ଅହମଦାହାଦ: ଭାରତୀୟ ଦଳକୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା କରିବା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦଳର ପରବର୍ତ୍ତି ଲକ୍ଷ୍ୟ ସ୍ଥିର କରିଛନ୍ତି। ପ୍ରଥମ ଲକ୍ଷ୍ୟ ହେଉଛି ୨୦୨୮ ଲସ୍‌ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟ ଓ ସେହିବର୍ଷ ପୁଣି ଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟ। ଅହମଦାବାଦଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି “ଭୁଲିଯାଅ ନାହିଁ ଯେ ଆମର ପରବର୍ତ୍ତି ଲକ୍ଷ୍ୟ ହେଉଛି ଅଲିମ୍ପିକ୍ସ ସ୍ବର୍ଣ୍ଣ ଓ ସେହି ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବା’’।

Advertisment

ଏହା ସହିତ ତାଙ୍କର ଅବସରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୂର କରି ସେ କହିଛନ୍ତି “ସ୍କାଏ ଏବେ କୁଆଡେ ଯାଉନାହିଁ’’। ସୂଚନାଯୋଗ୍ୟ ଯେ ୨୦୨୮ ଲସ୍‌ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ଟ୍ବେଣ୍ଟି-୨୦ କ୍ରିକେଟ୍‌କୁ ସାମିଲ କରାଯାଇଛି। ଏହା ସହିତ ଦୀର୍ଘ ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ କ୍ରିକେଟ୍‌ ଫେରିଛି। ପୂର୍ବରୁ ୧୯୦୦ ପ୍ୟାରିସ୍‌ ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ ଥିଲା। 

ଆହୁରି ପଢ଼ନ୍ତୁ: India vs New Zealand: ପୁଣି ବିଶ୍ବ ଦଖଲ: ୩ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବାରେ ପ୍ରଥମ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଆଗାମୀ ଅଲିମ୍ପିକ୍ସରେ ମୋଟ ୬ଟି ପୁରୁଷ ଓ ୬ଟି ମହିଳା କ୍ରିକେଟ୍‌ ଦଳ ସାମିଲ ହେବେ। ଆୟୋଜକ ହୋଇଥିବାରୁ ୟୁଏସଏ ଦଳ ଏଥିରେ ସିଧାସଳଖ ସ୍ଥାନ ପାଇବ। ଅନ୍ୟ ୫ଟି ଦଳ କିପରି ଚୟନ କରାଯିବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ।