ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ୍‌ କପ୍: ସେମିଫାଇନାଲ୍‌ରେ କୋଲକାତା

Advertisment

ଲୁତୁରପଙ୍କ କ୍ରିକେଟ୍‌ କପ୍‌-୨୦୨୪ରେ ‘ପୁଲ୍‌-ବି’ର ପ୍ରଥମ ମ୍ୟାଚ୍‌ରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘକୁ ହରାଇ କୋଲକାତା ବିଜୟୀ ହୋଇ ସେମି ଫାଇନାଲ୍‌ରେ ପ୍ରବେଶ କରିଛି।

ଲୁତୁରପଙ୍କ କ୍ରିକେଟ୍‌ କପ୍‌-୨୦୨୪ରେ ‘ପୁଲ୍‌-ବି’ର ପ୍ରଥମ ମ୍ୟାଚ୍‌ରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘକୁ ହରାଇ କୋଲକାତା ବିଜୟୀ ହୋଇ ସେମି ଫାଇନାଲ୍‌ରେ ପ୍ରବେଶ କରିଛି।

Luturpank cricket Tournament

Luturpank cricket Tournament Photograph: (Sambad )

ବୀରମହାରାଜପୁର: ଲୁତୁରପଙ୍କ କ୍ରିକେଟ୍‌ କପ୍‌-୨୦୨୪ରେ ‘ପୁଲ୍‌-ବି’ର ପ୍ରଥମ ମ୍ୟାଚ୍‌ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ (ଏସ୍‌ଡିସିଏ) ସୋନପୁର ଓ କୋଲକାତାର ବିରାଟ କ୍ରିକେଟ୍‌ କ୍ଲବ୍‌ ମଧ୍ୟରେ ଖେଳାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ଖେଳ ପଡ଼ିଆରେ ଗୁରୁବାର ଜୟ ଜଗନ୍ନାଥ ସ୍ପୋର୍ଟସ୍‌ କ୍ଲବ୍‌ ଆନୁକୂଲ୍ୟରେ ହୋଇଥିବା ଏହି ମୁକାବିଲାରେ କୋଲକାତା ବିଜୟୀ ହୋଇ ସେମି ଫାଇନାଲ୍‌ରେ ପ୍ରବେଶ କରିଛି।

ଏହି ଖବର ପଢ଼ନ୍ତୁ: ହଁ ମୁଁ ଶୃଙ୍ଖଳାର ସହ ଖେଳିନଥିଲି: ବିରାଟ କୋହଲି

ମ୍ୟାଚ୍‌ଟି ଟି-୨୦, ଟି-୧୦ ଓ ସୁପର-୨ ଫର୍ମାଟ୍‌ରେ ଖେଳା ଯାଇଥିଲା। ବିରାଟ କ୍ରିକେଟ୍‌ କ୍ଲବ କୋଲକାତା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଫର୍ମାଟ୍‌ରେ ୧୯.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୦୭ ରନ୍‌ କରିଥିଲା। ଦଳର ପ୍ରଶାନ୍ତ ସିଂ ୨୯ ଓ ସୁଶାନ୍ତ ସିଂହା ୨୮ ରନ୍‌ କରିଥିଲେ। ବିପକ୍ଷ ସୋନପୁର ଦଳର ସୁମନ ମହାରଣା ଓ ଶୁଭମ ବିଷ୍ଟ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ସୋନପୁର ଆବଶ୍ୟକୀୟ ୧୦୮ ରନ୍‌କୁ ୧୧.୫ ଓଭରରେ ୬ ୱିକେଟ୍‌ ହରାଇ ସଂଗ୍ରହ କରିଥିଲା। ଦଳର ବରୁଣ ଦାସ ୩୦ ଓ ଋଷି ମେହେର ୨୯ ରନ୍‌ କରିଥିଲେ। ବିପକ୍ଷ କୋଲକାତା ଦଳର ସୃୟାଂଶ ତିୱାରୀ ୩ଟି ୱିକେଟ୍‌ ନେଇଥିଲେ।

ଏହି ଖବର ପଢ଼ନ୍ତୁ: ଚତୁର୍ଥ ଟେଷ୍ଟ: ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୩୧୧/୬

ଟି-୧୦ ଫର୍ମାଟ୍‌ରେ କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୯ ୱିକେଟ୍‌ ହରାଇ ୮୬ ରନ୍‌ କରିଥିଲା। ଦଳର ପ୍ରଶାନ୍ତ ସିଂ ୨୮ ରନ୍‌ କରିଥିବା ବେଳେ ସୋନପୁରର କେ.ଜି.କ୍ରିଷ୍ଣା, ପୁରୁଷୋତ୍ତମ ପାତ୍ର ଓ ଶୁଭମ ବିଷ୍ଟ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ସୋନପୁର ଦଳ ନିର୍ଦ୍ଧାରିତ ୧୦ ଓଭରରେ ପୁରୁଷୋତ୍ତମ ପାତ୍ରଙ୍କ ୩୧ ରନ୍‌ ସତ୍ତ୍ବେ ୭ ୱିକେଟ୍‌ ହରାଇ ୫୪ ରନ କରିଥିଲା। ବିପକ୍ଷ ମାହି ଓ ବିଶ୍ୱଜିତ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟରେ ବିଜୟୀ ହେବାରୁ ସୁପର-୨ ଓଭର ଖେଳା ହୋଇଥିଲା। ଏଥିରେ ସୋନପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨ ଓଭରରେ ୨୩ ରନ୍‌ କରିଥିବା ବେଳେ କୋଲକାତା ୨୪ ରନ୍‌ କରି ବିଜୟୀ ହୋଇଥିଲା। ଫଳରେ କୋଲକାତା ସେମି ଫାଇନାଲ ରେ ପ୍ରବେଶ କରିଛି।

ଏହି ଖବର ପଢ଼ନ୍ତୁ: ବିଜେଡିର ପ୍ରତିଷ୍ଠା ଦିବସ: ଯୁବନେତ୍ରୀଙ୍କୁ ଚାପୁଡ଼ା, ଭଂଜନଗରରେ ଦଳ ଛାଡ଼ିଲେ ନେତା

ମ୍ୟାଚ ପ୍ରାରମ୍ଭରେ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ପ୍ରାଣବନ୍ଧୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଇଂ. ବବ୍ରୁ ବାହାନ ପ୍ରଧାନ, ବାଗବର ୟୁପି ସ୍କୁଲ୍‌ର ପ୍ରଧାନଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ ଓ ବିଶିଷ୍ଟ ବ୍ୟବସାୟୀ ନିର୍ମଳ ନେଗୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କୋଲକାତାର ପ୍ରଶାନ୍ତ ସିଂଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍‌ଟିକୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ରଜନୀକାନ୍ତ ରେଡ୍ଡୀ ଓ ବିଶ୍ୱଜିତ ପୁରୋହିତ ପରିଚାଳନା କରିଥିବା ବେଳେ ମାନସ ରଞ୍ଜନ ମହାକୁର ସ୍କୋରିଙ୍ଗ, ଶୁଭେନ୍ଦୁ ଶେଖର ସାହୁ ଓ ଚମାରୁ ମହାକୁର ଅନ୍‌ଲାଇନ୍‌ ସ୍କୋରିଙ୍ଗ ଏବଂ ପ୍ରାଣବନ୍ଧୁ ସାହୁ, ଆଶିଷ ଦେଓ, ତନୁଜରାଜ ସାହୁ ଓ ପୀତାମ୍ବର ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ। ଶୁକ୍ରବାର ଦିନ ଏନ୍‌ଏନ୍‌ଏସ୍‌ ପ୍ରୟାଗରାଜ (ୟୁପି) ଓ ଭାଗଲପୁର କ୍ରିକେଟ୍‌ କ୍ଲବପାଟଣା (ବିହାର) ମଧ୍ୟରେ ହେବ ବୋଲି ଆୟୋଜକ ଉପସଭାପତି ଟୁଟୁ ମହାକୁର ପ୍ରକାଶ କରିଛନ୍ତି।  

ଏହି ଖବର ପଢ଼ନ୍ତୁ: ଭଡା ଘରୁ ମିଳିଲା ଲୋକପ୍ରିୟ ଆରଜେଙ୍କ ମୃତଦେହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe