ହୁବାଲି: ଘରୋଇ କର୍ଣ୍ଣାଟକ ଓ ଜମ୍ମୁ କାଶ୍ମୀର ମଧ୍ୟରେ ରଣଜୀ ଟ୍ରଫିର ୨୦୨୫-୨୬ ଋତୁ ଫାଇନାଲ୍ ମଙ୍ଗଳବାରଠାରୁ ସ୍ଥାନୀୟ କେଏସ୍ସିଏ ଷ୍ଟାଡିୟମ୍ରେ ଆରମ୍ଭ ହୋଇଛି। ପ୍ରଥମ ଥର ଫାଇନାଲ୍କୁ ଆସିଥିବା ଜମ୍ମୁ କାଶ୍ମୀର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଆତ୍ମବିଶ୍ବାସଭରା ଜମ୍ମୁ କାଶ୍ମୀର ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। ଦଳ ମାତ୍ର ୧୮ ରନ୍ରେ ଓପନର୍ କାମରାନ ଇକ୍ବାଲଙ୍କୁ ହରାଇଥିଲେ ମଧ୍ୟ ପ୍ରଥମ ଦିନର ଷ୍ଟମ୍ପ୍ସ ବେଳକୁ ଆଉ ମାତ୍ର ଗୋଟିଏ ୱିକେଟ୍ ହରାଇ ୨୮୪ ରନ୍ କରି ନେଇଛି। ଅଧିନାୟକ ପାରସ ଡୋଗ୍ରା କେବଳ ୯ ରନ୍ରେ ଆହତ ଅବସର ହେବା ଅବଶ୍ୟ ପ୍ରଥମ ରଣଜୀ ଟ୍ରଫି ଜିତି ଇତିହାସ ରଚିବା ଲକ୍ଷ୍ୟରେ ଥିବା ଜମ୍ମୁ କାଶ୍ମୀର ପାଇଁ ଚିନ୍ତାଜନକ ଖବର ହୋଇଛି। ତେବେ ଦଳର ତିନି ତାରକା ବ୍ୟାଟର୍ ୟାୱିର ହାସନ, ଶୁବମ ପୁନ୍ଦିର ଓ ଅବଦୁଲ ସମଦ ପ୍ରାରମ୍ଭିକ ଝଟ୍କା ସହ ଅଧିନାୟକ ଡୋଗ୍ରା ଆହତ ହେବାର କ୍ଷତିକୁ ସଫଳତାର ସହ ଭରଣା କରି ନେଇଛନ୍ତି।
Poverty: ଘରର ଆର୍ଥିକ ଅଭାବ ପୂରା କରିବାକୁ ବାହାର ରାଜ୍ୟ ଗଲେ ଦଶମ ଶ୍ରେଣୀ ଛାତ୍ର
ସଙ୍କଟଜନକ ସ୍ଥିତିରେ ସାହସିକ ବ୍ୟାଟିଂ କରି ପୁନ୍ଦିର ଓ ହାସନ ଦ୍ବିତୀୟ ୱିକେଟ୍ରେ ୧୩୯ ରନ୍ର ଭାଗୀଦାର ଗଢ଼ିବା ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି। ଭଲ ଲୟରେ ଥିବା ହାସନ ଶତକର ୧୨ ରନ୍ ପୂର୍ବରୁ ପ୍ରଥମ ଦିନର ଦ୍ବିତୀୟ ଓ ଶେଷ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ତେବେ ପୁନ୍ଦିର ଅବଦୁଲ ସମଦଙ୍କ ସହ ତୃତୀୟ ୱିକେଟ୍ରେ ୧୦୫ ରନ୍ ଯୋଡ଼ି ଜମ୍ମୁ କାଶ୍ମୀର ସ୍ଥିତିକୁ ଆପାତତଃ ସୁଦୃଢ଼ କରି ଦେଇଥିଲେ। ପୁନ୍ଦିର ତାଙ୍କ ପ୍ରେରଣାଦାୟୀ ପାଦ ଚାଳନାରେ ସ୍ପିନରଙ୍କୁ ବ୍ୟାକ୍ଫୁଟ୍ ଓ ପେସରଙ୍କୁ ଫ୍ରଣ୍ଟ୍ ଫୁଟ୍ରେ ଖେଳି ଅତି ସହଜରେ ୧୮୬ ବଲ୍ରୁ ଶତକ ପୂରଣ କରିଥିଲେ। ଅନ୍ୟ ପକ୍ଷରେ ସମଦ ନିଜ ଖେଳରେ ଆକ୍ରମଣ ଓ ଆତ୍ବିବଶ୍ବାସର ଅପୂର୍ବ ସମନ୍ବୟ ଦେଖାଇଥିଲେ। କର୍ଣ୍ଣାଟକ ବୋଲର୍ଙ୍କୁ ପଡ଼ିଆର ଚତୁର୍ପାର୍ଶ୍ବକୁ ସଟ୍ ମାରି ୬୪ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ।
Horoscope 2026 February 25 : ଜାଣନ୍ତୁ ଆଜିର ରାଶିଫଳ
ଉଭୟ ଅପରାଜିତ ରହିବା ମଧ୍ୟ ଜମ୍ମୁ କାଶ୍ମୀର ପାଇଁ ଆଉ ଏକ ଭଲ ଖବର ଥିଲା। ଏହା ପୂର୍ବରୁ ଦଳୀୟ ସ୍କୋର୍ ୧୭୯ ଥିଲା ବେଳେ ବିଜୟ କୁମାର ବୈଶାକଙ୍କ ବଲ୍ ପ୍ରଥମେ ଗ୍ଲୋଭ୍ସ ଓ ପରେ ହେଲମେଟ୍ରେ ବାଜିବା ପରେ ଡୋଗ୍ରା ଅବସର ଆହତ ହେବାକୁ ବାଧ୍ୟ ହୋଇଥିଲେ। ଅନ୍ୟପକ୍ଷରେ କର୍ଣ୍ଣାଟକ ବୋଲର୍ମାନେ ଦିନ ତମାମ ସଂଘର୍ଷ କରିଥିଲେ। ଫଳରେ ପ୍ରଥମ ଦିନର ସବୁ ସମ୍ମାନ ଜମ୍ମୁ କାଶ୍ମୀର ଖାତାକୁ ଯାଇଥିଲା। କର୍ଣ୍ଣାଟକ ପକ୍ଷରୁ ଦୁଇଟି ଯାକ ୱିକେଟ୍ ପ୍ରସିଦ୍ଧ କ୍ରିଷ୍ଣା କରାୟତ୍ତ କରିଥିଲେ।
ସଂକ୍ଷିପ୍ତ ସ୍କୋର୍: ଜମ୍ମୁ କାଶ୍ମୀର ୮୭ ଓଭରରେ-୨୮୪/୨ (ଶୁଭମ ପୁନ୍ଦିର ୧୧୭*, ୟାୱିର ହୁସେନ ୮୮, ଅବଦୁଲ ସମଦ ୫୨*, ପ୍ରସିଦ୍ଧ କ୍ରିଷ୍ଣା ୨/୩୬)।
Follow Us