Bandaghati boys to be participated in National sports event. Photograph: (sambad.in)
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁଇ ପାହାଡି ବଣମଲ୍ଲି ଜାତାୟୀ ସ୍ତର ଜୁଡ଼ୋ ପ୍ରତିଯୋଗିତାରେ ଭାଗ ନେବେ। ଏମାନେ ହେଲେ ଖଇରପୁଟ ବ୍ଲକ ବଣ୍ଡାଘାଟିର ମୁଦୁଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ବଡ଼ପଡ଼ା ଗ୍ରାମର ବଣ୍ଡା ଜନଜାତି ଛାତ୍ର ବିନୋଦ ଚଲାଣ(୧୩) ଓ ଗୋବିନ୍ଦପାଲି ପଞ୍ଚାୟତ ଅନ୍ତର୍ଗତ ସୋମାକୁଣ୍ଡ ଗ୍ରାମର ଆଦିବାସୀ ଛାତ୍ର ମହେଶ ହନ୍ତାଳ(୧୩)।
ଦୃଢ଼ ସଂକଳ୍ପ ନେଇଛନ୍ତି ଖେଳାଳି
ସ୍ଥାନୀୟ କୁମୁଟିଗୁଡ଼ାସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର ଅଟନ୍ତି। ଦୁହେଁ ପିଲାଦିନୁ ନିଜ ପିତା ମାତାଙ୍କୁ ଦେଖି ନାହାଁନ୍ତି। ବିଭିନ୍ନ ଅଭାବ ଅନାଟନରେ ରହି ମଧ୍ୟ ବିନୋଦ ଏବଂ ମହେଶ ନିଜ ଜୀବନରେ କିଛି ଅଲଗା କରି ଦେଖେଇବାକୁ ଦୃଢ଼ ସଂକଳ୍ପ ନେଇଛନ୍ତି। ତାଙ୍କ ସ୍ବପ୍ନକୁ ସାକାର କରିବା ପାଇଅଁ ଆଓମା ଗୁରୁକୁଳ ଏବଂ ଜିଲ୍ଲା ଜୁଡ଼ୋ ଆସୋସିଏସନର ସମସ୍ତ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ଯେଉଁଠାରେ ସେମାନେ ରହି ପାଠପଢ଼ା ସହିତ ଖେଳ ଓ ବିଭିନ୍ନ କାର୍ଯ୍ୟକଳାପରେ ନିଜ ପାରଦର୍ଶିତା ପ୍ରଦର୍ଶନ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ଆହୁରି ପଢ଼ନ୍ତୁ: Murder: ଘର ପଛପଟେ ପୁଲିସ କନେଷ୍ଟବଳଙ୍କ ମୃତଦେହ ଲୁଚାଇଥିଲା ଅଭିଯୁକ୍ତ
ସ୍ବର୍ଣ୍ଣପଦକ ବିଜେତା ବିନୋଦ
ବିନୋଦ ଏବଂ ମହେଶ ଚଳିତ ବର୍ଷ ରାଜ୍ୟସ୍ତରୀୟ ସବ୍ ଜୁନିୟର ଜୁଡୋ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଅର୍ଜନ କରି ଜିଲ୍ଲା ଓ ବିଦ୍ୟାଳୟର ନାମ ଉଜ୍ଜ୍ୱଳ କରିଛନ୍ତି। ଏବେ ଜୁଡ଼ୋ ଖେଳରେ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦର ଲାଲବାହାଦୁର ଷ୍ଟାଡିୟମ ଠାରେ ଚଳିତ ମାସ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଜୁଡୋ ଫେଡେରେସନ ଅଫ୍ ଇଣ୍ଡିଆର ତତ୍ୱବୋଧାନରେ ଆୟୋଜିତ ହେବାକୁ ଥିବା ଜାତୀୟ ସବ୍ ଜୁନିୟର ଜୁଡୋ ପ୍ରତିଯୋଗିତା-୨୦୨୫ରେ ଅଂଶଗ୍ରହଣ କରିବେ। ଓଡ଼ିଶା ସବ ଜୁନିୟର ବିଭାଗର ଅନ୍ୟ ଖେଳାଳିଙ୍କ ସହିତ ବିନୋଦ ନିଜର -୪୦ କିଲୋ ଏବଂ ମହେଶ ୩୦ କିଲୋ କାଟାଗୋରିରେ ଖେଳିବେ। ଦୁଇ ଖେଳାଳି ଆଜି ହାଇଦ୍ରାବାଦ ଗସ୍ତ କରିଛନ୍ତି। ଦୁଇ ଖେଳାଳିଙ୍କୁ ସହଯୋଗ କରିଛନ୍ତି ସ୍ଥାନୀୟ ସମାଜସେବୀ ନବକୃଷ୍ଣ ସରକାର।
ଆହୁରି ପଢ଼ନ୍ତୁ: Maoists Surrender: ୨ ଦୁର୍ଦ୍ଦାନ୍ତ ସମେତ ୮ ମାଓବାଦୀଙ୍କ ଆତ୍ମସମର୍ପଣ
Follow Us