Advertisment

Australian Open: ଅଷ୍ଟ୍ରେଲିଆନ୍ ଓପନ୍‌: ପୁରୁଷ ଯୁଗଳର ଦ୍ବିତୀୟ ରାଉଣ୍ଡ୍‌ରେ ୟୁକି

Advertisment

ଭାରତୀୟ ଟେନିସ୍‌ ତାରକା ୟୁକି ଭାମ୍ବ୍ରି ଚଳିତ ଅଷ୍ଟ୍ରେଲିଆନ୍ ଓପନ୍‌ ଗ୍ରାଣ୍ଡସ୍ଲାମ୍‌ର ପୁରୁଷ ଯୁଗଳ ଦ୍ବିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ବୁଧବାର ୟୁକି ଓ ତାଙ୍କ ଯୋଡ଼ିଦାର ସ୍ବିଡେନ୍‌ର ଆନ୍ଦ୍ରେ ଗୋରାନସନ ପ୍ରଥମ ରାଉଣ୍ଡ୍‌ରେ ୬-୩, ୬-୪ ସିଧାସଳଖ ସେଟ୍‌ରେ ୱାଇଲ୍‌ କାର୍ଡଧାରୀ...

ଭାରତୀୟ ଟେନିସ୍‌ ତାରକା ୟୁକି ଭାମ୍ବ୍ରି ଚଳିତ ଅଷ୍ଟ୍ରେଲିଆନ୍ ଓପନ୍‌ ଗ୍ରାଣ୍ଡସ୍ଲାମ୍‌ର ପୁରୁଷ ଯୁଗଳ ଦ୍ବିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ବୁଧବାର ୟୁକି ଓ ତାଙ୍କ ଯୋଡ଼ିଦାର ସ୍ବିଡେନ୍‌ର ଆନ୍ଦ୍ରେ ଗୋରାନସନ ପ୍ରଥମ ରାଉଣ୍ଡ୍‌ରେ ୬-୩, ୬-୪ ସିଧାସଳଖ ସେଟ୍‌ରେ ୱାଇଲ୍‌ କାର୍ଡଧାରୀ...

21bbs_44_21012026_112

ସିଡ୍‌ନି: ଭାରତୀୟ ଟେନିସ୍‌ ତାରକା ୟୁକି ଭାମ୍ବ୍ରି ଚଳିତ ଅଷ୍ଟ୍ରେଲିଆନ୍ ଓପନ୍‌ ଗ୍ରାଣ୍ଡସ୍ଲାମ୍‌ର ପୁରୁଷ ଯୁଗଳ ଦ୍ବିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ବୁଧବାର ୟୁକି ଓ ତାଙ୍କ ଯୋଡ଼ିଦାର ସ୍ବିଡେନ୍‌ର ଆନ୍ଦ୍ରେ ଗୋରାନସନ ପ୍ରଥମ ରାଉଣ୍ଡ୍‌ରେ ୬-୩, ୬-୪ ସିଧାସଳଖ ସେଟ୍‌ରେ ୱାଇଲ୍‌ କାର୍ଡଧାରୀ ଜେମ୍ସ ଡକୱର୍ଥ ଓ କ୍ରିଜ୍ ହେୱିଟ୍‌ଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଜିତିବାକୁ ଦଶମ ସିଡ୍‌ ୟୁକି ଓ ଆନ୍ଦ୍ରେ ମାତ୍ର ୫୭ ମିିନିଟ୍ ନେଇଥିଲେ। 

ନିଜ ପ୍ରଥମ ସର୍ଭିସ୍‌ରେ ୯୭ ପ୍ରତିଶତ ପଏଣ୍ଟ୍‌ ଜିତି ଏହି ଇଣ୍ଡୋ‌-ସ୍ବିଡିସ୍‌ ଯୋଡ଼ି ପ୍ରତିପକ୍ଷ ହକୱର୍ଥ-ହେୱିଟ୍‌ଙ୍କୁ ମ୍ୟାଚ୍‌କୁ ଫେରିବାର କୌଣସି ସୁଯୋଗ ଦେଇ ନଥିଲେ। ମଙ୍ଗଳବାର ଅନ୍ୟତମ ଭାରତୀୟ ନିକି ପୁନାଚା ନିଜ ପ୍ରଥମ ରାଉଣ୍ଡ୍‌ ମୁକାକିଲା ହାରିଯାଇଥିଲ। ଏଣୁ ଭାରତୀୟ ଅଭିଯାନର ସବୁ ଭାର ଏବେ ୟୁକିଙ୍କ ଉପରେ ରହିଛି। ଚଳିତବର୍ଷ କୌଣସି ଭାରତୀୟ ପୁରୁଷ କିମ୍ବା ମହିଳା ଏକକ ଲାଗି ଯୋଗ୍ୟତା ଅର୍ଜନ କରି ନଥିବାରୁ ୟୁକି ଯଦି ଦ୍ବିତୀୟ ରାଉଣ୍ଡ୍‌ରେ ହାରି ଯା’ନ୍ତି, ତାହେଲେ ସେହିଠାରେ ଭାରତୀୟ ଅଭିଯାନ ଶେଷ ହୋଇଯିବ।

ଆହୁରି ପଢ଼ନ୍ତୁ: Cricket: ଆଉ ଏକ ମାଇଲ୍‌ଖୁଣ୍ଟ ଛୁଇଁଲେ ନ୍ୟୁଜିଲାଣ୍ଡର ଖେଳାଳି ଡାରିଲ ମିଚେଲ

ମହିଳା ଏକକ ତୃତୀୟ ରାଉଣ୍ଡ୍‌ରେ ସନ୍‌ମେଜ୍‌ 

ତୁର୍କି ପ୍ରଶଂସକଙ୍କ ଜୋରଦର ସମର୍ଥନକୁ ପାଥେୟ କରି ଏହି ଦେଶର ଏକନମ୍ବର ମହିଳା ଟେନିସ୍‌ ତାରକା ଜେନିପ ସନ୍‌ମେଜ୍‌ ଚଳିତ ୟୁଏସ୍ ଓପନ୍‌ ମହିଳା ଏକକର ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି। ତା’ ସହିତ ଏହି ଗ୍ରାଣ୍ଡସ୍ଲାମ୍‌ରେ ନିଜ ‌ଶ୍ରେଷ୍ଠ ପ୍ରଦର୍ଶନ ସହ ସମକକ୍ଷ ‌ହୋଇଛନ୍ତି। ନିଜ ଶକ୍ତିଶାଳୀ ସର୍ଭିସ୍‌ ତଥା ଗତିରେ ବୁଧବାରର ଦ୍ବିତୀୟ ରାଉଣ୍ଡ୍‌ ମୁକାବିଲାରେ ହଙ୍ଗେରୀର ଆନ୍ନା ବନ୍ଦାରଙ୍କୁ ୬-୨, ୬-୪ରେ ପରାସ୍ତ କରିଛନ୍ତି। ସେହିଭଳି ଏହି ବର୍ଗରେ ଆମେରିକାର କୋକୋ ଗଫ୍, ଚେକ୍‌ ରିପବ୍ଲିକ୍‌ର କାରୋଲିନା ମୁଚୋଭା, ରୋମାନିଆର ଏଲିନା-ଗାବ୍ରିଏଲା-ମୁଜ୍‌, ପୋଲାଣ୍ଡର ସଗ୍‌ଦା ଲିନେଟ୍‌ ଓ ରୁଷିଆର ମୀରା ଆଲେକଜାଣ୍ଡ୍ରୋଭା ମଧ୍ୟ ନିଜ ନିଜ ମ୍ୟାଚ୍‌ ଜିତି ତୃତୀୟ ରାଉଣ୍ଡ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପୁରୁଷ ଏକକରେ ରୁଷିଆର ଆଲେକଜାଣ୍ଡର ବୁବଲିକ୍‌, ବ୍ରିଟେନ୍‌ର କ୍ୟାମେରନ୍‌ ନୁରି, ଆମେରିକାର ଲିନର ତିଏନ୍ ପ୍ରମୁଖ ବିଜୟୀ ‌ହୋଇ ତୃତୀୟ ରାଉଣ୍ଡ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।

ଆହୁରି ପଢ଼ନ୍ତୁ: Aravalli Hills: ‘ବେଆଇନ ଖଣି ଖନନ ଦ୍ୱାରା ଅପୂରଣୀୟ କ୍ଷତି ଘଟିପାରେ’: ବିଶେଷଜ୍ଞ କମିଟି ଗଠନ କରିବାକୁ କହିଲେ ସୁପ୍ରିମ୍‌କୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe