Advertisment

Cricket: ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ହଠାତ୍‌ ଘରକୁ ଫେରିଲେ ରିଙ୍କୁ

Advertisment

ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭାରତୀୟ ବ୍ୟାଟର୍‌ ରିଙ୍କୁ ସିଂ ହଠାତ୍‌ ଉତ୍ତରପ୍ରଦେଶର ଆଲିଗଡ଼ରେ ଥିବା ନିଜ ଘରକୁ ଫେରିଯାଇଛନ୍ତି। ଏହି କାରଣରୁ ଚେନ୍ନାଇରେ ଚାଲିଥିବା ଭାରତୀୟ ଦଳର ଅଭ୍ୟାସରେ ସେ ଯୋଗ ଦେଇପାରିନଥିଲେ।

ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭାରତୀୟ ବ୍ୟାଟର୍‌ ରିଙ୍କୁ ସିଂ ହଠାତ୍‌ ଉତ୍ତରପ୍ରଦେଶର ଆଲିଗଡ଼ରେ ଥିବା ନିଜ ଘରକୁ ଫେରିଯାଇଛନ୍ତି। ଏହି କାରଣରୁ ଚେନ୍ନାଇରେ ଚାଲିଥିବା ଭାରତୀୟ ଦଳର ଅଭ୍ୟାସରେ ସେ ଯୋଗ ଦେଇପାରିନଥିଲେ।

24bbs_91_24022026_112

ଚେନ୍ନାଇ: ପିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭାରତୀୟ ବ୍ୟାଟର୍‌ ରିଙ୍କୁ ସିଂ ହଠାତ୍‌ ଉତ୍ତରପ୍ରଦେଶର ଆଲିଗଡ଼ରେ ଥିବା ନିଜ ଘରକୁ ଫେରିଯାଇଛନ୍ତି। ଏହି କାରଣରୁ ଚେନ୍ନାଇରେ ଚାଲିଥିବା ଭାରତୀୟ ଦଳର ଅଭ୍ୟାସରେ ସେ ଯୋଗ ଦେଇପାରିନଥିଲେ। ସୂଚନା ଅନୁସାରେ ରିଙ୍କୁଙ୍କ ପିତା ଖାନଚନ୍ଦ ସିଂ ଗତ ୪ ବର୍ଷ ହେଲା କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି।

ତେବେ ଗତ କିଛି ଦିନ ତଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାକୁ ତାଙ୍କୁ ଗ୍ରେଟର୍‌ ନୋଇଡାର ଏକ ହସପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଆସନ୍ତା ଶୁକ୍ରବାର ହେବାକୁ ଥିବା ଜିମ୍ବାଓ୍ବେ ବିପକ୍ଷ ସୁପର-୮ ମ୍ୟାଚ୍‌ ଖେଳିବାକୁ ଭାରତୀୟ ଦଳ ସୋମବାର ଚେନ୍ନାଇରେ ପହଞ୍ଚିଥିଲା।

ଆହୁରି ପଢ଼ନ୍ତୁ: Cricket: ନେପାଳ ବିପକ୍ଷରେ ଭାରତର ବୃହତ ବିଜୟ

ଦଳ ସହିତ ରିଙ୍କୁ ମଧ୍ୟ ଚେନ୍ନାଇ ଆସିଥିଲେ ବି ମଙ୍ଗଳବାର ସକାଳେ ଆଲିଗଡ଼ ଅଭିମୁଖେ ଯାତ୍ରା କରିଥିଲେ। ଏହି କାରଣରୁ ସେ ମଙ୍ଗଳବାର ହୋଇଥିବା ଭାରତୀୟ ଦଳର ଅଭ୍ୟାସରେ ଯୋଗ ଦେଇପାରିନଥିଲେ। ଏପରିକି ତାଙ୍କ ପ୍ରତ୍ୟାବର୍ତ୍ତନ ସଂପର୍କରେ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ। ଏଣୁ ଜିମ୍ବାଓ୍ବେ ବିପକ୍ଷ ମ୍ୟାଚ୍‌ରେ ସେ ଖେଳିବା ନେଇ ଅନିଶ୍ଚିତତା ଦେଖାଦେଇଛି।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe