Lionel Messi Thanks Fans: ଶୀଘ୍ର ଫେରିବି; ଭାରତ ଗସ୍ତ ଶେଷ ହେବା ପରେ ଧନ୍ୟବାଦ ଜଣାଇ ଏସବୁ କଥା କହିଲେ ମେସି

Advertisment

ଆର୍ଜେଣ୍ଟିନାର ସୁପରଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ ମେସି ବୁଧବାର ବନ୍ତାରା ପରିଦର୍ଶନ କରିବା ପରେ ଭାରତ ଗସ୍ତ ଶେଷ କରିଥିଲେ। ‌ଏବେ ମିଳିଥିବା ଭଲପାଇବା ପାଇଁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ମେସି।

ଆର୍ଜେଣ୍ଟିନାର ସୁପରଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ ମେସି ବୁଧବାର ବନ୍ତାରା ପରିଦର୍ଶନ କରିବା ପରେ ଭାରତ ଗସ୍ତ ଶେଷ କରିଥିଲେ। ‌ଏବେ ମିଳିଥିବା ଭଲପାଇବା ପାଇଁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ମେସି।

Lionel Messi

Lionel Messi Thanks Fans Photograph: (sambad.in)

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ସୁପରଷ୍ଟାର ଫୁଟବଲ୍ ଖେଳାଳି ଲିଓନେଲ ମେସି ବୁଧବାର (ଡିସେମ୍ବର ୧୬) ବନ୍ତାରା ପରିଦର୍ଶନ କରିବା ପରେ ଭାରତ ଗସ୍ତ ଶେଷ କରିଥିଲେ। କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଏବଂ ନୂଆଦିଲ୍ଲୀରେ ସେ GOAT tour କରିଥିବା ବେଳେ ଫୁଟବଲ୍ ତାରକାଙ୍କ ଏକ ଝଲକ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ସେଠାରେ ପହଞ୍ଚିଥିଲେ। କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ବିଶୃଙ୍ଖଳା ବ୍ୟତୀତ, ମେସିଙ୍କ ଭାରତ ଗସ୍ତ ସ୍ମରଣୀୟ ଥିଲା। ଭାରତୀୟ ପ୍ରଶଂସକଙ୍କ ଭଲପାଇବା ଏବଂ ସମର୍ଥନକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ବେଶ୍ ଖୁସି ହୋଇଥିଲେ।

ଇନ୍‌ଷ୍ଟାଗ୍ରାମରେ ବ୍ୟକ୍ତ କଲେ ଖୁସି

ଭାରତ ଗସ୍ତ ପରେ ‌ସେ ଇନଷ୍ଟାଗ୍ରାମରେ କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଭାରତରେ ଫୁଟବଲର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଆଶା ପ୍ରକଟ କରିଛନ୍ତି। ଭାରତ ଗସ୍ତ ସମୟର ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, "ନମସ୍ତେ ଇଣ୍ଡିଆ! ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ କୋଲକାତା ଗସ୍ତ ଅବିଶ୍ୱସନୀୟ ଥିଲା। ମୋତେ ଏତେ ଭଲ ଭାବରେ ସ୍ୱାଗତ କରିବା ସହ ଏତେ ଭଲ ଆତିଥ୍ୟ ଏବଂ ଭଲପାଇବା ଦେବା ପାଇଁ ଧନ୍ୟବାଦ। ମୁଁ ଆଶା କରୁଛି ଭାରତରେ ଫୁଟବଲର ଭବିଷ୍ୟତ ଉଜ୍ଜ୍ୱଳ ହେବ।"

ପୁଣି ଭାରତ ଫେରିବି: ମେସି

ଭିଡିଓ‌ରେ ସେ କହିଛନ୍ତି ଯେ, "ଏହି ଗସ୍ତ ବହୁତ ଭଲ ଏବଂ ଛୋଟ ଥିଲା। କିନ୍ତୁ ଏତେ ଭଲପାଇବା ପାଇ ବହୁତ ଖୁସି ଲାଗିଲା। ମୁଁ ପୂର୍ବରୁ ଜାଣିଥିଲି ମୋତେ ଭଲପାଇବା ମିଳିବ। କିନ୍ତୁ ଏତେ ଶୀଘ୍ର ଏତେ ଅଧିକ ଭଲପାଇବା ମିଳିବା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। ଆମେ ସମସ୍ତ ଭଲପାଇବା ନେଇ ଯାଉଛୁ ଏବଂ ଶୀଘ୍ର ଫେରିବୁ। ଆଶା କରୁଛି, ଗୋଟିଏ ଦିନ ଆମେ ଏଠାରେ ଖେଳ ଖେଳିପାରିବୁ। କିନ୍ତୁ ଆମେ ଭାରତ ଗସ୍ତ କରିବାକୁ ଫେରିବୁ।" 

ଆହୁରି ପଢ଼ନ୍ତୁ:US Travel Ban: ୩୯ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ ! ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଲା ଆମେରିକା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe