ଅହମଦାବାଦ: ଭାରତୀୟ କ୍ରିକେଟ୍ ଦଳ ପୁଣି ଥରେ ବିଶ୍ବ ଦଖଲ କରିଛି। ନବୀନ ଇତିହାସ ରଚିଛି, ନୂଆ ଅଧ୍ୟାୟ ଯୋଡ଼ି ଲଗାତାର ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବାର ଗୌରବ ଗାଥା ବି ଲେଖିଛି। ଆକ୍ରମଣ, ଆଧିପତ୍ୟ ଓ ଆତ୍ମବିଶ୍ବାସର ଅପୂର୍ବ ସମନ୍ବୟରେ ତୃତୀୟ ଥର ଫଟାଫଟ୍ କ୍ରିକେଟ୍ ବିଶ୍ବକପ୍ ଜିତିବାରେ କମାଲ କରିଛି। ହାଇଭୋଲ୍ଟେଜ୍ ଫାଇନାଲ୍ ଟକ୍କରରେ ଏକତରଫା ବିଜୟ ହାସଲ କରି ନିଜ ଶ୍ରେଷ୍ଠତ୍ବକୁ ଆଉ ଥରେ ପ୍ରମାଣିତ କରିଛି। ଅହମଦାବାଦର ମୋଟେରା ଷ୍ଟାଡିୟମ୍ରେ ରବିବାର ଖେଳାଯାଇଥିବା ଏହି ମହାମୁକାବିଲାରେ ନ୍ୟୁଜିଲାଣ୍ଡକୁ ୯୬ ରନ୍ରେ ହରାଇଛି ଟିମ୍ ଇଣ୍ଡିଆ। ତା’ ସହିତ ଆୟୋଜକ ଦେଶ ଭାବେ ଏବଂ ଲଗାତାର ବିଶ୍ବକପ୍ ଜିତିବାରେ ବିଶ୍ବର ପ୍ରଥମ ଦଳ ହୋଇଛି। ଟିମ୍ ଇଣ୍ଡିଆର ଏହି ସ୍ବର୍ଣ୍ଣିମ ଓ ସ୍ମରଣୀୟ ସଫଳତା ପରେ ସାରା ଭାରତ ଉତ୍ସବ ମୁଖର ହୋଇଉଠିଛି। ୧୪୫ କୋଟି ଭାରତୀୟଙ୍କ ହୃଦୟ ଖୁସିରେ ଗଦ୍ଗଦ୍ ହୋଇଯାଇଛି। ୧ ଲକ୍ଷରୁ ଅଧିକ ଦର୍ଶକଙ୍କ ଇଣ୍ଡିଆ... ଇଣ୍ଡିଆ ରଡ଼ିରେ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍ ମଧ୍ୟ ପ୍ରକମ୍ପିତ ହୋଇଛି। ବିଶ୍ବବିଜୟୀ ହେବା ପରେ ଭାରତୀୟ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଛି।
RM Nachamai: କାର୍ଯ୍ୟକ୍ଷମ ଆଣବିକ ଶକ୍ତି କେନ୍ଦ୍ରର ନେତୃତ୍ୱ ନେଉଥିବା ପ୍ରଥମ ମହିଳା ହେଲେ ଆର୍ଏମ୍ ନାଚମ୍ମାଇ
ନ୍ୟୁଜିଲାଣ୍ଡକୁ ୯୬ ରନ୍ରେ ହରାଇଲା ଭାରତ, ସଞ୍ଜୁ ସାମ୍ସନ୍, ଯଶପ୍ରୀତ୍ ବୁମ୍ରା ଶ୍ରେଷ୍ଠ
୩ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବାରେ ପ୍ରଥମ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
୨୦୦୭ ମସିହାରେ ମହେନ୍ଦ୍ର ସିଂହ ଧୋନିଙ୍କ ଧୁରନ୍ଧର, ୨୦୨୪ରେ ରୋହିତ ଶର୍ମାଙ୍କ ଉତ୍ସାହୀ ବାହିନୀ ଯେଉଁ ଅସାଧାରଣ ସଫଳତା ହାସଲ କରିଥିଲେ, ୨୦୨୬ରେ ସୂର୍ଯ୍ୟକୁମାର ଯାଦବଙ୍କ ଯୁବ ସେନା ତାହାକୁ ଦୋହରାଇଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଭଳି ବଛାବଛା ୧୯ ଦେଶକୁ ପଛରେ ପକାଇ ବିଶ୍ବକପ୍ ଟ୍ରଫି ଉଠାଇବାର ଅବିସ୍ମରଣୀୟ ସଫଳତା ପାଇଛି। ମୋଟ ଉପରେ ତିନିଟି ଟ୍ବେଣ୍ଟି-୨୦- ବିଶ୍ବକପ୍ ଜିତିବାରେ ଭାରତ ବିଶ୍ବର ପ୍ରଥମ ଦଳ ହୋଇଛି। ସେହିଭଳି ଗତ ଦେଢ଼ବର୍ଷ ଭିତରେ ଚାମ୍ପିଅନ୍ସ ଟ୍ରଫି, ଏସିଆ କପ୍ ଏବଂ ଏବେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବାର ଅନନ୍ୟ ସଫଳତାର ଫର୍ଦ୍ଦ ଯୋଡ଼ିଛି ଭାରତୀୟ କ୍ରିକେଟ୍ ଦଳ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ୨୦୨୧ ମସିହା ପରେ ଦ୍ବିତୀୟ ଥର ଫାଇନାଲ୍ ଖେଳି ଦୁଇ ଥର ଯାକ ଉପବିଜେତାରେ ସନ୍ତୁଷ୍ଟ ରହିଛି। ମୋଟେରା ଷ୍ଟାଡିୟମ୍ରେ ଭାରତୀୟ ଦଳ ୨୦୨୩ ଏକଦିବସୀୟ ବିଶ୍ବକପ୍ ଫାଇନାଲ୍ ସହ ଚଳିତ ବିଶ୍ବକପ୍ର ସୁପର-୮ ମ୍ୟାଚ୍ ହାରି ଯାଇଥିଲା। ସେଥିପାଇଁ ପ୍ରଶଂସକଙ୍କ ମନରେ ଆଜିର ଫାଇନାଲ୍କୁ ନେଇ ଯେତିକି ଆଶା ଥିଲା ସେତିକି ଆଶଙ୍କା ମଧ୍ୟ ଭରି ରହିଥିଲା। ହେଲେ ଏହି ଆଶଙ୍କା ଯେ ଅମୂଳକ ଥିଲା, ଭାରତୀୟ ଦଳ ତାହା ପ୍ରମାଣିତ କରି ଦେଇଥିଲା।
Iran Slogan Case: ଇରାନ ସପକ୍ଷରେ ସ୍ଲୋଗାନ ଦେବା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ
ଧମାକାଦାର ବ୍ୟାଟିଂ କରି ପ୍ରଥମେ ୫ ୱିକେଟ୍ ବିନିମୟରେ ୨୫୫ ରନ୍ର ବିଶାଳ ସ୍କୋର୍ କରିଥିଲା। ପରେ ପ୍ରଥମ ବିଶ୍ବକପ୍ ଜିତିବା ଲକ୍ଷ୍ୟରେ ଥିବା ନ୍ୟୁଜିଲାଣ୍ଡକୁ ମାତ୍ର ୧୫୯ ରନ୍ରେ ଅଟକାଇ ବିଶ୍ବକପ୍ ନିଜ ନାଁରେ କରି ନେଇଥିଲା। ଓପନର୍ ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ ଦୃଢ଼ ମୂଳଦୁଆ ପକାଇବା ପରେ ଈଶାନ କିଶନ ଓ ଶିବମ ଦୁବେଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ନ୍ୟୁଜିଲାଣ୍ଡ ବୋଲର୍ଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନୟାନ୍ତ କରିଥିଲା। ଭାରତୀୟ ବ୍ୟାଟର୍ଙ୍କ ଛକା, ଚୌକା ବର୍ଷା କେବଳ ଭାରତ ନୁହେଁ, ବିଶ୍ବର ପ୍ରତିଟି କ୍ରିକେଟ୍ପ୍ରେମୀଙ୍କୁ ବିସ୍ମିତ ଓ ବିମୋହିତ କରିଥିଲା। ସେହିଭଳି ଅକ୍ଷର ପଟେଲଙ୍କ ସ୍ପିନ୍ ଯାଦୁ ସହ ଯଶପ୍ରୀତ୍ ବୁମ୍ରାଙ୍କ ଶାଣିତ ବୋଲିଂ ବଳରେ ନ୍ୟୁଜିଲାଣ୍ଡକୁ ଝଟ୍କା ଉପରେ ଝଟ୍କା ଦେଇ ମ୍ୟାଚ୍କୁ ଫେରିବାର କୌଣସି ସୁଯୋଗ ଦେଇ ନଥିଲା। ବୁମ୍ରା ମଧ୍ୟ ବ୍ୟକ୍ତିଗତ ରେକର୍ଡର ଅଧିକାରୀ ହୋଇଥିଲେ। ପ୍ରଥମ ଥର ଟ୍ବେଣ୍ଟି-୨୦ରେ ସେ ୪ଟି ୱିକେଟ୍ କରାୟତ୍ତ କରିଥିଲେ। ସେ ମଧ୍ୟ ୧୪ଟି ୱିକେଟ୍ ନେଇ ବିଶ୍ବକପ୍ର ସର୍ବଶ୍ରେଷ୍ଠ ବୋଲର ଆଖ୍ୟା ପାଇଥିଲେ। ବିଜେତା ହୋଇ ଭାରତ ସାଢ଼େ ୨୭ କୋଟି ଟଙ୍କାର ଅର୍ଥରାଶି ଏବଂ ଉପବିଜେତା ନ୍ୟୁଜିଲାଣ୍ଡ ସାଢ଼େ ୧୪ କୋଟି ଟଙ୍କା ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/09/india-2026-03-09-02-42-42.jpg)