ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ ଟି୨୦ ବିଶ୍ବକପ୍-୨୦୨୬ର ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ। ମାର୍ଚ୍ଚ ୫ ତାରିଖ ସନ୍ଧ୍ୟାରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ୨୦୦୭, ୨୦୧୪, ୨୦୧୬, ୨୦୨୨ ଏବଂ ୨୦୨୪ରେ ଟିମ୍ ସେମିଫାଇନାଲ ଖେଳିଛି। ଇଂଲଣ୍ଡ କଥା ଯଦି କହିବା ଏହା ୬ଷ୍ଠ ସେମିଫାଇନାଲ। ବ୍ରିଟିଶ ଦଳ ୨୦୧୦, ୨୦୧୬, ୨୦୨୧, ୨୦୨୨ ଏବଂ ୨୦୨୪ରେ ସେମିଫାଇନାଲ ଖେଳିବାର ଅଭିଜ୍ଞତା ରଖିଛି।
ଭାରତୀୟ ଟିମ୍କୁ ଟି୨୦ ବିଶ୍ବକପ୍ରେ ଖେଳିଥିବା ୫ଟି ମ୍ୟାଚ୍ ମଧ୍ୟରୁ ୩ଟିରେ ବିଜୟ ମିଳିଛି। ଟିମ୍କୁ ୨୦୧୬ରେ ୱେଷ୍ଟଇଣ୍ଡିଜ ଏବଂ ୨୦୨୨ରେ ଇଂଲଣ୍ଡ ଠାରୁ ପରାଜୟ ମିଳିଥିଲା। ଟିମ୍ ତିନି ଥର ଫାଇନାଲରେ ପହଞ୍ଚି ୨ଥର ଚାମ୍ପିଅନ ହୋଇଥିଲା। ୨୦୦୭ରେ ପାକିସ୍ତାନ ଏବଂ ୨୦୨୪ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟ୍ରଫି ଜିତିଥିଲା। କିନ୍ତୁ ୨୦୧୪ରେ ଭାରତକୁ ଫାଇନାଲରେ ଶ୍ରୀଲଙ୍କା ଠାରୁ ପରାସ୍ତ ହେବାକୁ ପଡ଼ିଥିଲା।
ଭାରତର ପ୍ରଦର୍ଶନ ଏକ ନଜର
- ୨୦୦୭: ଅଷ୍ଟ୍ରେଲିଆକୁ ୭ ରନ୍ ପରାସ୍ତ କରିଥିଲା
- ୨୦୧୪ରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇଥିଲା
- ୨୦୧୬ରେ ୱେଷ୍ଟଇଣ୍ଡିଜ ଠାରୁ ୭ୱିକେଟ୍ରେ ପରାସ୍ତ
- ୨୦୨୨ରେ ଇଂଲଣ୍ଡ ଠାରୁ ୧୦ ୱିକେଟ୍ରେ ପରାସ୍ତ
- ୨୦୧୪ରେ ଇଂଲଣ୍ଡକୁ ୬୮ ରନ୍ରେ ହରାଇଥିଲା
- ଭାରତ ଭଳି ଇଂଲଣ୍ଡର ରେକର୍ଡ
ଇଂଲଣ୍ଡକୁ ଭାରତ ଭଳି ଟି୨୦ ବିଶ୍ବକପର ସେମିଫାଇନାଲରେ ୩ଟି ବିଜୟ ଏବଂ ୨ଟି ପରାଜୟ ମିଳିଛି। ଟିମ୍ ୨୦୨୧ ଏବଂ ୨୦୨୪ରେ ପରାସ୍ତ ହୋଇଥିଲା। ୨୦୨୪ରେ ଭାରତ ଠାରୁ ଇଂଲଣ୍ଡ ପରାଜିତ ହୋଇଥିଲା। ୩ଥର ଫାଇନାଲ ପହଞ୍ଚି ଥିବା ଇଂଲଣ୍ଡ ଟିମ୍ ୨୦୧୦ ଏବଂ ୨୦୨୨ରେ ଚାମ୍ପିଅନ ହୋଇଥିଲା ବେଳେ ୨୦୧୬ରେ ୱେଷ୍ଟଇଣ୍ଡିଜ ଠାରୁ ପରାସ୍ତ ହୋଇଥିଲା।
ଆହୁରି ପଢ଼ନ୍ତୁ: Rajya Sabha Election: ଦିଲୀପ ରାୟ ନିର୍ବାଚନରେ ବିଜୟ ହେବେ ବୋଲି ଆଶା କରୁଛି: ମୁଖ୍ୟମନ୍ତ୍ରୀ
- ୨୦୧୦: ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଥିଲା
- ୨୦୧୬: ନ୍ୟୁଜିଲାଣ୍ଡକୁ ୭ ୱିକେଟ୍ରେ ହରାଇଥିଲା
- ୨୦୨୧: ନ୍ୟୁଜିଲାଣ୍ଡ ଠାରୁ ୫ ୱିକେଟ୍ରେ ପରାସ୍ତ
- ୨୦୨୨: ଭାରତକୁ ୧୦ ୱିକେଟ୍ରେ ହରାଇଲା
- ୨୦୨୪: ଭାରତ ଠାରୁ ୬୮ ରନ୍ରେ ପରାସ୍ତ
ଚଳିତ ଟି୨୦ ବିଶ୍ବକପ୍ରେ ଭାରତ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳିଥିବା ବେଳେ ୬ଟି ମୁକାବିଲାରେ ବିଜୟ ମିଳିଛି। ଇଂଲଣ୍ଡ ମଧ୍ୟ ୭ଟି ମ୍ୟାଚ୍ରୁ ୬ଟିରେ ବିଜୟୀ ହୋଇଛି। ଟି୨୦ ବିଶ୍ବକପ୍ରେ ଭାରତ ମୋଟ ୫୯ଟି ମ୍ୟାଚ୍ ଖେଳିଛି। ଟିମ୍କୁ ୪୨ଟିରେ ବିଜୟ ମିଳିଥିଲା ବେଳେ ୧୬ଟିରେ ପରାସ୍ତ ହୋଇଛି। ଅନ୍ୟପଟରେ ୫୯ଟି ମ୍ୟାଚ୍ ଖେଳିଛି। ଏଥିରୁ ୩୪ଟିରେ ବିଜୟୀ ହୋଇଥିଲା ବେଳେ ୨୩ଟିରେ ପରାଜିତ ହୋଇଛି।
Follow Us