ ପ୍ରସ୍ତୁତ। 2015ରେ ଘଟିଥିବା ଘଟଣା ଦୁଇ ଦଳକୁ ତିକ୍ତ ଅନୁଭୂତି ଦେଇଥିବା ବେଳେ ଆଜି ସେହି ଅନୁଭୂତି ବଦଳିବ ବୋଲି ଆ‌ୟୋଜକ ଆଶା ରଖିଛନ୍ତି।

Cuttack

India VS South Africa Match Cuttack Photograph: (sambad.in)

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଆଜି କଟକର ବାରବାଟୀ ଷ୍ଟାଡିୟମରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳିବେ। ଏହି ମ୍ୟାଚ୍ ପାଇଁ ସବୁ ପ୍ରକାରର ପ୍ରସ୍ତୁତି‌ ଶେଷ ହୋଇଛି। ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବାର ଯୋଜନା ରହିଛି। ଏହି ମ୍ୟାଚ୍ ଆରମ୍ଭ ପୂର୍ବରୁ ୧୦ବର୍ଷ ତଳର ସେହି ତିକ୍ତ ଅନୁଭୂତି ଏବେ ପୁଣି ମନେ ପଡ଼ିଯାଇଛି। ସମାନ୍ ଟିମ୍ ଆଜି ସମାନ ସ୍ଥାନରେ ମୁହାଁମୁହିଁ ହେବେ। ୧୦ବର୍ଷ ତଳେ ‌ଯାହା ସବୁ ଘଟିଥିଲା, ତାହା ପୂରା ଟିମ୍‌ର ଅନୁଭୂତିକୁ ତିକ୍ତ କରି ଦେଇଥିଲା। ଆଜି ପୁଣି ୧୦ବର୍ଷ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ବାରବାଟୀରେ ସାମ୍ନାସାମ୍ନୀ ହେବେ। ଏହି ମୁକାବିଲା ଖେଳାଳିଙ୍କ ୧୦ବର୍ଷ ତଳର ସେହି ତିକ୍ତ ଅନୁଭୂତିକୁ ମଧୁର କରିବ ବୋଲି ଆଶା ରଖିଛନ୍ତି ଆୟୋଜକ।

୨ଥର ଅଟକି ଥିଲା ମ୍ୟାଚ୍

୫ ଅକ୍ଟୋବର ୨୦୧୫ରେ କଟକର ବାରବାଟୀରେ ଏହି ଦୁଇ ଦଳ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା ​। ଏହି ମ୍ୟାଚ୍ ସମୟରେ ଘଟିଥିବା ଘଟଣା ଏବେ ବି ଭାରତୀୟ କ୍ରିକେଟର ସବୁଠାରୁ ତିକ୍ତ ସ୍ମୃତି ଭାବରେ ଲିପିବଦ୍ଧ। ସେହି ରାତିରେ, ଭାରତୀୟ ଦଳର ଲଜ୍ଜାଜନକ ବ୍ୟାଟିଂ ଏବଂ ଦର୍ଶକଙ୍କ ଅବ୍ୟବସ୍ଥିତ ଆଚରଣ ପାଇଁ ମ୍ୟାଚ୍‌ ଅଧାରୁ ଦୁଇଥର ଅଟକି ଥିଲା।  ଏହାକୁ ନେଇ ଦେଶ ସମେତ ବିଦେଶରେ ମଧ୍ୟ ସମାଲୋଚନା କରାଯାଇଥିଲା।

ଭାରତର ଖରାପ ପ୍ରଦର୍ଶନ ପରେ ଆରମ୍ଭ ‌ହୋଇଥିଲା ବୋତଲ ଫିଙ୍ଗା

ପ୍ରଥମ ମ୍ୟାଚ୍ ହାରିବା ପରେ, ଭାରତୀୟ ଦଳ କଟକରେ ସିରିଜ୍ ସମାନ କରିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇଥିଲା। କିନ୍ତୁ ଆରମ୍ଭରୁ ଦଳ ଦୁର୍ବଳ ହୋଇପଡ଼ିଥିବା ପରି ମନେ ହୋଇଥିଲା। ୪୩/୨ ରୁ ଆରମ୍ଭ ହୋଇଥିବା ଭାରତୀୟ ଇନିଂସ ହଠାତ୍ ୯୨ରନ୍‌ରେ ଭୁଶୁଡ଼ି ପଡ଼ିଥିଲା। ବିରାଟ କୋହଲି ୦୧ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ସମଗ୍ର ଦଳର ଏହି ପତନ ଦର୍ଶକଙ୍କୁ କ୍ରୋଧିତ କରିଥିଲା ​​ଏବଂ ଷ୍ଟାଡିୟମର ପରିବେଶ ଅସ୍ୱାଭାବିକ ଭାବରେ ଉଷ୍ମ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକାର ଇନିଂସର ୧୧ ଓଭର ଶେଷ ହେବା ପରେ ସ୍କୋର ହୋଇଥିଲା ୬୪/୩। ଏହି ସମୟରେ ବସିଥିବା ଦର୍ଶକ ପଡ଼ିଆକୁ ପ୍ଲାଷ୍ଟିକ୍ ପାଣି ବୋତଲ ଫିଙ୍ଗିବା ଆରମ୍ଭ କରିଥିଲେ। ଏଥିପାଇଁ ୧୯ମିନିଟ୍ ଖେଳ ବନ୍ଦ ରହିବା ପରେ ଆରମ୍ଭ ହୋଇଥିଲା ବ୍ୟାଟିଂ।

ଆହୁରି ପଢ଼ନ୍ତୁ: Daspalla Dead Body Loot ଦଶପଲ୍ଲା: ଏଣେ ମୁକୁଳା ଡ୍ରେନରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ତେଣେ ସରପଞ୍ଚଙ୍କ ଘରେ କଳା କନା ବୁଲେଇଲେ ଦୁର୍ବୃତ୍ତ

କିନ୍ତୁ ୨ଓଭର ପରେ ପୁଣି ଲୋକେ ବୋତଲ ଫିଙ୍ଗିଥିଲେ। ଏହା ଦେଖି ଅମ୍ପାୟାର ସିକେ ନନ୍ଦନ ଏବଂ ସି ଶମସୁଦ୍ଦିନ ଖେଳାଳିମାନଙ୍କୁ ତୁରନ୍ତ ପଡ଼ିଆ ବାହାରକୁ ଆସିବାକୁ କହିଥିଲେ। ଏପରିକି ମ୍ୟାଚ୍ ବାତିଲ୍ ହେବ‌ା ପର୍ଯ୍ୟନ୍ତ କଥା ଯାଇଥିଲା। ହେଲେ ପ୍ରାୟ ୨୭ ମିନିଟ୍ ପରେ, ପୁଲିସ ଓ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ହସ୍ତକ୍ଷେପ ପରେ ମ୍ୟାଚ୍ ପୁଣି ଆରମ୍ଭ ହେଲା, ଯାହାକୁ ଦକ୍ଷିଣ ଆଫ୍ରିକା ସହଜରେ ଲକ୍ଷ୍ୟ (୯୬/୪) ଜିତି ନେଇଥିଲା। ଏହି ଘଟଣା ପରେ ଅନେକ ଖେଳାଳି ଅସନ୍ତୋଷ ପ୍ରକାଶ କରିଥିଲେ।

ଆଜି ପୁଣି ଦୁଇ ଦଳ ମୁହାଁମୁହିଁ ହେବାକୁ ଥିବା ବେଳେ ସେମାନଙ୍କ ଅନୁଭୂତି ଏଥର ମଧୁର ରହିବ ବୋଲି ଆୟୋଜକ ଆଶା ରଖିଛନ୍ତି।

ଆହୁରି ପଢ଼ନ୍ତୁ: Barabati T-20 :  ମହାପ୍ରଭୁଙ୍କ ଦର୍ଶନ କଲେ ଟିମ ଇଣ୍ଡିଆ ଖେଳାଳି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe