Advertisment

Khelo India Winter Games: ଗୁଲମାର୍ଗରେ ଆରମ୍ଭ ହେଲା ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ଦ୍ବିତୀୟ ପର୍ଯ୍ୟାୟ

Advertisment

‌କଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଲମାର୍ଗରେ ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା-୨୦୨୬ର ଦ୍ବିତୀୟ ପର୍ଯ୍ୟାୟ। ଚାରି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ଉପରାଜ୍ୟପାଳ ମନୋଜ ସିହ୍ନା ମଶାଲ ଜଳାଇ ଉଦ୍‌ଘାଟନ କରିଛନ୍ତି।

‌କଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଲମାର୍ଗରେ ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା-୨୦୨୬ର ଦ୍ବିତୀୟ ପର୍ଯ୍ୟାୟ। ଚାରି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ଉପରାଜ୍ୟପାଳ ମନୋଜ ସିହ୍ନା ମଶାଲ ଜଳାଇ ଉଦ୍‌ଘାଟନ କରିଛନ୍ତି।

Untitled-20.jpg

Photograph: (google)

ଗୁଲମାର୍ଗ: କଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଲମାର୍ଗରେ ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା-୨୦୨୬ର ଦ୍ବିତୀୟ ପର୍ଯ୍ୟାୟ। ଚାରି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ଉପରାଜ୍ୟପାଳ ମନୋଜ ସିହ୍ନା ମଶାଲ ଜଳାଇ ଉଦ୍‌ଘାଟନ କରିଛନ୍ତି।

ଆହୁରି ପଢ଼ନ୍ତୁ: ପରାଜୟ ପରେ ଦଳରେ ପରିବର୍ତ୍ତନ ପାଇଁ ସଂକେତ ଦେଇଛନ୍ତି ସହକାରୀ ପ୍ରଶିକ୍ଷକ ରିୟାନ ଟେନ୍‌ ଡଇସେଟ୍

ଦେଶର ୩୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ୪ଶହରୁ ଅଧିକ ଆଥ୍‌ଲେଟ୍‌ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଏଥିପାଇଁ ପଂଜୀକରଣ ଶେଷ ହୋଇଛି ଓ ଅନୁକୂଳ ପାଗ ଯୋଗୁଁ ଭଲ ବରଫପାତ ହୋଇଛି ବୋଲି ଜମ୍ମୁ ଓ କଶ୍ମୀର କ୍ରୀଡ଼ା ପରିଷଦର ସଚିବ ନୁଝାତ୍‌ ଗୁଲ୍‌। ଆଥ୍‌ଲେଟ୍‌ମାନେ ୪ଟି ପଦକ ବର୍ଗ- ସ୍କି ମାଉଣ୍ଟେନିୟରିଂ, ଆଲପାଇନ୍‌ ସାଇଙ୍ଗ୍‌, ନର୍ଡିକ୍‌ ସାଇଙ୍ଗ୍‌ ଓ ସ୍ନୋବର୍ଡିଂରେ ପ୍ରତିଦ୍ବନ୍ଦ୍ବିତା କରିବେ। ତେବେ ଆଲପାଇନ୍‌ ସାଇଙ୍ଗ୍‌ ପାଇଁ ସର୍ବାଧିକ ସଂଖ୍ୟକ ପଂଜୀକରଣ ହୋଇଛି। ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା-୨୦୨୬ର ଦ୍ବିତୀୟ ପର୍ଯ୍ୟାୟ ଜାନୁଆରି ୨୦ରୁ ୨୬ ପର୍ଯ୍ୟନ୍ତ ଲେହରେ ଅନୁଷ୍ଠିତ ହୋଇଥିଲା। ଏହି ପର୍ଯ୍ୟାୟରେ ଆଇସ୍‌ ଇଭେଣ୍ଟ୍‌ ଅନୁଷ୍ଠିତ ହୋଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ସ୍ନୋ ଇଭେଣ୍ଟ୍‌ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟ ଶେଷ ସୁଦ୍ଧା ହରିୟାଣା ୪ଟି ସ୍ବର୍ଣ୍ଣ ପଦକ ସହ ପ୍ରଥମ ସ୍ଥାନରେ ଥିବାବେଳେ ତା’ତଳକୁ ଲଦାଖ୍‌, ମହାରାଷ୍ଟ୍ର ଓ ତେଲେଙ୍ଗାନା ଅଛନ୍ତି। ଏପର୍ଯ୍ୟନ୍ତ ୬ଟି ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ସଂସ୍କରଣ ଜମ୍ମୁ ଓ କଶ୍ମୀର ଏବଂ ଲେହରେ ଅନୁଷ୍ଠିତ ହୋଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନର କୌଣସି ଚିହ୍ନ ବର୍ଣ୍ଣ ରହିବ ନାହିଁ: ଏୟାର୍ ଷ୍ଟ୍ରାଇକ୍ ପରେ ଏଭଳି କହିଲେ ତାଲିବାନ ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe