Cricket: ୧୯ ବର୍ଷରୁ କମ୍‌ ବିଶ୍ବକପ୍‌: ଆମେରିକାକୁ ହରାଇଲା ଭାରତ; ହେନିଲଙ୍କୁ ୫ ୱିକେଟ୍‌

Advertisment

୧୯ ବର୍ଷରୁ କମ୍‌ ଦିନିକିଆ ବିଶ୍ବକପ୍‌ ଗୁରୁବାରଠୁ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ଭାରତ ୬ ୱିକେଟ୍‌ (ଡିଏଲ୍‌ଏସ୍‌)ରେ ଆମେରିକାକୁ ହରାଇ ଅଭିଯାନ ଆରମ୍ଭ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଆମେରିକାକୁ ବ୍ୟାଟିଂ ଆମନ୍ତ୍ରିତ କରିଥିଲା।

୧୯ ବର୍ଷରୁ କମ୍‌ ଦିନିକିଆ ବିଶ୍ବକପ୍‌ ଗୁରୁବାରଠୁ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ଭାରତ ୬ ୱିକେଟ୍‌ (ଡିଏଲ୍‌ଏସ୍‌)ରେ ଆମେରିକାକୁ ହରାଇ ଅଭିଯାନ ଆରମ୍ଭ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଆମେରିକାକୁ ବ୍ୟାଟିଂ ଆମନ୍ତ୍ରିତ କରିଥିଲା।

cricket

ବୁଲୱାଓ: ୧୯ ବର୍ଷରୁ କମ୍‌ ଦିନିକିଆ ବିଶ୍ବକପ୍‌ ଗୁରୁବାରଠୁ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ଭାରତ ୬ ୱିକେଟ୍‌ (ଡିଏଲ୍‌ଏସ୍‌)ରେ ଆମେରିକାକୁ ହରାଇ ଅଭିଯାନ ଆରମ୍ଭ କରିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଆମେରିକାକୁ ବ୍ୟାଟିଂ ଆମନ୍ତ୍ରିତ କରିଥିଲା। ହେନିଲ ପଟେଲଙ୍କ ବାଉନ୍ସ ଓ ସ୍ବିଙ୍ଗ୍‌ ଆଗରେ ଧରାଶାୟୀ ହୋଇ ଆମେରିକା ୩୫.୨ ଓଭରରେ ୧୦୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ହେନିଲ ୭-୧-୧୬-୫ ବୋଲିଂ ସଫଳତା ପାଇଥିଲେ।

ଦୀପେଶ ଦେବେନ୍ଦ୍ରନ, ଆର୍‌ଏସ୍‌ ଅମ୍ବ୍ରିସ, ଖିଲାନ ପଟେଲ ଓ ବୈଭବ ସୂର୍ଯ୍ୟବଂଶୀ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଆମେରିକା ପକ୍ଷରୁ ନୀତୀଶ ସୁଦିନ (୩୬), ଆଦ୍‌ନିତ ଝାମ୍ବ (୧୮), ସାହିଲ ଗର୍ଗ (୧୬) ଓ ଅର୍ଜୁନ ମହେଶ (୧୬) କେବଳ ଦୁଇଅଙ୍କ ଛୁଇଁଥିଲେ। ବର୍ଷାଯୋଗୁଁ ଦ୍ବିତୀୟ ପାଳି ବିଳମ୍ବରେ ଆରମ୍ଭ ହୋଇଥିଲା ବେଳେ ବୈଭବ ସୂର୍ଯ୍ୟବଂଶୀ (୨)ଙ୍କୁ ସଅଳ ହରାଇଥିଲା ଭାରତ। ୪ ଓଭରରେ ୨୧/୧ ଥିଲା ବେଳେ ପୁଣି ବର୍ଷା ହୋଇଥିଲା। ଫଳରେ ଭାରତ ସମ୍ମୁଖରେ ୩୪ ଓଭରରେ ୯୬ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା।

ଆହୁରି ପଢ଼ନ୍ତୁ: Government Scheme: କାହା ସ୍ବାର୍ଥରେ ମହାପ୍ରୟାଣ ଯୋଜନା?

ହେନିଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର

ଭାରତ ୫.୨ ଓଭରରେ ୨୫/୩ରେ ସଂଘର୍ଷ କରିଥିଲା। ବିହାନ ମାଲହୋତ୍ରା (୧୮) ଓ ଅଭିଜ୍ଞାନ କୁଣ୍ଡୁ ଚତୁର୍ଥ ୱିକେଟ୍‌ରେ ୪୫ ରନ୍‌ ଯୋଡ଼ି ଦଳକୁ ବିଜୟ ଦିଗରେ ନେଇଥିଲେ। ବିହାନ ୧୮ ରନ୍‌ରେ ଆଉଟ୍‌ ହୋଇଥିଲେ। ଅଭିଜ୍ଞାନ (୪୨*) ଓ କନିଷ୍କ ଚୌହାନ (୧୦*) ଅପରାଜିତ ରହି ଦଳକୁ ୧୧୮ ବଲ୍‌ ପୂର୍ବରୁ ବିଜୟ ଭେଟି ଦେଇଥିଲେ। ହେନିଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଅନ୍ୟଏକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ୫ ୱିକେଟ୍‌ରେ ତାଞ୍ଜାନିଆକୁ ହରାଇଥିଲା ବେଳେ ଜିମ୍ବାୱେ-ସ୍କଟଲାଣ୍ଡ ମ୍ୟାଚ୍‌ ବର୍ଷା ‌ଯୋଗୁଁ ବାତିଲ ହୋଇଥିଲା।

ଆହୁରି ପଢ଼ନ୍ତୁ: Mary Kom: ମେରିକମ୍‌ଙ୍କ ସ୍ବାମୀଙ୍କ ବଡ଼ ଅଭିଯୋଗ: ମେରିକମ୍‌ ଜଣେ କନିଷ୍ଠ ମୁଷ୍ଟିଯୋଦ୍ଧାଙ୍କ ସହ ସମ୍ପର୍କ ରଖୁଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe