ନୂଆଦିଲ୍ଲୀ: ଇଣ୍ଡିଆନ୍ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ର ପୁରୁଷ ଓ ମହିଳା ଏକକରେ ଯଥାକ୍ରମେ ଚାଇନିଜ୍‌ ତାଇପେଇର ଲିନ୍-ଚୁନ୍-ୟି ଓ ଆନ୍‌ ସି’ ୟଙ୍ଗ୍‌ ବିଜେତା ହୋଇଛନ୍ତି। ଲିନ୍‌-ଚୁନ୍ ପ୍ରଥମ ଥର ପାଇଁ କୌଣସି ସୁପର ୭୫୦ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତା ଜିତିଛନ୍ତି। ଅନ୍ୟପକ୍ଷରେ ଆନ୍‌ ସି’ ଦ୍ବିତୀୟ ଥର ଲାଗି ଇଣ୍ଡିଆନ୍ ଓପନ୍‌ରେ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି।

Advertisment

୨୬ବର୍ଷୀୟ ତଥା ଦ୍ବାଦଶ ସିଡ୍‌ ଲିନ୍‌-ଚୁନ୍ ରବିବାରର ଫାଇନାଲ୍‌ରେ ତୃତୀୟ ସିଡ୍‌ ଜୋନାଥନ କ୍ରିଷ୍ଟିଙ୍କୁ ୨୧-୧୦, ୨୧-୧୮ରେ ପରାସ୍ତ କରିଥିଲେ। ସେହିଭଳି ମହିଳା ଏକକ ଫାଇନାଲ୍‌ରେ ଟପ୍‌ ସିଡ୍‌ ତଥା ଗତଥର ବିଜେତା ଆନ୍‌ ସି’ ଚୀନର ବିଶ୍ବମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ଖେଳାଳି ୱାଙ୍ଗ ଝିୟିଙ୍କୁ ୨୧-୧୩, ୨୧-୧୧ରେ ହରାଇ ଲଗାତାର ଦ୍ବିତୀୟ ବର୍ଷ ପାଇଁ ଟ୍ରଫି ଜିତିବାର ସୌଭାଗ୍ୟ ଲାଭ କରିଥିଲେ।

ଆହୁରି ପଢ଼ନ୍ତୁ: Sports: ଭାରତୀୟ ବୋଲରଙ୍କୁ ମିଚେଲ୍‌, ଫିଲିପ୍ସ ଛେଚିଲେ

ମହିଳା ଯୁଗଳରେ ଚୀନର ଲିୟୁ ସେଙ୍ଗସୁ ଓ ତାନ ନିଙ୍ଗ୍ ୨୧-୧୧. ୨୧-୧୮ରେ ଜାପାନର ପଞ୍ଚମ ସିଡ୍‌ ଖେଳାଳି ୟୁକି ଫୁକୁସିମା ଓ ସୟାକା ମାତସୁମୋତୋଙ୍କୁ ହରାଇ ବିଜେତା ଆଖ୍ୟା ଅର୍ଜନ କରିଥିଲେ। ମିଶ୍ରିତ ଯୁଗଳରେ ଥାଇଲାଣ୍ଡର ତୃତୀୟ ସିଡ୍‌ ଦେଚାପୋଲ ପୁଭାରନକୋର ଓ ସୁପିସାରା ପେସାମ୍ପର୍ଣ୍ଣ ବିଜେତା ମୁକୁଟ ପିନ୍ଧିଥିଲେ।

ଆହୁରି ପଢ଼ନ୍ତୁ: Trump Advisor Target India: ଭାରତକୁ ଟ୍ରମ୍ପ ଉପଦେଷ୍ଟାଙ୍କ ଟାର୍ଗେଟ୍‌: ଆମେରିକା ବିଜୁଳିରେ ଚାଲୁଥିବା ଏଆଇରୁ ଭାରତ ଉପକୃତ ହେଉଛି