ଢାକା: ଭାରତୀୟ ମହିଳା କବାଡ଼ି ଦଳ ଲଗାତାର ଦ୍ବିତୀୟ କବାଡ଼ି ବିଶ୍ବକପ୍ ଜିତି ସମଗ୍ର ଦେଶକୁ ଗର୍ବିତ କରିଛି। ସୋମବାର ଫାଇନାଲ୍ରେ ଭାରତୀୟ ଦଳ ଚାଇନିଜ୍ ତାଇପେଇକୁ ୩୫-୨୮ରେ ହରାଇଥିଲା। ପୂରା ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନେ ଆଧିପତ୍ୟ ବିସ୍ତାର କରିଥିଲେ। ଯାହା ଏହି ପାରମ୍ପରିକ କ୍ରୀଡ଼ାରେ ଭାରତର ଲଗାତାର ପ୍ରଭାବୀ ପ୍ରଦର୍ଶନକୁ ଦର୍ଶାଇଥିଲା।
Monkeys Damage Crop: ହାତୀ ପରେ ଚାଷୀଙ୍କ ଚିନ୍ତା ବଢ଼ାଇଲେଣି ମାଙ୍କଡ଼ପଲ
ଭାରତ ଗ୍ରୁପ୍ ପର୍ଯ୍ୟାୟ ସମସ୍ତ ତିନିଟି ମ୍ୟାଚ୍ ଜିତି ସେମିଫାଇନାଲ୍ରେ ପ୍ରବେଶ କରିଥିଲା। ସେଠାରେ ଇରାନକୁ ୩୩-୨୧ରେ ହରାଇ ଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲା। ଏହି ସଫଳତା ଲାଗି ଭାରତୀୟ ଦଳକୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ପ୍ରତିଯୋଗିତାରେ ୧୧ଟି ଦେଶ ଅଂଶଗ୍ରହଣ କରିଥିଲେ।
Follow Us