Advertisment

Jharkhand: ଝାଡ଼ଖଣ୍ଡ ଜିତିଲା ସୟଦ୍‌ ମୁସ୍ତାକ୍‌ ଅଲୀ ଟ୍ରଫି

Advertisment

ସୟଦ୍‌ ମୁସ୍ତାକ୍‌ ଅଲୀ ଘରୋଇ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ବିଜେତା ହୋଇଛି ଝାଡ଼ଖଣ୍ଡ। ଗୁରୁବାର ଫାଇନାଲ୍‌ରେ ୬୯ ରନ୍‌ରେ ହରିୟାଣାକୁ ହରାଇ ପ୍ରଥମ ଥର ଏହି ପ୍ରତିଯୋଗିତାକୁ ଜିତିବାର ଗୌରବ ଅର୍ଜନ କରିଛି।

ସୟଦ୍‌ ମୁସ୍ତାକ୍‌ ଅଲୀ ଘରୋଇ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ବିଜେତା ହୋଇଛି ଝାଡ଼ଖଣ୍ଡ। ଗୁରୁବାର ଫାଇନାଲ୍‌ରେ ୬୯ ରନ୍‌ରେ ହରିୟାଣାକୁ ହରାଇ ପ୍ରଥମ ଥର ଏହି ପ୍ରତିଯୋଗିତାକୁ ଜିତିବାର ଗୌରବ ଅର୍ଜନ କରିଛି।

daggddagddg

ପୁଣେ: ସୟଦ୍‌ ମୁସ୍ତାକ୍‌ ଅଲୀ ଘରୋଇ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ବିଜେତା ହୋଇଛି ଝାଡ଼ଖଣ୍ଡ। ଗୁରୁବାର ଫାଇନାଲ୍‌ରେ ୬୯ ରନ୍‌ରେ ହରିୟାଣାକୁ ହରାଇ ପ୍ରଥମ ଥର ଏହି ପ୍ରତିଯୋଗିତାକୁ ଜିତିବାର ଗୌରବ ଅର୍ଜନ କରିଛି। ଅଧିନାୟକ ଈଶାନ କିଶନ (୧୦୧ ରନ୍, ୪୯ ବଲ୍, ୬ ଚୌକା, ୧୦ ଛକା) ରେକର୍ଡଭରା ଶତକ ଅର୍ଜନ କରି ଝାଡ଼ଖଣ୍ଡକୁ ଏହି ପ୍ରତୀକ୍ଷିତ ଟ୍ରଫି ଉପହାର ଦେଇଛନ୍ତି। ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା କିଶନ ନିଜ ଧମାକାଦର ବ୍ୟାଟିଂ ବେଳେ ଟ୍ବେଣ୍ଟି-୨୦ରେ ଝାଡ଼ଖଣ୍ଡ ପକ୍ଷରୁ ସର୍ବାଧିକ ଛକା (୯୪) ଏବଂ ଗୋଟିଏ ପାଳିରେ ସର୍ବାଧିକ ଛକା (୧୦) ମାରିବାର ରେକର୍ଡ କରିଛନ୍ତି। ଦ୍ବିତୀୟ ୱିକେଟ୍‌ରେ ସେ ଓ କୁମାର କୁଶାଗ୍ର (୮୧ ରନ୍, ୩୮ ବଲ୍, ୮ ଚୌକା, ୫ ଛକା) କରିଥିବା‌ ୧୭୭ ରନ୍‌ର ଭାଗୀଦାର ଝାଡ଼ଖଣ୍ଡ ପାଇଁ କୌଣସି ୱିକେଟ୍‌ରେ ବି ସର୍ବୋଚ୍ଚ ଭାଗୀଦାର ହୋଇଛି। ଏହି ଦୁଇ ଜଣଙ୍କ ଲଢ଼ୁଆ ଓ ଦ୍ରୁତ ବ୍ୟାଟିଂ ପାଇଁ ଝାଡ଼ଖଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୩ ୱିକେଟ୍ ହରାଇ ୨୬୨ ରନ୍‌ର ବିଶାଳ ସ୍କୋର୍ କରିଥିଲା। 

Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ

ଅନ୍ୟମାନଙ୍କ ମଧ୍ୟରେ ଅନୁକୁଲ ରାୟ ୪୦* ଓ ରବିନ ମିଞ୍ଜ୍ ୩୧ ରନ୍‌ର ଅବଦାନ ରଖିଥିଲେ। ଜବାବରେ ବିଶାଳ ବିଜୟ ଲକ୍ଷ୍ୟର ଭାର ତଳେ ଚାପି ହୋଇ ହରିୟାଣା ମାତ୍ର ୧ ରନ୍‌ରେ ୨ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ପରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୮.୩ ଓଭର ପୂର୍ବରୁ ୧୯୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ୱିକେଟ୍‌ରକ୍ଷକ ଯଶବର୍ଦ୍ଧନ ଦଲାଲ ସର୍ବାଧିକ ୫୩ ରନ୍ କରିଥିଲେ। ଝାଡ଼ଖଣ୍ଡ ପାଇଁ ସୁଶାନ୍ତ ମିଶ୍ର ଓ ବାଲ୍ କୃଷ୍ଣ ତିନିଟି ଲେଖାଏଁ ୱିକେଟ୍ ନେଇ ହରିୟାଣାକୁ ମ୍ୟାଚ୍‌କୁ ଫେରିବାର କୌଣସି ସୁଯୋଗ ଦେଇ ନଥିଲେ। ନିଜ ବଳିଷ୍ଠ ନେତୃତ୍ବ ଓ ବିସ୍ଫୋରକ ବ୍ୟାଟିଂ ବଳରେ କିଶନ ମଧ୍ୟ ଭାରତୀୟ ଦଳକୁ ଫେରିବା ଲାଗି ଜାତୀୟ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିବାକୁ ସକ୍ଷମ ହୋଇଛନ୍ତି। ଅନ୍ୟପକ୍ଷରେ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ ପାଇଁ ଅନୁକୁଲ (୩୦୩ ରନ୍, ୧୮ ୱିକେଟ୍) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

Bangladesh : ଭାରତ ବିରୋଧୀ ବାଂଲାଦେଶୀ ଛାତ୍ରନେତା ଉସମାନ ହାଦି ମୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe