India-New Zealand 1st T20I: ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଆଜି, ୩ ନମ୍ବରରେ ବ୍ୟାଟିଂ କରିବେ ଇଶାନ

Advertisment

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚଟିକିଆ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ସଂଧ୍ୟା ୭ଟାବେଳେ ଆରମ୍ଭ ହେବ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚଟିକିଆ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ସଂଧ୍ୟା ୭ଟାବେଳେ ଆରମ୍ଭ ହେବ।

India

India-New Zealand 1st T20I Photograph: (sambad.in)

ନାଗପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚଟିକିଆ ଟ୍ବେଣ୍ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ସଂଧ୍ୟା ୭ଟାବେଳେ ଆରମ୍ଭ ହେବ।

ଆଉ ପ୍ରାୟ ଦୁଇ ସପ୍ତାହ ପରେ ଭାରତ ଓ ଶ୍ରୀଲଙ୍କାରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ହେଉଥିବାରୁ ଏହି ଶୃଙ୍ଖଳା ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ମନେକରାଯାଉଛି। ଏହି ଶୃଙ୍ଖଳା ମାଧ୍ୟମରେ ଭାରତୀୟ ଦଳ ନିଜର ବିଶ୍ବକପ୍ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବ। ପୁଣି ଏହି ଶୃଙ୍ଖଳା ଜିତି ଭାରତୀୟ ଦଳ ଦିନିକିଆ ଶୃଙ୍ଖ​ଳାରେ ହୋଇଥିବା ପରାଜୟର ପ୍ରତିଶୋଧ ନେବ। ଅନ୍ୟପକ୍ଷରେ ବିଶ୍ବକପ୍ ପୂର୍ବରୁ ଉପମହାଦେଶ ପରିବେଶରେ କ୍ରିକେଟର ଛୋଟ ଫର୍ମାଟରେ ନିଜକୁ ଖାପ ଖୁଆଇବାକୁ ନ୍ୟୁଜିଲାଣ୍ଡ ଦଳ ପାଇଁ ଏହା ଏକ ଭଲ ସୁଯୋଗ ହେବ। ଏହା ସହିତ ଦିନିକିଆ ପରି ନିଜର ବିଜୟଧାରାକୁ ଟ୍ବେଣ୍ଟି-୨୦ରେ ବି ବଜାୟ ରଖିବାକୁ ଉଦ୍ୟମ କରିବ ନ୍ୟୁଜିଲାଣ୍ଡ ଦଳ। ତେବେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ। ସେ ବିଗତ କିଛି ମାସ ଧରି ଭଲ ଫର୍ମରେ ନଥିଲେ ବି ତାଙ୍କ ନେତୃତ୍ବରେ ଭାରତୀୟ ଦଳ ଟ୍ବେଣ୍ଟି-୨୦ ଫର୍ମାଟରେ ଭଲ ପ୍ରଦର୍ଶନ କରିଚାଲିଛି । ୨୦୨୪ରେ ସୂର୍ଯ୍ୟକୁମାର ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ନିଯୁକ୍ତ ହେବା ପରଠାରୁ ଏହି ଫର୍ମାଟ୍‌ରେ ଭାରତର ବିଜୟ ହାର ୭୨ ପ୍ରତିଶତ ରହିଛି, ଯାହାକୁ ସନ୍ତୋଷଜନକ ବୋଲି କୁହାଯାଇପାରିବ। କିନ୍ତୁ ସେ ଫର୍ମକୁ ଫେରିବା ଭାରତୀୟ ଦଳ ପାଇଁ ଜରୁରୀ।
୩ ନମ୍ବରରେ ଖେଳିପାରନ୍ତି ଇଶାନ

ମ୍ୟାଚ୍‌ର ଦିନକ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସ୍ପଷ୍ଟ କରିଥିଲେ ଯେ ଇଶାନ କିଶନ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। ଅସ୍ତ୍ରୋପଚାର ପାଇଁ କ୍ରିକେଟ୍‌ଠୁ ଦୂରେଇ ରହିଥିବା ବ୍ୟାଟର୍‌ ତିଳକ ବର୍ମାଙ୍କ ସ୍ଥାନ ନେବେ ଇଶାନ। ଇଶାନ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଦଳରେ ସାମିଲ କରାଯାଇଥିବାରୁ ତାଙ୍କୁ ସୁଯୋଗ ଦେବା ଉଚିତ ହେବ ବୋଲି ଦଳ ମନେକରୁଛି। ଟ୍ବେଣ୍ଟି-୨୦ କ୍ରିକେଟର ନଂ୧ ବ୍ୟାଟର ଅଭିଷେକ ଶର୍ମାଙ୍କ ସହ ସଂଜୁ ସାମସନ ବ୍ୟାଟିଂ ଓପନ କରିପାରନ୍ତି। ନିଜେ ସୂର୍ଯ୍ୟକୁମାର ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। କିନ୍ତୁ ଆହତ ତିଳକ ବର୍ମାଙ୍କ ସ୍ଥାନରେ ଦଳକୁ ଫେରିଥିବା ଶ୍ରେୟସ ଆୟର ଖେଳିବା ନେଇ ସୂର୍ଯ୍ୟକୁମାର କୌଣସି ପ୍ରତିଶ୍ରୁତି ଦେଇ ନାହାନ୍ତି। ସେ ସମ୍ଭବତଃ ୫ମ ସ୍ଥାନରେ ଖେଳିବେ। ସେପଟେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଦ୍ରୁତ ବୋଲର ଯସପ୍ରୀତ ବୁମରା ଦଳକୁ ଫେରିଥିବାରୁ ଦଳର ଶକ୍ତି ବୃଦ୍ଧିପାଇଛି।

ଭାରତ-ନ୍ୟୁଜିଲାଣ୍ଡ ହେଡ୍-ଟୁ-ହେଡ୍

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ୨୫ଟି ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯାଇଛି, ଯାହା ମଧ୍ୟରୁ ଭାରତ ୧୪ଟିରେ ବିଜୟ ହାସଲ କରିଛି ଓ ନ୍ୟୁଜିଲାଣ୍ଡ ୧୦ଟିରେ ବିଜୟ ହାସଲ କରିଛି। କିନ୍ତୁ ଭାରତୀୟ ମାଟିରେ ଭାରତର ବିଜୟ ପ୍ରତିଶତ ଅଧିକ।

କିପରି ରହିବ ପିଚ୍ ?

ନାଗପୁର ପିଚ୍ ଧୀମା ରହିବା ଆଶା କରାଯାଉଛି। ଏଠାରେ କମ୍ ବାଉନ୍ସ ରହିବ, ଯାହା ପ୍ରାରମ୍ଭରେ ପେସରମାନଙ୍କୁ ସାହାଯ୍ୟ କରିବ। ପରେ ବ୍ୟାଟିଂ ସହଜ ହୋଇଯିବ। ସ୍ପିନରମାନେ ମଧ୍ୟ ଏହି ପିଚ୍ରେ କିଛି ସହାୟତା ପାଇବେ। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଏଠାରେ ୮ଟି ମ୍ୟାଚ୍ ଜିତିଛି, ଯେତେବେଳେ କି ପ୍ରଥମେ ବୋଲିଂ କରୁଥିବା ଦଳ ୪ଟି ମ୍ୟାଚ୍ ଜିତିଛି। ପୂର୍ବ ରେକର୍ଡରୁ ଜଣାପଡ଼ୁଛି ଯେ ଏଠାରେ ପଛରେ ବ୍ୟାଟିଂ କରି ଲକ୍ଷ୍ୟର ପିଛା କରିବା ସହଜ ହେବ ନାହିଁ।

ସମ୍ଭାବ୍ୟ ଭାରତ: ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ (ୱିକେଟ୍‌ ରକ୍ଷକ), ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରିଙ୍କୁ ସିଂହ, ହର୍ଷିତ ରାଣା/ଶିବମ ଦୁବେ, ଅର୍ଶଦୀପ ସିଂହ/କୁଲଦୀପ ଯାଦବ, ଯଶପ୍ରୀତ୍‌ ବୁମ୍‌ରା, ବରୁଣ ଚକ୍ରବର୍ତ୍ତୀ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ଟିମ୍‌ ରବିନସନ୍, ଡେଭନ କନୱେ (ୱିକେଟ୍‌ ରକ୍ଷକ), ରାଚିନ ରବୀନ୍ଦ୍ର, ଡାରିଲ ମିଚେଲ, ଗ୍ଲେନ୍‌ ଫିଲିପ୍ସ, ମାର୍କ ଚାପମ୍ୟାନ୍‌, ଜେମ୍ସ ନୀସାମ, ମିଚେଲ ସାଣ୍ଟନର୍‌ (ଅଧିନାୟକ), ମ୍ୟାଟ୍ ହେନରି, ଈଶ୍ ସୋଢ଼ୀ, ଜ୍ୟାକବ ଡଫି।

ଆହୁରି ପଢ଼ନ୍ତୁ: Trump's Davos-bound flight turns back: ଡାଭୋସ ଯାଉଥିବା ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଅଧା ବାଟରୁ ଫେରିଲେ ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe