ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟର ରିତ୍ବିକା ଏମ୍ ଚଳିତ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ଜଳକ୍ରୀଡ଼ାରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ଚେନ୍ନାଇର ଏସ୍ଆର୍ଏମ୍ ବିଶ୍ବବିଦ୍ୟାଳୟଠାରେ ଚାଲିଥିବା ଏହି ପ୍ରତିଯୋଗିତାର ୫୦ ମିଟର ବ୍ରେଷ୍ଟ୍ଷ୍ଟ୍ରୋକ୍ରେ ରିତ୍ବିକା (୩୪.୬୮ ସେକେଣ୍ଡ) ପ୍ରଥମ ସ୍ଥାନ ଅଧିକାର କରିବା ସହ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି)କୁ ଯୋଗ୍ୟତା ଅର୍ଜନ କରିଛନ୍ତି। କିଟ୍ର ଦିବ୍ୟଙ୍କା ପ୍ରଧାନ (୩୫.୫୩) ୫୦ ମିଟର ବ୍ରେଷ୍ଟ୍ଷ୍ଟ୍ରୋକ୍ରେ ଚତୁର୍ଥ, ନୀଲାବ୍ଜା ଘୋଷ (୧:୦୨.୩୧) ୧୦୦ ମିଟର ଫ୍ରିଷ୍ଟାଇଲ୍ରେ ଅଷ୍ଟମ ଏବଂ ୪ଗୁଣା ୧୦୦ ମିଟର ମିଡ୍ଲେ ରିଲେ ମହିଳା ଦଳ (୪:୪୬.୨୯) ଚତୁର୍ଥରେ ରହି ପଦକ ଜିତି ନଥିଲେ ମଧ୍ୟ କେଆଇୟୁଜିକୁ ଯୋଗ୍ୟତା ଅର୍ଜନ କରି ବିଶ୍ବବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।
UAE Floods: ଅବିଶ୍ରାନ୍ତ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି: ବୁଡ଼ିଲା ରାସ୍ତା, ବିମାନ ବାତିଲ, ଜଳବନ୍ଦୀ ଜୀବନ…
ଅନ୍ୟପକ୍ଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟଠାରେ ଚାଲିଥିବା ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ କିଟ୍ ଦଳ ଚମତ୍କାର ପ୍ରଦର୍ଶନ କରିଛି। କିଟ୍ର ପୁରୁଷ ଦଳ କ୍ବାର୍ଟରଫାଇନାଲ୍ରେ ମଣିପୁରକୁ ୩-୦ରେ ହରାଇ ଆଗାମୀ ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ବ୍ୟାଡ୍ମିଣ୍ଟନ୍ ଓ ଖେଲୋ ଇଣ୍ଡିଆ ଅନ୍ତଃବିଶ୍ବବିଦ୍ୟାଳୟ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଛି। ଏହି ସବୁ ସଫଳତା ଲାଗି ଖେଳାଳିମାନଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।
Rs 93 crore sanction: ଭୁବନେଶ୍ୱରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର ଲାଗି ୯୩.୦୯ କୋଟିର ଆର୍ଥିକ ଅନୁଦାନ
Follow Us