ସିଡନି: ଅଷ୍ଟ୍ରେଲିଆ ଦଳର ପାକିସ୍ତାନୀ ବଂଶୋଦ୍ଭବ ଓପନର୍ ଉସ୍ମାନ ଖୱାଜା ଆସନ୍ତା ସପ୍ତାହରେ ତାଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ। ଇଂଲଣ୍ଡ ବିପକ୍ଷ ଶେଷ ଆସେସ୍ ଟେଷ୍ଟ୍ ଖେଳି ସେ କ୍ରିକେଟ୍କୁ ଅଲ୍ବିଦା କହିବେ। କିନ୍ତୁ ଅବସର ବିଷୟରେ ଘୋଷଣା କରିବା ବେଳେ ୩୯ ବର୍ଷୀୟ ଖୱାଜା ବିସ୍ଫୋରକ ଟିପ୍ପଣୀ ଦେଇ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ ହୋଇଛନ୍ତି। ଶୁକ୍ରବାର ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ମନ କଥା କହିଛନ୍ତି। ବିଶେଷକରି କ୍ରିକେଟ୍ ପଡ଼ିଆ ଭିତରେ ଓ ବାହାରେ ତାଙ୍କ ସହିତ କିଏ କେଉଁଭଳି ବ୍ୟବହାର କରିଥିଲେ, ସେ ନେଇ ଖୁଲାସା କରି ସମାଲୋଚିତ ହୋଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଅଷ୍ଟ୍ରେଲିଆରେ ଇସ୍ଲାମ ଧର୍ମପ୍ରତି ଘୃଣାଭାବ ରହିଛି ଏବଂ ଗଣାମାଧ୍ୟମର ଦୋମୁହାଁ ନୀତି ସେ ଦେଖିଛନ୍ତି।
Paddy: କଟନି ଛଟନି ବିବାଦକୁ ନେଇ ମଣ୍ଡିରୁ ୨ରୁ ୩ଦିନ ପରେ ଉଠୁଛି ଧାନ
ଏହି ପାକିସ୍ତାନ ଜନ୍ମିତ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ପାଇଁ ଖେଳିଥିବା ପ୍ରଥମ ମୁସଲିମ୍ ଖେଳାଳି ଭାବେ ପରିଚିତ। ଉସ୍ମାନ ଏବେ ସୁଦ୍ଧା ୮୭ଟି ଟେଷ୍ଟ୍ରେ ଅଷ୍ଟ୍ରେଲିଆ ପାଇଁ ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କ ବ୍ୟାଟ୍ରୁ ୬୨୦୬ ରନ୍ ଆସିଛି। ଏଥିରେ ସାମିଲ ଅଛି ୧୬ଟି ଶତକ। ଅବସର ସମୟରେ ତାଙ୍କ ପତ୍ନୀ ଓ ଦୁଇ ସନ୍ତାନ ଉପସ୍ଥିତ ଥିଲେ। ଦୀର୍ଘକାଳ ଧରି ଅବସର ବାବଦରେ ଚିନ୍ତା କରିଥିବା ଉସ୍ମାନ ପ୍ରକାଶ କରିଛନ୍ତି।
Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ
ଖୱାଜାଙ୍କ ଅନ୍ୟ କିଛି ସଂଘାତିକ ଅଭିଯୋଗଗୁଡ଼ିକ ମଧ୍ୟରେ ରହିଛି ତାଙ୍କୁ ଏସୀୟ ଖେଳାଳି ଭାବେ ଅଳସୁଆ ଓ ସ୍ବାର୍ଥପର କୁହାଯାଉଥିଲା। ଅନ୍ୟ ଖେଳାଳି ଗଲ୍ଫ ଖେଳି କିମ୍ବା ବିୟର ପିଇ ଆଘାତ ପାଇଲେ କେହି କିଛି କହନ୍ତି ନାହିଁ, କିନ୍ତୁ ତାଙ୍କ କ୍ଷେତ୍ରରେ ବର୍ଣ୍ଣବୈଷମ୍ୟ ଅଭିଯୋଗ ଅଣାଯାଇଥାଏ। ‘ମୁଁ ଚାହୁଛି ଉସ୍ମାନ ଖୱାଜାଙ୍କ ପରବର୍ତ୍ତୀ ଯାତ୍ରା ଭିନ୍ନ ହେଉ’ ବୋଲି ସେ ଭାବପ୍ରବଣ ମୁହୂର୍ତରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୮୭ ଟେଷ୍ଟ୍ ବ୍ୟତୀତ ସେ ଅଷ୍ଟ୍ରେଲିଆ ପାଇଁ ୪୦ ଦିନିକିଆ ଏବଂ ୯ଟି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ବି ଖେଳିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/03/fshfshfsxvbvbbxv-2026-01-03-01-12-16.jpg)