ଭାରତର ଚିନ୍ତା ରୋହିତ-ବିରାଟ ନୁହନ୍ତି ବରଂ ଗମ୍ଭୀର: ପର୍ଥ ଟେଷ୍ଟ ପୂର୍ବରୁ ବଡ଼ ବିବୃତି ଦେଲେ କଙ୍ଗାରୁ ଦଳର ପୂର୍ବତନ ଅଧିନାୟକ

Advertisment

ବର୍ଡର-ଗାଭାସ୍କର ସିରିଜ୍ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ୍ ପାଏନ୍ ଏକ ବଡ଼ ବିବୃତି ଦେଇଛନ୍ତି। ସେ କହିଛନ୍ତି, ଭାରତର ସବୁଠାରୁ ବଡ଼ ଚିନ୍ତା ବିରାଟ କିମ୍ବା ରୋହିତ ନୁହନ୍ତି ବରଂ ସେମାନଙ୍କର ମୁଖ୍ୟ ପ୍ରଶିକ୍ଷକ ଗୌତମ । ସେ ଚାପରେ ଶାନ୍ତ ରହିବାକୁ ସକ୍ଷମ ହୋଇ ପାରୁ ନାହାନ୍ତି...

ବର୍ଡର-ଗାଭାସ୍କର ସିରିଜ୍ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ୍ ପାଏନ୍ ଏକ ବଡ଼ ବିବୃତି ଦେଇଛନ୍ତି। ସେ କହିଛନ୍ତି, ଭାରତର ସବୁଠାରୁ ବଡ଼ ଚିନ୍ତା ବିରାଟ କିମ୍ବା ରୋହିତ ନୁହନ୍ତି ବରଂ ସେମାନଙ୍କର ମୁଖ୍ୟ ପ୍ରଶିକ୍ଷକ ଗୌତମ । ସେ ଚାପରେ ଶାନ୍ତ ରହିବାକୁ ସକ୍ଷମ ହୋଇ ପାରୁ ନାହାନ୍ତି...

WhatsApp Image 2024-11-16 at 3.24.30 PM

ସିଡ୍‌ନୀ: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ ସିରିଜ୍ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ୍ ପାଏନ୍ ଏକ ବଡ଼ ବିବୃତି ଦେଇଛନ୍ତି। ସେ କହିଛନ୍ତି, ଭାରତର ସବୁଠାରୁ ବଡ଼ ଚିନ୍ତା ବିରାଟ କୋହଲି କିମ୍ବା ରୋହିତ ଶର୍ମା ନୁହନ୍ତି ବରଂ ସେମାନଙ୍କର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର।  ଗମ୍ଭୀରଙ୍କ ଚାପରେ ଶାନ୍ତ ରହିବାକୁ ସକ୍ଷମ ହୋଇ ପାରୁ ନାହାନ୍ତି।

ଭାରତ ନଭେମ୍ବର ୨୨ରୁ ଆରମ୍ଭ ହେଉଥିବା ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜିତିବାକୁ ଚାହୁଁଛି। ଯଦି ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପ୍ରବେଶ କରିବାର ଆଶା ବଜାୟ ରଖିବାକୁ ଚାହୁଁଛି, ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ସିରିଜ୍ ଜିତିବାକୁ ପଡ଼ିବ। ଏହି କାରଣରୁ ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଉପରେ  ଚାପ ବୃଦ୍ଧି ପାଇବାରେ ଲାଗିଛି।

ଏହି ହାଇ-ପ୍ରୋଫାଇଲ୍ ସିରିଜ୍ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲୀୟ ଦଳର ପୂର୍ବତନ ଅଧିନାୟକ ଟିମ୍ ପାଏନ୍ ଦେଇଥିବା ବିବୃତି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ନିକଟରେ କୋହଲି ଏବଂ ରୋହିତଙ୍କ ଖରାପ ଫର୍ମ ଉପରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଅଧିନାୟକ ରିକି ପଣ୍ଟିଂଙ୍କ ମନ୍ତବ୍ୟ ଉପରେ ଗମ୍ଭୀର କ୍ରୋଧିତ ହୋଇଥିଲେ।

ପାଏନ୍ ଏହା ଉଲ୍ଲେଖ କରି କହିଛନ୍ତି ଯେ ଗମ୍ଭୀରଙ୍କ ଆଗାମୀ ରାସ୍ତା ସହଜ ହେବ ନାହିଁ। ସେ କହିଥିଲେ, 'ମୁଁ ଏହାକୁ ପସନ୍ଦ କରେ ନାହିଁ। ମୁଁ ଭାବୁଛି ଏହା ଏକ ଭଲ ସଙ୍କେତ ନୁହେଁ, କାରଣ ତାଙ୍କୁ ଯାହା ପଚରାଯାଇଥିଲା ତାହା ଅତି ସହଜ ପ୍ରଶ୍ନ ଥିଲା।

ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଏହା ମଧ୍ୟ କହିଛନ୍ତି ଯେ ଗମ୍ଭୀର ଟିମ୍ ଇଣ୍ଡିଆ ପାଇଁ ଫିଟ୍ ନୁହନ୍ତି। ସେ ତାଙ୍କୁ ରବି ଶାସ୍ତ୍ରୀଙ୍କ ସହ ତୁଳନା କରିଥିଲେ, ଯିଏକି ଗତ ଦୁଇଟି ଅଷ୍ଟ୍ରେଲିୟା ଯାତ୍ରା ପାଇଁ ଭାରତର ମୁଖ୍ୟ ପ୍ରଶିକ୍ଷକ ଥିଲେ। ପାଏନ୍ ଅନୁଭବ କରିଛନ୍ତି ଯେ ଗମ୍ଭୀରଙ୍କ ଅତ୍ୟଧିକ ପ୍ରତିଯୋଗୀ ମନୋଭାବ କୋଚିଂ ପାଇଁ ଉପଯୁକ୍ତ ନୁହେଁ।

ଅଧିକ ପଢ଼ନ୍ତୁ: ପୁଲିସ୍‌ ସାଜି ପୁଲିସ୍‌ ଅଧିକାରୀଙ୍କୁ କଲ୍‌ କରିଥିଲା ସାଇବର୍‌ ଠକ, ତାପରେ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe