International Chess Championship: ଅନ୍ତର୍ଜାତୀୟ ଚେସ୍ ମହାକୁମ୍ଭ ଉଦ୍‌ଘାଟିତ: ‘ଚେସ୍ ସାମାଜିକ ଓ ଶିକ୍ଷାଗତ ସଂସ୍କାରର ଶକ୍ତିଶାଳୀ ଅସ୍ତ୍ର’

Advertisment

କିଟ୍‌ରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍‌) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଚେସ୍‍ ଫେଡେରେସନ୍‍ (ଫିଡେ)ର ଉପସଭାପତି....

କିଟ୍‌ରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍‌) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଚେସ୍‍ ଫେଡେରେସନ୍‍ (ଫିଡେ)ର ଉପସଭାପତି....

gfgjgdjdgjcbnbn

ଭୁବନେଶ୍ବର: କିଟ୍‌ରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍‌) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଚେସ୍‍ ଫେଡେରେସନ୍‍ (ଫିଡେ)ର ଉପସଭାପତି ତଥା ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର୍‌ ବିଶ୍ୱନାଥନ୍ ଆନନ୍ଦ ଉଦ୍‌ଘାଟନ କରିଥିଲେ। ଏଥିରେ ଫିଡେର ସଭାପତି ତଥା ଋଷ୍‌ର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆର୍କାଡି ଭର୍କୋବିଚ୍‌, ଏଫ୍‌ଆଇଡିଇର ଡେପୁଟି ଚେୟାର ତଥା ଲଟଭିଆର ପ୍ରାକ୍ତନ ଅର୍ଥମନ୍ତ୍ରୀ ଦାନା ରେଜନିସ୍‌, ଏଆଇସିଏଫ୍ ଉପସଭାପତି ଦିବ୍ୟେନ୍ଦୁ ବରୁଆ, ସିଇଓ ଦେବ ପଟେଲ୍ ଓ ଅଭିଜିତ କୁନ୍ତେ, ସଂପାଦକ ଦେବ ପଟେଲ୍ ଓ ଇଭେଣ୍ଟ କମିସନ୍ ସଦସ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଛନ୍ତି। 

Pongal: ତାମିଲ ସଂସ୍କୃତି ସମଗ୍ର ଦେଶର ଏକ ସହଭାଗୀ ଐତିହ୍ୟ: ପ୍ରଧାନମନ୍ତ୍ରୀ

ଏହା ପୂର୍ବରୁ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ‌ଦେଇଥିବା ଅତିଥିମାନେ କହିଥିଲେ ସମାଜରେ ସୌହାର୍ଦ୍ୟ ଓ ଏକତାର ବାତାବରଣ ସୃଷ୍ଟି କରି ଏହାର ବୌଦ୍ଧିକ ବିକାଶ କରିବାରେ ‘ଚେସ୍’ ନିର୍ଣ୍ଣାୟକ ଭୂମିକା ନେଇ ପାରିବ। ଚେସ୍ ମାଧ୍ୟମରେ ଶୈକ୍ଷିକ ଓ ସାମାଜିକ ବିକାଶ କରିହେବ। ଏଥିଲାଗି ଚେସ୍‌କୁ ବିଦ୍ୟାଳୟ ସ୍ତରରୁ ଅନ୍ତର୍ଭୁକ୍ତ କରିବାକୁ ହେବ। ସେହି ଦୃଷ୍ଟିରୁ ଶିକ୍ଷା ଓ ଚେସ୍‌ର ସମନ୍ବୟ ହେଉଛି ସମୟର ଆବଶ୍ୟକତା।  କିଟ୍ ଓ କିସ୍‌ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ କହିଛନ୍ତି ଯେ ଏଭଳି ଏକ ସମ୍ମିଳନୀ ଓଡ଼ିଶାରେ ଆୟୋଜିତ ହେବା ଗର୍ବ ଓ ଗୌରବର ବିଷୟ।

US Supreme Court Tariff Decision: ଟ୍ରମ୍ପଙ୍କ ଶୁଳ୍କ ଉପରେ ରାୟ ପ୍ରକାଶ କଲେନି ଆମେରିକା ସୁପ୍ରିମକୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe