IND vs SA Test 2: ନିରାଶ କଲା ଭାରତ, ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ଭାବେ ହାରିଲା ଟିମ୍ ଇଣ୍ଡିଆ

ଗୌହାଟୀର ଦ୍ୱିତୀୟ ଟେଷ୍ଟରେ ଭାରତକୁ ୪୦୮ ରନ୍‌ର ଶୋଚନୀୟ ଭାବେ ପରାଜୟ ଦେଲା ଦକ୍ଷିଣ ଆଫ୍ରିକା। ପ୍ରଥମ ଇନିଂସ୍‌ରେ ୪୮୯ ରନ୍‌ କରିଥିବା ଦକ୍ଷିଣ ଆଫ୍ରିକା ବୋଲରମାନଙ୍କ ସାମ୍ନାରେ ଭାରତ କେବଳ ୨୦୧ ରନ୍‌ କରିପାରିଥିଲା। ଏହା ଭାରତର ସବୁଠୁ ବଡ଼ ଟେଷ୍ଟ ପରାଜୟ ମଧ୍ୟରୁ ଗୋଟିଏ।

Cricket

IND vs SA Test 2 Photograph: (sambad.in)

ଗୌହାଟୀ: ନିରାଶ କଲା ଭାରତ। ନିଜ ମାଟିରେ ହାରିଗଲା ଟିମ୍ ଇଣ୍ଡିଆ। ଗୌହାଟୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ୪୦୮ରନ୍‌ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍‌ର ଜିତିଥିବା ବେଳେ ଭାରତ କୌଣସି ବି ମ୍ୟାଚରେ ଜିତିପାରିନାହିଁ। ଏହା ଭାରତର ସବୁଠାରୁ ବଡ଼ ଟେଷ୍ଟ ପରାଜୟ। ଏହି ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍‌ରେ ୪୮୯ରନ୍‌ କରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ସେନୁରନ୍ ମୁଥୁସାମି ୧୦୯ ରନ୍‌ କରିଥିଲେ, ଯାହା ସେମାନଙ୍କୁ ୪୮୯ ରନ୍‌ରେ ପହଞ୍ଚିବାରେ ସାହାଯ୍ୟ କରିଥିଲା। ତ୍ରିସ୍ଟନ ଷ୍ଟବ୍ସ ମଧ୍ୟ ୪୯ରନ୍‌ କରିଥିଲେ। ଏହି ଦୁଇଟି ଇନିଂସ୍‌ ବ୍ୟତୀତ କାଇଲ୍ ବେରେନ୍‌ ୪୫ରନ୍‌ କରିଥିଲେ।

ନିରାଶ କଲା ପ୍ରଦର୍ଶନ

ପ୍ରଥମ ଇନିଂସ୍‌ରେ ଭାରତ ପାଇଁ କୁଲଦୀପ ଯାଦବ ୪ଟି ୱିକେଟ୍‌ ନେଇଥିବା ବେଳେ ଜାଦେଜା ଦୁଇଟି ୱିକେଟ୍‌ ନେଇଥିଲେ। ଏହା ପରେ ଭାରତର ବ୍ୟାଟିଂ କରିବା ପାଳି ଆସିଥିଲା। ବ୍ୟାଟିଂ କରି ଭାରତୀୟ ଦଳ ଏହାର ପ୍ରଥମ ଇନିଂସ୍‌ରେ କେବଳ ୨୦୧ ରନ୍‌ କରିପାରିଥିଲା। ଏହି ଟେଷ୍ଟ ମ୍ୟାଚରେ ଭାରତର ବ୍ୟାଟସମ୍ୟାନମାନେ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। କେବଳ ଯଶସ୍ୱୀ ଜୟସୱାଲ ଭଲ ବ୍ୟାଟିଂ କରି ଆଉଟ ହେବା ପୂର୍ବରୁ ୫୮ରନ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ୟାନସେନ ୬ଟି ୱିକେଟ ଏବଂ ସାଇମନ ହାର୍ମର ୩ଟି ୱିକେଟ ନେଇଥିଲେ। 

ଆହୁରି ପଢ଼ନ୍ତୁ: Kamla Pasand: ଜୀବନ ହାରିଲେ କମଲା ପସନ୍ଦ ପାନ ମସଲା ମାଲିକଙ୍କ ବୋହୂ

ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ୪୮୯ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୬୦/୫ ରନ୍ କରିଥିଲା। ଏହା ପରେ ଭାରତ ଆଗରେ ୫୪୯ ରନ୍‌ର ଲକ୍ଷ୍ୟ ରହିଥିଲା। ହେଲେ ଭାରତ ଲକ୍ଷ୍ୟ ପୂରଣ କରିପାରିନଥିଲା।ଭାରତୀୟ ଦଳ ଚାପରେ ଭାଙ୍ଗି ପଡ଼ି ପ୍ରଥମ ଇନିଂସରେ କେବଳ ୨୦୧ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୪୦ ରନ୍ କରିପାରିଥିଲା।

ଆହୁରି ପଢ଼ନ୍ତୁ: Wife Odia Rapper Abhinav Singh Arrested ଆତ୍ମହତ୍ୟା ଲାଗି ଉସୁକାଇବା ଅଭିଯୋଗରେ ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ସ୍ତ୍ରୀଙ୍କୁ ବାନ୍ଧିଲା ପୁଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe