Ishaan is dating Aditi: ଅଦିତିଙ୍କୁ ଡେଟ୍‌ କରୁଛନ୍ତି ଈଶାନ କିଶନ

Advertisment

ଭାରତୀୟ ବ୍ୟାଟିଂର ନୂଆ ନାୟକ ତଥା ପାକିସ୍ତାନ ବିପକ୍ଷ ବିଶ୍ବକପ୍‌ ବିଜୟର ପ୍ରମୁଖ ବିନ୍ଧାଣି ଈଶାନ କିଶନ ପ୍ରେମରେ ପଡ଼ିଛନ୍ତି। ଜୟପୁର ଭିତ୍ତିକ ମଡେଲ ଅଦିତି ହୁଣ୍ଡାଇଙ୍କୁ ଡେଟ୍‌ କରୁଛନ୍ତି। ମଡେଲିଂ କରିବା ସହ ଅଦିତି ହେଉଛନ୍ତି ଜଣେ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍‌ସର୍‌।

ଭାରତୀୟ ବ୍ୟାଟିଂର ନୂଆ ନାୟକ ତଥା ପାକିସ୍ତାନ ବିପକ୍ଷ ବିଶ୍ବକପ୍‌ ବିଜୟର ପ୍ରମୁଖ ବିନ୍ଧାଣି ଈଶାନ କିଶନ ପ୍ରେମରେ ପଡ଼ିଛନ୍ତି। ଜୟପୁର ଭିତ୍ତିକ ମଡେଲ ଅଦିତି ହୁଣ୍ଡାଇଙ୍କୁ ଡେଟ୍‌ କରୁଛନ୍ତି। ମଡେଲିଂ କରିବା ସହ ଅଦିତି ହେଉଛନ୍ତି ଜଣେ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍‌ସର୍‌।

Ishaan is dating Aditi

Ishaan is dating Aditi

ମୁମ୍ବାଇ: ଭାରତୀୟ ବ୍ୟାଟିଂର ନୂଆ ନାୟକ ତଥା ପାକିସ୍ତାନ ବିପକ୍ଷ ବିଶ୍ବକପ୍‌ ବିଜୟର ପ୍ରମୁଖ ବିନ୍ଧାଣି ଈଶାନ କିଶନ ପ୍ରେମରେ ପଡ଼ିଛନ୍ତି। ଜୟପୁର ଭିତ୍ତିକ ମଡେଲ ଅଦିତି ହୁଣ୍ଡାଇଙ୍କୁ ଡେଟ୍‌ କରୁଛନ୍ତି। ମଡେଲିଂ କରିବା ସହ ଅଦିତି ହେଉଛନ୍ତି ଜଣେ ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍‌ସର୍‌। ଅନେକ ଆଇପିଏଲ୍‌ ମ୍ୟାଚ୍‌ରେ ସେ ଈଶାନଙ୍କୁ ଉତ୍ସାହିତ କରୁଥିବାର ଦୃଶ୍ୟ ପ୍ରଶଂସକ ପୂର୍ବରୁ ଦେଖି ସାରିଛନ୍ତି। ୨୦୧୭ ମସିହାରେ ଅଦିତି ମିସ୍‌ ଇଣ୍ଡିଆ ପ୍ରତିଯୋଗିତାର ଅନ୍ୟତମ ଫାଇନାଲିଷ୍ଟ ଥିଲେ। ଉଭୟ ପରସ୍ପରକୁ ଢେର କିଛି ଦିନ ହେବ ପ୍ରେମ କରୁଥିଲେ ମଧ୍ୟ ନିକଟ ଭବିଷ୍ୟତରେ ବିବାହ ବନ୍ଧନରେ ଆବଦ୍ଧ ହେବାର କୌଣସି ଯୋଜନା ନାହିଁ ବୋଲି ଈଶାନଙ୍କ ମା’ ସୁଚିତ୍ରା ଦେବୀ ସ୍ପଷ୍ଟ କରି ଦେଇଛନ୍ତି। ଅଦିତି-ଈଶାନଙ୍କ ସଂପର୍କକୁ ମଧ୍ୟ ଈଶାନଙ୍କ ଜେଜେ ବାପା ଅନୁରାଗ ପାଣ୍ଡେ ପୁଷ୍ଟି କରିଛନ୍ତି।

"ଈଶାନ ଯାହାକୁ ବାଛିବ, ମୁଁ ତାକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିବି"

‘‘ଈଶାନ ଯାହାକୁ ବାଛିବ, ମୁଁ ତାକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିବି। ଅଦିତି ହେଉଛି ତା’ ପ୍ରେମିକା, ସେ ହେଉଛନ୍ତି ଜଣେ ମଡେଲ। ପିଲାଙ୍କ ଖୁସିରେ ଆମେ ଖୁସି’’ ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ଶ୍ରୀ ପାଣ୍ଡେ। ଅନ୍ୟପକ୍ଷରେ ଈଶାନ-ଅଦିତିଙ୍କ ବିବାହ ଗୁଜବ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଈଶାନଙ୍କ ମା’ ସୁଚିତ୍ରା କହିଛନ୍ତି, ଏବେ ବାହାହେବାର ସମୟ ନୁହେଁ। ଏବେ ହେଉଛି କ୍ରିକେଟ୍‌ ଖେଳିବାର ବେଳ। ବାହାଘର କଥା ଚର୍ଚ୍ଚା କରିବାର ବୟସ ବି ଈଶାନର ହୋଇନି। ତା’ ଜେଜେ ବାପା ବୁଢ଼ା ହୋଇଗଲେଣି। ଛୋଟଛୋଟ କଥାକୁ ନେଇ ସେ ରୋମାଞ୍ଚିତ ହେବା ସ୍ବାଭାବିକ। ଯାହା ସାମାଜିକ ଗଣମାଧ୍ୟମରେ ଦେଖୁଛନ୍ତି, ତାହା ସେ କହି ଦେଉଛନ୍ତି।

ଆହୁରି ପଢ଼ନ୍ତୁ: Pakistans Human Rights: ଅପରେସନରେ ୯୨୪ ଜଣଙ୍କ ମୃତ୍ୟୁ ନେଇ ମାନବାଧିକାର କମିସନ କଠୋର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe