Advertisment

IPL: ଆଇପିଏଲ୍‌ ଉପରେ ଅନ୍ତର୍ଜାତୀୟ ନିବେଶକଙ୍କ ନଜର

Advertisment

ବିଶ୍ବରେ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ଲୋକପ୍ରିୟତା ବଢିଚାଲିଥିବାବେଳେ ଏହାର ବଜାର ମୂଲ୍ୟ ବି ବଢିଚାଲିଛି। ଏହି କାରଣରୁ ଅନ୍ତର୍ଜାତୀୟ ନିବେଶକମାନେ ଆଇପିଏଲ୍‌ ଫ୍ରାଞ୍ଚାଇଜି କିଣିବାକୁ ଆଗ୍ରହ ଦେଖାଉଛନ୍ତି।

ବିଶ୍ବରେ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ର ଲୋକପ୍ରିୟତା ବଢିଚାଲିଥିବାବେଳେ ଏହାର ବଜାର ମୂଲ୍ୟ ବି ବଢିଚାଲିଛି। ଏହି କାରଣରୁ ଅନ୍ତର୍ଜାତୀୟ ନିବେଶକମାନେ ଆଇପିଏଲ୍‌ ଫ୍ରାଞ୍ଚାଇଜି କିଣିବାକୁ ଆଗ୍ରହ ଦେଖାଉଛନ୍ତି।

Ipl Franchise Investment

Ipl Franchise Investment: Photograph: (SAMBAD.IN)

ମୁମ୍ବାଇ: ବିଶ୍ବରେ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌( ଆଇପିଏଲ୍‌)ର ଲୋକପ୍ରିୟତା ବଢିଚାଲିଥିବାବେଳେ ଏହାର ବଜାର ମୂଲ୍ୟ ବି ବଢିଚାଲିଛି। ଏହି କାରଣରୁ ଅନ୍ତର୍ଜାତୀୟ ନିବେଶକମାନେ ଆଇପିଏଲ୍‌ ଫ୍ରାଞ୍ଚାଇଜି କିଣିବାକୁ ଆଗ୍ରହ ଦେଖାଉଛନ୍ତି। ଆମେରିକୀୟ କୋଟିପତି ଡେଭିଡ୍‌ ବ୍ଲିଜର୍‌ ଆଇପିଏଲ୍‌ର ଦୁଇଟି ଫ୍ରାଞ୍ଚାଇଜି- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଓ ରାଜସ୍ଥାନ ରୟାଲ୍ସର ଅଂଶଧନ ଖରିଦ କରିବାକୁ ନଜର ପକାଇଛନ୍ତି। ଏଥିପାଇଁ ସେ ମାଞ୍ଚେଷ୍ଟର ୟୁନାଇଟେଡ୍‌ର ସହ-ଅଧ୍ୟକ୍ଷ ଅବରାମ୍‌ ଗ୍ଲାଜର୍‌ଙ୍କ ସହ ଏକ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛନ୍ତି। କାରଣ ଅବରାମ୍‌ ମଧ୍ୟ ଏହି ଦୁଇଟି ଫ୍ରାଞ୍ଚାଇଜିର ଅଂଶଧନ କିଣିବାକୁ ଆଗ୍ରହ ଦେଖାଇଛନ୍ତି।

ଡେଭିଡ୍‌ ବ୍ଲିଜର୍‌ ବିଶ୍ବର ଏକ ପ୍ରମୁଖ୍ୟକ୍ରୀଡ଼ାନିବେଶ ସଂସ୍ଥା ହ୍ୟାରିସ୍‌ ବ୍ଲିଜର୍‌ ସ୍ପୋର୍ଟ୍ସ ଏଣ୍ଡ ଏଣ୍ଟରଟେନମେଣ୍ଟ୍‌ର ସହ-ପ୍ରତିଷ୍ଠାତା ଥିବାବେଳେ କେତେକ ଆମେରିକୀୟ ବାସ୍କେଟ୍‌ବଲ୍‌ ଓ ୟୁରୋପୀୟ ଫୁଟବଲ୍‌ କ୍ଲବରେ ତାଙ୍କର ଅଂଶଧନ ରହିଛି। କେବଳ ଏହି ଦୁଇନିବେଶକ ନୁହନ୍ତି, ବ୍ଲାକ୍‌ଷ୍ଟୋନ ଓ କେକେଆର୍‌ (କୋଲ୍‌ବର୍ଗ କ୍ରାଭିସ୍‌ ରବର୍ଟସ) ମଧ୍ୟ ଏହି ଦୁଇଟି ଦଳର ଅଂଶଧନ କିଣିବାକୁ ବିଚାର କରୁଛନ୍ତି।

ଆହୁରି ପଢ଼ନ୍ତୁ: Blind in India: ଦୃଷ୍ଟିବାଧିତ କ୍ରିକେଟ୍‌କୁ ବିସିସିଆଇର ସମର୍ଥନ

କେକେଆର କିଣିବା ଦୌଡ଼ରେ ଶିଳ୍ପପତି

ସେହିପରି ଭାରତୀୟ ଶିଳ୍ପପତି ଆଦାର ପୁନାଓ୍ବାଲା ଓ ରଞ୍ଜନ ପାଇ ମଧ୍ୟ କେକେଆର କିଣିବା ଦୌଡ଼ରେ ଅଛନ୍ତି। ଆଇପିଏଲ୍‌ ବିଶ୍ବର ସବୁଠାରୁ ମର୍ଯ୍ୟାଦାଜନକ ଓ ଧନଶାଳୀ କ୍ରିକେଟ୍‌ ଲିଗ୍‌ ହୋଇଥିବାବେଳେ ଏହାର ବଜାର ମୂଲ୍ୟ ବଢିଚାଲିଛି। ଇନଭେଣ୍ଟମେଣ୍ଟ ବ୍ୟାଙ୍କ ହୁଲିହାନ୍‌ ଲୋକିର ଅଟକଳ ଅନୁସାରେ ଏହାର ମୂଲ୍ୟ ପ୍ରାୟ ୧୮.୫ ବିଲିୟନ ଡଲାର ହେବ। ଗତ ବର୍ଷ କେକେଆର୍‌ର ମାଲିକାନା ରଖିଥିବା ଡିଆଜିଓ ପୁଞ୍ଜି ପ୍ରତ୍ୟାହାର ପାଇଁ ସଂକେତ ଦେଇଥିଲା। ସେହିପରି ରାଜସ୍ଥାନ ରୟାଲ୍ସର ସର୍ବାଧିକ ଅଂଶଧନ ଲଣ୍ଡନ ଭିତ୍ତିକ ବ୍ୟବସାୟୀ ମନୋଜ ବଦାଲେଙ୍କ ପାଖରେ ରହିଛି।

ଆହୁରି ପଢନ୍ତୁ - India Israel Defence Deal : ଦୁନିଆଠାରୁ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଭାରତକୁ ଦେବ ଇସ୍ରାଏଲ, ବ୍ରହ୍ମୋସ ଅପେକ୍ଷା ଅଧିକ ବିନାଶ ରଚିବ,ପାକିସ୍ତାନ ହେବ ଥରହର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe